ପାଟପୁର,୨୧ା୨- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗ୍ରାମର ଜଣେ ମହିଳା ଶ୍ରମିକଙ୍କୁ ଗତ ୭ ତାରିଖରେ ଗୋଆରେ ହତ୍ୟା କରାଯାଇଛି। ସେ ହେଲେ ସାବିତ୍ରୀ ଶବର। ସାବିତ୍ରୀଙ୍କ ଭାଇ ମୃତଦେହ ଫେରାଇ ଆଣିବାକୁ ପାଟପୁର ଥାନା ଅଧିକାରୀଙ୍କୁ ଗୁରୁବାର ନିବେଦନ କରିବା ପରେ ଘଟଣା ଜଣାପଡିଥିଲା। ପ୍ରକାଶ ଯେ, ଗୋଆ ପୋଲିସ ଗତ ୧୨ ତାରିଖରେ ସାବିତ୍ରୀଙ୍କ ପରିବାର ଲୋକଙ୍କୁ ଫୋନ କରି ତାଙ୍କ ମୃତଦେହ ନେଇଯିବାକୁ କହିଥିଲେ। କିପରି ମୃତଦେହ ଆଣିବେ ସେ ନେଇ ପରିବାର ଚିନ୍ତାରେ ଥିଲେ। ବୁଧବାର ପୁଣି ଗୋଆ ପୋଲିସ ସାବିତ୍ରୀଙ୍କ ଭାଇ ତମାସଙ୍କୁ ଫୋନ କରି ମୃତଦେହ କେବେ ଆସି ନେବେବୋଲି ପଚାରିଥିଲେ। ଶେଷରେ ତମାସ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ମୃତଦେହ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଜିଲା ପ୍ରଶାସନ ସହାୟତାରେ ସାବିତ୍ରୀଙ୍କ ମୃତଦେହ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଏନେଇ ଗୋଆରୁ ଆସିଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିବାରୁ ଉକ୍ତ ନମ୍ବରଟି ପୋର୍ଭୋରିମ ଥାନାର ବୋଲି ଜଣାପଡିଥିଲା। ସାବିତ୍ରୀଙ୍କୁ ଗତ ୭ ତାରିଖରେ ହତ୍ୟା କରାଯାଇଥିଲା, ୧୦ ତାରିଖରେ ତାଙ୍କ ମୃତଦେହ ଜବତ କରିଥିଲୁ। ହତ୍ୟା ଅଭିଯୋଗରେ ଗଞ୍ଜାମ ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କୁ ମଧ୍ୟ ଅଟକ ରଖିଛୁ ବୋଲି ସମ୍ପୃକ୍ତ ଥାନାର ପୋଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ୫ ବର୍ଷ ତଳେ ସାବିତ୍ରୀଙ୍କ ସ୍ବାମୀ କାଳିକା ବଡରଇତ କେଉଁଆଡେ ଚାଲିଯିବାପରେ ସେ ରୋଜଗାର ପାଇଁ ଗୋଆ ଚାଲିଯାଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ
ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ
ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…
Archives

