Posted inଜାତୀୟ

ଗୋଆରେ କଂଗ୍ରେସକୁ ଝଟକା

ପଣଜୀ,୧୧ା୭: ଜାତୀୟସ୍ତରରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆକାଶରେ ଯେମିତି କଳାବାଦଲ ଘୋଟି ଆସିଛି। କର୍ନାଟକ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ ସରକାରଙ୍କ ସମ୍ଭାବ୍ୟ ପତନର କାରଣ ସାଜିଥିବାବେଳେ ଗୋଆରେ ମଧ୍ୟ ଏବେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ରାଜନୈତିକ ଘଟଣାକ୍ରମରେ ବୁଧବାର ରାତିରେ ଗୋଆ କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଫଳରେ କଂଗ୍ରେସ ଦଳର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି।
ଗୋଆ ବିଧାନସଭାର ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ସମେତ ୧୦ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଭେଟି ଭାଜପାରେ ସାମିଲ ହୋଇଛନ୍ତି। ଅନ୍ୟମାନେ ହେଲେ ଆଟାନାସିଓ ମୋନ୍‌ସେରାଟ୍ଟେ, ଜେନିଫର ମୋନ୍‌ସେରାଟ୍ଟେ, ଫ୍ରାନ୍ସିସ୍‌ ସିଲଭେଇରା, ଫିଲିପ୍‌ ନେରି ରୋଡ୍ରିଗୁଏସ୍‌, କ୍ଲିଏଓଫାସିଓ ଡିଆସ୍‌, ଓ୍ବିଲଫ୍ରେଡ୍‌ ଡି’ସୁଜା, ନୀଳକଣ୍ଠ ହଲାର୍ନକର, ଇସିଡୋର ଫର୍ନାଣ୍ଡିଜ୍‌ ଏବଂ ଆଣ୍ଟୋନିଓ ଫର୍ନାଣ୍ଡିଜ୍‌। ସାଓ୍ବନ୍ତ ବିଧାୟକମାନଙ୍କୁ ଦଳକୁ ସ୍ବାଗତ କରିବା ସହ ସେମାନଙ୍କୁ ସାଙ୍ଗରେ ନେଇ ବାଚସ୍ପତି ରାଜେଶ ପାଟନେକରଙ୍କୁ ସମର୍ଥନପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଦୁଇତୃତୀୟାଂଶ ବିଧାୟକ ଭାଜପାରେ ମିଶିଥିବାରୁ ସେମାନଙ୍କ କ୍ଷେତ୍ରରେ ଦଳବଦଳ ଆଇନ ଲାଗୁ ହେବନାହିଁ। ସାଓ୍ବନ୍ତ କହିଛନ୍ତି, କଂଗ୍ରେସ ବିଧାୟକମାନେ ନିଃସର୍ତ୍ତରେ ଭାଜପାରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯୋଗଦାନ ପରେ ଗୃହରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୨୭କୁ ଛୁଇଁଛି। ଫଳରେ ଭାଜପାକୁ ଆଉ ସହଯୋଗୀ ଦଳର ଆବଶ୍ୟକତା ନାହିଁ। ତେବେ ସହଯୋଗୀ ବିଧାୟକଙ୍କୁ ସରକାରରେ ରଖାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନି। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ କିଛି ସ୍ଥିର କରାଯାଇନାହିଁ। ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗିରିଶ ଚୋଦାନ୍‌କର କହିଛନ୍ତି, ଭାଜପା ପ୍ରଲୋଭନ ଦେଖାଇ ଓ ବ୍ଲାକ୍‌ମେଲିଂ କରି କଂଗ୍ରେସ ବିଧାୟକମାନଙ୍କୁ ନିଜ ଆଡ଼କୁ ଟାଣିନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ ନୁହେଁ, ବରଂ ‘ଗୋଟିଏ ଦେଶ ଗୋଟିଏ ଦଳ’ ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୧୭ ଥିବାବେଳେ କଂଗ୍ରେସର ୧୫ ସଦସ୍ୟ ଥିଲେ। ସେହିପରି ଗୋଆ ଫରଓ୍ବାର୍ଡ ପାର୍ଟିର ୩ ସମେତ ୩ ସ୍ବାଧୀନ ବିଧାୟକ ସାଓ୍ବନ୍ତ ସରକାରଙ୍କୁ ସମର୍ଥନ କରୁଛନ୍ତି। ୧୦ ବିଧାୟକ ଭାଜପାରେ ଯୋଗଦେବା ପରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ଖସିଆସିଛି। ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧୫ରେ ଆରମ୍ଭ ହେବ। (ଫଟୋ: ପୃଷ୍ଠା-୨)


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri