ଗୋଧି ଗିଳୁଥିବା ଅହିରାଜକୁ ଗୁଳି ଘଟଣା: ଶିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜନୈତିକ ଚାପ ଚର୍ଚ୍ଚା

ବନ୍ତଳା,୧୪ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆସ୍ଥିତ ପାଣ୍ଡୁରୀଶୁଣି ପାହାଡ଼ରେ ଗତ ୧୦ ତାରିଖରେ ଗୋଧି ଗିଳୁଥିବା ଏକ ଅହିରାଜକୁ ଶିକାରୀମାନେ ଗୁଳି କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ବନ ବିଭାଗ ସାପର ମୃତଦେହ ଜବତ ସହ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହେଲେ ଘଟଣା ଏବେ ରାଜନୈତିକ ମୋଡ଼ ନେଇଥିବା ଆଲୋଚନା ହେଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ବନ ବିଭାଗର ଦୁଇ ଅଧିକାରଙ୍କ କଥାରେ ତାଳମେଳ ନ ରହିବା ମାମଲାକୁ ଆହୁରି ରହସ୍ୟମୟ କରିଦେଇଛି। ଜଣେ ଅଧିକାରୀ ରିପୋର୍ଟ ଆସି ନ ଥିବା କହୁଥିବା ବେଳେ ଅନ୍ୟ ଜଣେ ଅଧିକାରୀ ରିପୋର୍ଟରେ ଗୁଳି ନୁହେଁ, ଗାଡ଼ି ଚଢ଼ିଯିବାରୁ ସାପର ମୃତ୍ୟୁ ହେବା ଉଲ୍ଲେଖ ଥିବା କହିଛନ୍ତି। ଅପରପକ୍ଷରେ ବନ ବିଭାଗର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ମାନେ।
କେତେଜଣ ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ବାରଗୌଣିଆ ପଞ୍ଚାୟତରେ ଶିକାରୀ ସକ୍ରିୟ ରହିଛନ୍ତି। ସେମାନଙ୍କ ନିକଟରେ ୮ଟି ବେଆଇନ ଦେଶୀ ବନ୍ଧୁକ ରହିଛି। ଦୈନିକ ଉକ୍ତ ବନ୍ଧୁକ ଧରି ସେମାନେ ପାଣ୍ଡୁରୀଶୁଣି ପାହାଡ଼, ନୂଆଖେତା ରିଜର୍ଭ ଜଙ୍ଗଲରେ ଶିକାର କରୁଛନ୍ତି। ପୂର୍ବରୁ ବାରଗୌଣିଆ ଅଞ୍ଚଳରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଗତ ୧୦ ତାରିଖରେ କେତେଜଣ ଶିକାରୀ ପାଣ୍ଡୁରୀଶୁଣି ପାହାଡ଼ରେ ଅହିରାଜକୁ ଗୁଳି କରିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଗଁା ଲୋକେ ମୃତ ସାପକୁ ଗ୍ରାମକୁ ନେଇଆସିଥିବା ବେଳେ ବିଭାଗୀୟ ଅଧିକାରୀମାନେ ସେଠାରେ ପହଞ୍ଚି ତାହାକୁ ଜବତ କରିଥିଲେ। ଅହିରାଜର ଫଣା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନ ଥିଲା। ଫଣାରେ ଗୁଳି ବାଜିଥିବା ଭଳି ଏକ ଗର୍ତ୍ତ ହୋଇଥିବା ଗ୍ରାମବାସୀ ବନ ଅଧିକାରୀଙ୍କୁ ଦେଖାଇଥିଲେ। ଏହାପରେ ବନ ବିଭାଗ ଘଟଣାସ୍ଥଳକୁ ଆଦୌ ଯାଇନାହିଁ କି ମୃତ ଗୋଧିକୁ ମଧ୍ୟ ଆଣି ବ୍ୟବଚ୍ଛେଦ କରିନାହିଁ। ଏବେ ଘଟଣାରେ ରାଜନୀତି ପଶିଯାଇଛି। ଗିରଫ ଭୟରେ ଶିକାରୀମାନେ ଆତ୍ମଗୋପନ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ୨୦ରୁ ୩୦ ଜଣ କର୍ମୀ ଶୁକ୍ରବାର ଜିଲାର ଜଣେ ବିଧାୟକଙ୍କୁ ଭେଟି ଶିକାରୀମାନଙ୍କୁ ଗିରଫ ନ କରିବା ପାଇଁ ଦାବି କରିଥିବା ଏବେ ଗ୍ରାମରେ ଆଲୋଚନା ହେଉଛି। ସମ୍ପୃକ୍ତ ଶିକାରୀମାନେ ଉକ୍ତ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବାରୁ ମାମଲା ରଫାଦଫା ପାଇଁ ଦାବି କରାଯିବା ଏପରି କି ଗଁା ଲୋକଙ୍କଠାରୁ ଦସ୍ତଖତ ନିଆଯାଉଥିବା ଚର୍ଚ୍ଚା ହେଉଛି। ଏଭଳି ସମୟରେ ଅହିରାଜର ମୃତ୍ୟୁ ଗାଡ଼ି ଚଢ଼ିଯିବା କାରଣରୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯିବା ନିଶ୍ଚିତ ସନ୍ଦେହଜନକ। ରାଜନୈତିକ ଚାପରେ ଏପରି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବନ୍ତଳା ରେଞ୍ଜର ଡିଲେଶ୍ୱର ପ୍ରଧାନ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ଆସିନାହିଁ। ଘଟଣାର ତଦନ୍ତ ଜାରି ରହିଥିବାରୁ କିଛି କହି ହେବନାହିଁ। ବେଆଇନ ଦେଶୀ ବନ୍ଧୁକ ଉପରେ ତଦନ୍ତ କରାଯିବ। ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ କହିଛନ୍ତି, ଅହିରାଜର ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ବନ୍ଧୁକ ଗୁଳିରେ ଶିକାର ହୋଇନାହିଁ। ମୋଟର ଗାଡ଼ି ମାଡି ଯିବାରୁ ମୃତ୍ୟୁ ହୋଇଛି। ସାପ ଶରୀରର କୌଣସି ଠାରେ କ୍ଷତ ଚିହ୍ନ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ପିପୁଲ୍ସ ଫର ଆନିମଲ୍ସର ଅନୁଗୋଳ ଚେୟାରମ୍ୟାନ ବିପ୍ଳବ ମହାପାତ୍ର କହିଛନ୍ତି, ଅହିରାଜକୁ ଶିକାର କରାଯିବା ସତ୍ୟ। ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ଦରକାର। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯିବା ଆବଶ୍ୟକ। ପୂର୍ବତନ ୱାଇଲ୍ଡ ଲାଇଫ ୱାଡେନ ତଥା ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସଦସ୍ୟ ସଞ୍ଜୀବ କୁମାର ଦାସ କହିଛନ୍ତି, ୨୦୧୫ରେ ଏକ ସାପକୁ ଗୁଳି ଦ୍ୱାରା ଶିକାର କରାଯାଇଥିଲା। ସେହି ସମୟରେ ଠିକ୍‌ ଭାବରେ ତଦନ୍ତ ହୋଇଥିଲେ ଆଜି ଏପରି ଘଟି ନ ଥାନ୍ତା। ଘଟଣା ସମ୍ପର୍କରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଜୟ ମହାପାତ୍ର କହିଛନ୍ତି, ଅହିରାଜକୁ ଗୁଳି ସମ୍ପର୍କରେ ହ୍ବାଟ୍ସଆପରେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri