Posted inଫୁରସତ

ଗେମିଂ ବେଡ୍‌

ସେ ଛୋଟ ହୁଅନ୍ତୁ କି ବଡ଼, ଭିଡିଓ ଗେମ୍‌ ଖେଳିବାକୁ ଅନେକେ ଭଲପାଆନ୍ତି। ହେଲେ ଦୀର୍ଘ ସମୟ ବସି ବସି ଖେଳୁ ଖେଳୁ ଅଣ୍ଟା କାଟିଥାଏ। ଅନେକ ସମୟରେ ଅଣ୍ଟା କାଟିବା ଯୋଗୁ ଖେଳ ଅଧା ବନ୍ଦ କରିବାକୁ ଅନେକେ ବାଧ୍ୟ ହୁଅନ୍ତି। ତେବେ ଜାପାନର ଆସବାବପତ୍ର ଡିଜାଇନ୍‌ କରୁଥିବା ରିଟେଲର୍‌ ‘ବୌହୁଟେ’ ଆଣିଛି ଏମିତି ଏକ ବେଡ୍‌, ଯାହା ସମ୍ପର୍କରେ ଜାଣିଲେ ଭିଡିଓ ଗେମ୍‌ ଖେଳୁଥିବା ବ୍ୟକ୍ତି ଖୁସିରେ ଉଛୁଳି ଉଠିବେ। ‘ଗେମିଂ ବେଡ୍‌’ ନାମକ ଏହି ବେଡ୍‌ରେ ବସିକି ଖେଳିବାର ଆବଶ୍ୟକତା ନାହିଁ। ଆପଣ ଆରାମରେ ଶୋଇକି ଖେଳିପାରିବେ। ଉକ୍ତ ବେଡ୍‌ରେ ଆରାମଦାୟକ ମାଟ୍ରେସ୍‌, ଗେମିଂ ବ୍ଲାଙ୍କେଟ୍‌, ନିଜ ଆବଶ୍ୟକତା ମୁତାବକ ଉଠାଇ ହେଉଥିବା ହେଡ୍‌ବୋର୍ଡ, ଏକ ଡେସ୍କ, ସ୍ନାକ୍‌ ହୋଲ୍ଡର୍‌ ଓ ଏକ ଫ୍ଲେକ୍ସିବଲ୍‌ ସ୍ମାର୍ଟଫୋନ୍‌ ହୋଲ୍ଡର ଅଛି। ଯଦ୍ଦ୍ବାରା ଆରାମରେ ଶୋଇ ରହି, ଖାଇ ପିଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳିପାରିବେ। ଭିଡିଓ ଗେମ୍‌ ଅଧିକ ସମୟ ଖେଳିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ହେଲେ ଏହି ବେଡ୍‌ ଗେମ୍‌ ଖେଳୁଥିବା ବ୍ୟକ୍ତିଙ୍କୁ ବେଶ୍‌ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri