ପାଟପୁର,୨୧ା୨- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗ୍ରାମର ଜଣେ ମହିଳା ଶ୍ରମିକଙ୍କୁ ଗତ ୭ ତାରିଖରେ ଗୋଆରେ ହତ୍ୟା କରାଯାଇଛି। ସେ ହେଲେ ସାବିତ୍ରୀ ଶବର। ସାବିତ୍ରୀଙ୍କ ଭାଇ ମୃତଦେହ ଫେରାଇ ଆଣିବାକୁ ପାଟପୁର ଥାନା ଅଧିକାରୀଙ୍କୁ ଗୁରୁବାର ନିବେଦନ କରିବା ପରେ ଘଟଣା ଜଣାପଡିଥିଲା। ପ୍ରକାଶ ଯେ, ଗୋଆ ପୋଲିସ ଗତ ୧୨ ତାରିଖରେ ସାବିତ୍ରୀଙ୍କ ପରିବାର ଲୋକଙ୍କୁ ଫୋନ କରି ତାଙ୍କ ମୃତଦେହ ନେଇଯିବାକୁ କହିଥିଲେ। କିପରି ମୃତଦେହ ଆଣିବେ ସେ ନେଇ ପରିବାର ଚିନ୍ତାରେ ଥିଲେ। ବୁଧବାର ପୁଣି ଗୋଆ ପୋଲିସ ସାବିତ୍ରୀଙ୍କ ଭାଇ ତମାସଙ୍କୁ ଫୋନ କରି ମୃତଦେହ କେବେ ଆସି ନେବେବୋଲି ପଚାରିଥିଲେ। ଶେଷରେ ତମାସ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ମୃତଦେହ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଜିଲା ପ୍ରଶାସନ ସହାୟତାରେ ସାବିତ୍ରୀଙ୍କ ମୃତଦେହ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଏନେଇ ଗୋଆରୁ ଆସିଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିବାରୁ ଉକ୍ତ ନମ୍ବରଟି ପୋର୍ଭୋରିମ ଥାନାର ବୋଲି ଜଣାପଡିଥିଲା। ସାବିତ୍ରୀଙ୍କୁ ଗତ ୭ ତାରିଖରେ ହତ୍ୟା କରାଯାଇଥିଲା, ୧୦ ତାରିଖରେ ତାଙ୍କ ମୃତଦେହ ଜବତ କରିଥିଲୁ। ହତ୍ୟା ଅଭିଯୋଗରେ ଗଞ୍ଜାମ ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କୁ ମଧ୍ୟ ଅଟକ ରଖିଛୁ ବୋଲି ସମ୍ପୃକ୍ତ ଥାନାର ପୋଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ୫ ବର୍ଷ ତଳେ ସାବିତ୍ରୀଙ୍କ ସ୍ବାମୀ କାଳିକା ବଡରଇତ କେଉଁଆଡେ ଚାଲିଯିବାପରେ ସେ ରୋଜଗାର ପାଇଁ ଗୋଆ ଚାଲିଯାଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
ନୂଆ ବର୍ଷରେ ନୂଆ ପଦକ୍ଷେପ
ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
Archives


