ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ା ରାଜ୍ୟ ବାହାରେ ଥିବା ଲକ୍ଷାଧିକ ପ୍ରବାସୀ ଏବେ ଘରମୁହଁା ହୋଇଛନ୍ତି ା ଏପର୍ଯ୍ୟନ୍ତ ପ୍ରାୟ ୬୦ ହଜାର ପ୍ରବାସୀ ଜିଲାକୁ ଫେରିଛନ୍ତି ା ଅନ୍ୟମାନେ ଫେରିବା ଅପେକ୍ଷାରେ ରହିଛନ୍ତି ା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲାବାସୀଙ୍କ ଜୀବନ-ଜୀବିକା ସୁନିଶ୍ଚିତ କରିବା ସରକାର ଓ ପ୍ରଶାସନ ପାଇଁ ଏକ ଗୁରୁଦାୟିତ୍ୱ ା ବଲାଙ୍ଗୀର ଜିଲାରେ ଶିଳ୍ପ ନାହିଁ କି ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନାହିଁ ା ଏଭଳି ନାହିଁ ନାହିଁ ଭିତରେ ଆଶା ସଞ୍ଚାରର ପନ୍ଥା ସାଜିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ା ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ କରୋନା ମହାମାରୀ ଓ ଲକ୍‌ଡାଉନ ସମୟରେ ଜିଲାରେ ସର୍ବକାଳୀନ ରେକର୍ଡ କରିଛି। ଏହି ଯୋଜନାରେ ଗୋଟିଏ ଦିନରେ ଜିଲାର ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କାମ କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି ା ଜୁନ୍‌ ୩ ତାରିଖରେ ଜିଲାର ୧୪ଟି ବ୍ଲକ୍‌ର ସମୁଦାୟ ୧ ଲକ୍ଷ ୧୫୭ ଜଣ ଶ୍ରମିକ କାମ କରି ରେକର୍ଡ କରିଥିଲେ ା ଏହା ପୂର୍ବରୁ ଲକ୍ଷାଧିକ ଶ୍ରମିକ ଗୋଟିଏ ଦିନରେ କେବେ ବି କାମ କରି ନ ଥିଲେ ା ଜୁନ୍‌ ୪ତାରିଖରେ ଜିଲାର ୧ ଲକ୍ଷ ୨ ହଜାର ୬୯୭ ଜଣ ଶ୍ରମିକ କାମ କରିବା ଏମଜିଏନ୍‌ଆରଇଜିଏସ୍‌ରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି ା ରାଜ୍ୟରେ ଚତୁର୍ଥ ଜିଲା ଭାବେ ବଲାଙ୍ଗୀରରେ ଲକ୍ଷାଧିକ ଲୋକ ଗୋଟିଏ ଦିନରେ କାର୍ଯ୍ୟ କରିଛନ୍ତି ା ବଲାଙ୍ଗୀର ପୂର୍ବରୁ ମୟୂରଭଞ୍ଜ, ଗଞ୍ଜାମ ଓ କେନ୍ଦୁଝର ଜିଲାରେ ଲକ୍ଷାଧିକ ଲୋକ ଗୋଟିଏ ଦିନରେ କାମ କରିସାରିଥିବା ସୂଚନା ଦିଆଯାଇଛି ା
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଓ ମେ ଦୁଇମାସ ମଧ୍ୟରେ ଜିଲାରେ ଏମଜିଏନ୍‌ଆରଇଜିଏସ୍‌ରେ ୪୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ା ଏଥିରୁ ୩୮ କୋଟି ୯୨ ଲକ୍ଷ ଟଙ୍କା ଶ୍ରମିକଙ୍କ ମଜୁରି ବାବଦରେ ଦିଆଯାଇଛି ା ୯୯.୨୮ ପ୍ରତିଶତ ମଜୁରି ଠିକଣା ସମୟରେ ଦିଆଯାଇଛି ା ଜିଲାରେ ଏବେ ୩୭ ହଜାର ୬୧୨ଟି କାର୍ଯ୍ୟକ୍ରମ ଚାଲୁ ରହିଛି ା ଏହି ଯୋଜନାରେ ନେଚୁରାଲ ରିସୋର୍ସ ମ୍ୟାନେଜମେଣ୍ଟ (ଏନ୍‌ଆରଏମ୍‌) ବାବଦରେ ୬୨.୨୧ ପ୍ରତିଶତ ଖର୍ଚ୍ଚ ହୋଇଛି ା ଜିଲାର ୧୪ଟି ବ୍ଲକରୁ ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୨ ହଜାର ୬୭୪ଜଣ କାର୍ଯ୍ୟ କରିଛନ୍ତି ା ମୁରିବାହାଲ ବ୍ଲକରେ ୧୧ ହଜାର ୧୬୩, ଖପ୍ରାଖୋଲ ୧୦୯୪୨, ସଇଁତଳା ୯୬୬୧, ଟିଟିଲାଗଡ଼ ୮୩୬୯, ପାଟଣାଗଡ଼ ୭୧୩୪, ବେଲପଡ଼ା ୬୨୭୧, ବଲାଙ୍ଗୀର ୫୯୯୧, ତୁରେକେଲା ୫୭୨୧, ଆଗଲପୁର ୫୪୧୦, ଦେଓଗଁା ୫୩୧୨, ଲୋଇସିଂହା ୫୧୪୪, ପୁଇଁତଳା ୪୬୨୨ ଓ ଗୁଡଭେଲାରେ ୪୨୮୩ ଜଣ ଶ୍ରମିକ ଗୋଟିଏ ଦିନରେ କାମ କରିଥିବା ଜଣାପଡିଛି ା ଗୁରୁବାର ସୁଦ୍ଧା ଜିଲାରେ ୯୦ ହଜାର ୯୯୨ଟି ମଷ୍ଟରରୋଲ ଇସ୍ୟୁ କରାଯାଇଛି। ଏ ପର୍ଯ୍ୟନ୍ତ ୧୩ ଲକ୍ଷ ୪୫ ହଜାର ୬୦୬ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ରିପୋର୍ଟ ଦିଆଯାଇଛି। କରୋନା ଲକ୍‌ଡାଉନ୍‌ ସମୟରେ ଜିଲାରେ ଶ୍ରମିକଙ୍କୁ କାମ ଯୋଗାଇବା ଏବଂ ଠିକଣା ସମୟରେ ମଜୁରି ପ୍ରଦାନ କରିବା ସହ ପ୍ରାକୃତିକ ସଂସାଧନ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁ ସୂଚନା ଦେଇଛନ୍ତି ା କରୋନା ମହାମାରୀ ଲୋକଙ୍କ ଜୀବନ-ଜୀବିକାକୁ ପ୍ରଭାବିତ କରିଥିବାରୁ ରୋଜଗାର ସୃଷ୍ଟି ଓ ଆର୍ଥିକ ସ୍ବାବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲାର ଦାଦନପ୍ରବଣ ୬ ବ୍ଲକର ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦୁଇଶହ ଦିନର କାମ ଯୋଗାଇ ଦିଆଯିବା ଏବଂ ଅନ୍ୟ ୮ଟି ବ୍ଲକର ଶ୍ରମିକଙ୍କୁ ୧୦୦ ଦିନ କାମ ଯୋଗାଇ ଦେବାର ନିୟମ ରହିଛି ା ଦାଦନ ପ୍ରବଣ ୬ ବ୍ଲକର ଶ୍ରମିକଙ୍କୁ ଦୈନିକ ମଜୁରି ୨୯୮ ଟଙ୍କା ଓ ଅନ୍ୟ ୮ଟି ବ୍ଲକ୍‌ର ଶ୍ରମିକଙ୍କୁ ଦୈନିକ ୨୦୭ ଟଙ୍କା ଧାର୍ଯ୍ୟ ହୋଇଛି ା କରୋନା ମହାମାରୀ ସମୟରେ ଏମଜିଏନ୍‌ଆରଇଜିଏସ୍‌ରେ ଲକ୍ଷାଧିକ ଶ୍ରମିକ କାମ କରିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri