‘ଗୁପ୍ତ ସମ୍ପର୍କ’ର ଶ୍ରୀୟା

ଦୁଇବର୍ଷ ତଳେ ଓଡ଼ିଆ ଯାତ୍ରାଜଗତକୁ ଆସିଥିଲା ଗୋଟିଏ ନାଟକ ‘ଗୁପ୍ତ ସମ୍ପର୍କ’। ଏହି ନାଟକକୁ ନବଘନ ରାଉଳ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ତାପସ ସ୍ବାଇଁ। ନାଟକଟିକୁ ସାରା ଓଡ଼ିଶାର ଦର୍ଶକ ଗ୍ରହଣ କରିଥିଲେ। ନାଟକଟିର ସଫଳତା ଦୁଇବର୍ଷ ପରେ ମଧ୍ୟ ବଳବତ୍ତର ରହିଛି। ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ ଚଳିତବର୍ଷ ମଧ୍ୟ ଏହି ନାଟକ ପରିବେଷଣ କରି ବିଗତ ବର୍ଷଗୁଡ଼ିକର ଲୋକପ୍ରିୟତା ସାଉଣ୍ଟିବାରେ ସଫଳ ହେଉଛିି। ତେବେ ଏଥିରେ କଳାକାର ପରିବର୍ତ୍ତନ ହୋଇ ସାରିଛନ୍ତି। ନାଟକର ଏକ ପ୍ରମୁଖ ଚରିତ୍ର ହେଉଛି ଶ୍ରୀୟା। ଏହି ଭୂମିକାରେ ବର୍ତ୍ତମାନ ଅଭିନୟ କରୁଛନ୍ତି ଅଭିନେତ୍ରୀ ଚିନ୍ମୟୀ ପଣ୍ଡା। ଚିନ୍ମୟୀ କହନ୍ତି, ଚରିତ୍ରଟି ଖୁବ୍‌ ସୁନ୍ଦର। ଏଥିରେ ଅଭିନୟକରି ସେ ଖୁବ୍‌ ଖୁସି ଅନୁଭବ କରୁଛନ୍ତି। ତାଙ୍କର ଜଣେ ବାନ୍ଧବୀ କିଭଳି ତାଙ୍କ ସହିତ ଅପ୍ରାକୃତିକ ପ୍ରେମ ସମ୍ବନ୍ଧ ରଖିବାକୁ ଚାହୁଁଛି ଆଉ ସମ୍ପର୍କ ରଖିବାରେ ବିଫଳ ହୋଇ କିଭଳି ତାକୁ ଦୁଃଖ କଷ୍ଟ ଦେଉଛି – ଏପରିକି ତାକୁ ମାନସିକ ରୋଗୀରେ ପରିଣତ କରିଦେଉଛି ତାହାକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚରିତ୍ର। ଏଥିରେ ତାଙ୍କୁ ଅଭିନୟ କରିବା ପାଇଁ ଭରପୂର ସୁଯୋଗ ରହିଛି। ଚଳିତ ବର୍ଷ ‘ବିଶ୍ୱ ଦରବାର’ରେ ଚିନ୍ମୟୀ ଅଭିନୟ କରିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତୁମ କଥା ଭାରି ମନେପଡୁଛି ଏବଂ ଚଉଠି ରାତିର ଚଉଦ କଥା।

ପିଲାଟି ବେଳୁ ଅଭିନୟ ଆଡ଼କୁ ଆକୃଷ୍ଟ ହୋଇଥିଲେ ଚିନ୍ମୟୀ। ଯାତ୍ରା ଅନୁଷ୍ଠାନ ‘ଦର୍ଶକ ମହଲ’ରେ ସେ ପ୍ରକ୍ସି-ନାୟିକା ଭାବରେ ନାୟିକା ମନ୍ଦାକିନୀଙ୍କ ସ୍ଥାନରେ ଯୋଗଦେଇ ତାଙ୍କର ଯାତ୍ରା କ୍ୟାରିଅର ଆରମ୍ଭ କରିଥିଲେ। ପରେ ପରେ ଆସିଲେ ‘ରଙ୍ଗମହଲ’ ଏବଂ ‘ଗୌରୀ ଗଣନାଟ୍ୟ’କୁ। ଚଳିତ ବର୍ଷ ସେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ରେ। ଏତଦ୍‌ବ୍ୟତୀତ ସେ କିଛିଦିନ ‘ଯାତ୍ରା ଭବାନୀ’ରେ ମଧ୍ୟ ଅଭିନୟ କରିଥିଲେ। ଚିନ୍ମୟୀଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ନ ଦିନ ପାଇଁ ନବକଳେବର’, ‘ମୁଁ ଈଶ୍ୱର ବେହେରା ଝିଅ’, ‘ମା’ଲୋ କଲିକତିଆ ବୋହୂ’, ‘ଦେଖିଲେ ଜାଣିବ ଦରଦ କେତେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ଛ’ଣା ପୁରୁଷ ଦଶଣା ନାରୀ, ‘ଅନ୍ଧଦର୍ଶକ’, ‘ସଂସାରକୁ ମୋତେ ଡର ଲାଗୁଛି’ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?