Posted inଫୁରସତ

ଗୁଗୁଲ ଆଇକନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ନୂଆଦିଲ୍ଲୀ, ୧୮ା୪- ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ଗୁଗୁଲ। ସର୍ଚ୍ଚ ଇଞ୍ଜିନ ଗୁଗୁଲ ଡୁଡୁଲସ୍ ସିରିଜରେ ଶନିବାର ସମସ୍ତ ଜରୁରିକାଳୀନ ସେବା କର୍ମଚାରୀଙ୍କୁ ଏକକାଳୀନ ଉପସ୍ଥାପନ କରି ସେମାନଙ୍କୁ ଧନ୍ୟବାଦ ଜଣାଯାଇଛି। ସମସ୍ତ ଡାକ୍ତର କର୍ମଚାରୀ, ଜନସ୍ବାସ୍ଥ୍ୟ, ପରିମଳ କର୍ମଚାରୀ, କୃଷକ, ଗବେଷଣାରତ କର୍ମଚାରୀ, ଗ୍ରୋସରୀ, ଖାଦ୍ୟସେବା, ପରିବହନ, ବିତରଣ, ଶିଶୁ ଯତ୍ନ କର୍ମଚାରୀ, ପ୍ୟାକେଜିଂ, ଶିପିଂ କର୍ମଚାରୀ ପ୍ରମୁଖଙ୍କୁ ଏହି ଆଇକନ ମାଧ୍ୟମରେ କୃତଜ୍ଞତା ଜଣାଯାଇଛି ।ଏହି କୋଲାଜ ଆଇକନରେ ଗୁଗୁଲ ବନାନ ପାଇଁ ଥିବା ‘ଓ’ରେ ଏହି ଯୋଦ୍ଧାମାନଙ୍କୁ ଦର୍ଶାଯାଇଛି ଓ ମଝିରେ, ଚାରିପାଖରେ ହାର୍ଟ ବା ଲଭ୍ ଇମେଜ ରହିଛି ।
କୋଭିଡ-୧୯ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ସମୟରେ ଲୋକେ ବର୍ତ୍ତମାନ ଅଧିକ ମାତ୍ରାରେ ପରସ୍ପରକୁ ସାହାଯ୍ୟ କରିବାକୁ ଏକାଠି ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଆଗଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନିବା ଏବଂ ସମ୍ମାନ ଜଣାଇବା ପାଇଁ ଏପ୍ରିଲ ୬ରୁ ଏହି ଡୁଡୁଲ ସିରିଜ ଆରମ୍ଭ କରାଯାଇଛି ବୋଲି ଡୁଡୁଲ ଟିମ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଜରୁରିକାଳୀନ ବିଭାଗର କର୍ମଚାରୀଙ୍କୁ ଏଥିରେ ସ୍ଥାନିତ କରାଯାଉଥିବାବେଳେ ଶନିବାର ସମସ୍ତଙ୍କୁ ମିଶାଇ ଏହି ଆଇକନରେ ରଖାଯାଇଛି। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ସମସ୍ତ ତଥ୍ୟ ଏବଂ ସଂକ୍ରମଣ ରୋକିବାକୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ୱେବସାଇଟରେ ସୂଚନା କରାଯାଉଛି ବୋଲି ଏହି ଟିମ୍ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri