ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ

ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି କି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରେ ୮୩ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ବନ୍ଦ କରିଛନ୍ତି। ପ୍ରତିବର୍ଷ ବହୁ ଶିକ୍ଷକ, କର୍ମଚାରୀ ଅବସର ନେଉଥିବା ବେଳେ ନୂଆ ନିଯୁକ୍ତି ଦିଆ ନ ଯିବା ଜିଲାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଗଭୀର ପ୍ରଭାବିତ କରିଛି। ଜିଲାର ୧୩୧ ସରକାରୀ ହାଇସ୍କୁଲ ମଧ୍ୟରୁ କେବଳ ୨୨ଟିରେ ପ୍ରଧାନ ଶିକ୍ଷକ ଥିବା ବେଳେ ୪୨୧ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିପରି ବହୁ ସ୍କୁଲରେ କିରାଣି, ପିଅନ ନ ଥିବାରୁ ସେଠାରେ ଥିବା ଶିକ୍ଷକଙ୍କୁ ସେହି କାମ କରିବାକୁ ପଡ଼ୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲାରେ ଗଣଶିକ୍ଷା ବିଭାଗ ଅଧୀନରେ ମୋଟ ୨୪୩ଟି ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୫ଟି ପୁରାତନ ହୋଇଥିବା ବେଳେ ୯୫ଟି ନୂତନ ଓ ୨୧ଟି ଉନ୍ନୀତ ହାଇସ୍କୁଲକୁ ମିଶାଇ ମୋଟ୍‌ ୧୩୧ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେହିପରି ବ୍ଲକ ଗ୍ରାଣ୍ଟ ସ୍କୁଲ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ସଂଖ୍ୟା ୯୮ ଏବଂ ଅନୁଦାନ ପ୍ରାପ୍ତ ୧୪ଟି ହାଇସ୍କୁଲ ଅଛି। ତେବେ ଏସବୁ ମଧ୍ୟରୁ ବହୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। କିଶୋରନଗର ବ୍ଲକରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ବି ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି ଆଠମଲ୍ଲିକ ବ୍ଲକରେ ଥିବା ହାଇସ୍କୁଲ ମଧ୍ୟରୁ ମାତ୍ର ଗୋଟିଏରେ ଜଣେ ପ୍ରଧାନ ଶିକ୍ଷକ ଥିବାବେଳେ ବଅଁରପାଳ ବ୍ଲକରେ ୩ ଜଣ, ଛେଣ୍ଡିପଦାରେ ୩, ଅନୁଗୋଳ ବ୍ଲକରେ ୪, ତାଳଚେରରେ ୨, ପାଲଲହଡ଼ାରେ ୪ ଓ କଣିହଁା ବ୍ଲକରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ୫ଟିରେ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଛନ୍ତି। କେବଳ ପ୍ରଧାନଶିକ୍ଷକ ନୁହନ୍ତି, ଜିଲାରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ବିଷୟଭିତ୍ତିକ ଶିକ୍ଷକ ଓ ପିଇଟି ଆଦିରେ ପ୍ରାୟ ୧୮୬୭ ଶିକ୍ଷକଙ୍କ ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ମାତ୍ର ୧୪୪୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ସେହିଭଳି ୧୨୯ ଜଣ କିରାଣିଙ୍କ ସ୍ଥାନରେ ୮୫ ଜଣ ଓ ୨୫୯ ପିଅନଙ୍କ ସ୍ଥାନରେ ୧୬୨ ଜଣ ଅଛନ୍ତି। ୧୦୧ ଜଣ ରାତି ଜଗୁଆଳି ପଦବୀ ଥିଲେ ବି ମାତ୍ର ୬୬ ଜଣ କାର୍ଯ୍ୟରତ ଅଛନ୍ତି। ଏପରି କି ୮ଟି ବ୍ଲକ ମଧ୍ୟରୁ ଗୋଟିଏରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏଯାଏ ନିଯୁକ୍ତି ଦିଆଯାଇ ନାହିଁ। ଜିଲାରେ ଦ୍ୱିତୀୟ ଶ୍ରେଣୀ ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) ପଦବୀ ୧୦ ଥିବା ବେଳେ ବର୍ତ୍ତମାନ ମାତ୍ର ୩ ଜଣ ଏହି ପଦବୀରେ ରହିଛନ୍ତି। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ପୂରଣ ହେଉ ନ ଥିବାରୁ ସେଠାରେ ସହକାରୀ ଶିକ୍ଷକ ଦାୟିତ୍ୱ ସମ୍ଭାଳୁଛନ୍ତି। ଫଳରେ ଦୁଇଟିଯାକ କାର୍ଯ୍ୟକୁ ସେମାନେ ଠିକ୍‌ ଭାବେ କରିପାରୁ ନ ଥିବା ବେଳେ ଅନେକ କ୍ଷେତ୍ରରେ ସହକର୍ମୀମାନେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଆବଶ୍ୟକ ସହଯୋଗ କରୁ ନ ଥିବା ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଉଛି। ଏହାର ପ୍ରଭାବ ସିଧାସଳଖ ଶିକ୍ଷାଦାନ ଉପରେ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri