ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ଆଈନାତି: ୫ଶହ ଭାତା, ୧୦ କେ.ଜି. ଚାଉଲ ସାହାଭରସା

ଲାଠୋର, ୧୯।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ଚାଉଲଡ଼ିଆ ଗଁାର ବୁରୁଧ୍‌ ବିଧବା ପ୍ରେମ କୁମ୍ଭାର(୭୦) ଆର ନାତି ମହେଶ କୁମ୍ଭାର(୬)। ଜାଗାବାଡ଼ି, ଘରଦୁଆର ଅଭାବୁ ଦୁଇ ଆଈନାତି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର ଦେଖ୍‌ବାକେ ମିଲିଛେ। ସରକାରୀ ଯୋଜନାରେ ଘରଡ଼ିହ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ବୁରୁଧ୍‌ ପ୍ରେମ ଦାବି କରିଛନ୍‌।
ସୂଚନା ଅନ୍‌ସାରେ ଚାଉଲଡ଼ିଆ ଗଁାର ବୁରୁଧ୍‌ ବିଧବା ପ୍ରେମ କୁମ୍ଭାର(୭୦)କଁର ପରିବାର କହେଲେ ବିଧବା ବହ ଗାୟତ୍ରୀ, ନାତି ମହେଶ ଆର ପ୍ରଭାତକୁଁ ନେଇ ସଁସାର। ପରବାରଟା ନିହାତି ଗରିବ୍‌, ଜମିବାଡ଼ି, ଘରଡିହ ବଲି କିଛି ନାଇଁ। ଗଁାମୁଡେ ଗୁଟେ ଗୋଚର ଜାଗାରେ ଝାଟିମାଟିର କୁରିଆଟେ କରି ପରିବାର ମୁଡ଼ ଗୁଁଜିଛନ୍‌। ବଛ୍‌ରେ ତଲେ ଦୁଖ୍‌ସୁଖ, ଦାଦନ ଖଟି ପରିବାରଟା ହଁସଖୁସିରେ ଚଲିଯାଉଥିଲେ। ଗଲା ବଛର ବୁରୁଧ୍‌ ପ୍ରେମକୁଁ ଛାଡ଼ି ପୁଓ କାହ୍ନା କୁଟୁମବସିଆ ଆନ୍ଧ୍ରପ୍ରଦେଶକେ ଦାଦନ ଖଟି ଯାଇଥିଲେ। ହେଲେ ସେଠାନେ କାମ୍‌ କଲାବେଲେ ବିଦ୍ୟୁତ୍‌ ଆଘାତ୍‌ରେ କାହ୍ନାକଁର ମୁର୍‌ତୁ ହେଇଥିଲା। କାହ୍ନାକଁର ମୁର୍‌ତୁରେ ପରିବାରଟା ଭାଂଗି ପଡ଼ିଥିଲେ। ମାସ୍‌କେତେ ଉତାରୁ କାହ୍ନାକଁର ମାଏକିନା ଗାୟତ୍ରୀ ବଡ଼ ପୁଓ ମହେଶକେ ବୁଢ଼ୀ ଶାଶ୍‌ ପ୍ରେମକଁର ପାସେ ଛାଡ଼ି ସାନପୁଓକେ ଧରି ବାପ୍‌ ଘରକେ ପଲେଇ ଗଲେ। ଏନ୍‌ତାଥି ଆଈନାତି ବେସାହାରା ପାଲଟିଯାଇଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବଲାଙ୍ଗୀର ଜିଲା ଶିଶୁ ସୁରକ୍ଷା ଅଧ୍‌କାରୀ ଲକ୍ଷ୍ମୀ ସିଂ ଆର ଜିଲା ସମାଜ ସୁରକ୍ଷା ଅଧ୍‌କାରୀ କ୍ଷିରୋଦ୍ର ତ୍ରିପାଠିକଁର ନିରଦେଶରେ ସାମାଜିକ କରମୀ ଅରୁଣ ଖୁଆସ ଚାଉଲଡ଼ିଆ ଗଁାରେ ପୁହୁଁଚିଥିଲେ। ସେ ଗଁାବାସୀକର ସଂଗେ ଆଲୋଚନା କରବାର ସଂଗେ ୧୬ା୩ା୨୦୧୯ରେ ଆଈନାତିକୁ ଉଧାର କରିଥିଲେ। ବୁରୁଧ୍‌ ପ୍ରେମକୁଁ ଜରାସିଂହା ପାସର ସାଲେପାଲି ବୃଦ୍ଧାଶ୍ରମରେ ଆର ସେ ଗଁାରେ ଥିବାର ମଙ୍ଗଳ ପାଠାଗାର ଶିଶୁ ଗୃହରେ ମହେଶକୁଁ ଥଇଥାନ କରିଥିଲେ। ହେଲେ ଆଈନାତି ସେଠାନେ ଦିନାକେତେ ରହିଲା ଉତାରୁ ଗଁାକେ ପଲେଇ ଆସିଥିଲେ। ଏହେଦେ ବୁରୁଧ୍‌ ପ୍ରେମ ମାସିକ ପାଉଥିବାର ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲରେ ଆଈନାତି ବଡ଼ା ଗୁଲ୍‌ଗୁଲା ହେଇ ଚଲୁଛନ୍‌। ଇ ଦିଗେ ଜିଲା ଆର ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌କୁଁ ସରକାରୀ ଯୋଜନାରେ ୪ ଡେସିମିଲ ଘରଡିହ, ପକାଘର ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri