ଗୁଗଲ୍‌ରେ ସର୍ଚ୍ଚ କରି ଲଜ୍‌ ବୁକିଂ ମହଙ୍ଗା ପଡ଼ିଲା: ଠକାମିର ଶିକାର ହେଲେ ପର୍ଯ୍ୟଟକ, ଲଜ୍‌ ମାଲିକ ଗିରଫ

ଗୋପାଳପୁର,୫ା୧ -ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର କେତେଜଣ ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ବୁଲିବା ପାଇଁ ଯୋଜନା କରିଥିଲେ। ଏନେଇ ଗୁଗଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା ଏକ ରିସର୍ଟ ମ୍ୟାନେଜରଙ୍କ ମୋବାଇଲ ନମ୍ବର ପାଇଥିଲେ। ତାଙ୍କୁ ଫୋନ କରି ୧୭ଟି ରୁମ୍‌ ବୁକିଂ କରିବା ସହ ଅଗ୍ରିମ ବାବଦକୁ ୩୦ ହଜାର ଟଙ୍କା ସେ ଦେଇଥିବା ଆକାଉଣ୍ଟକୁ ପଠାଇଥିଲେ। ମାତ୍ର ୪ ତାରିଖରେ ଆସି ଗୋପାଳପୁରରେ ପହଞ୍ଚତ୍ବାପରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ହୋଟେଲରେ ରୁମ୍‌ ନ ମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ହୋଟେଲ ମାଲିକଙ୍କୁ ଗିରଫ କରିଛି।
ଯେ, ୧୩ ସେପ୍ଟେମ୍ବର ୨୦୧୯ରେ ଚବିଶିପ୍ରଙ୍ଗଣା ଅଞ୍ଚଳର ଲକ୍ଷ୍ମଣ ତାଲୁକଦାର ଗୁଗୁଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା ସି ଭ୍ୟୁ ରିସୋର୍ଟ ମ୍ୟାନେଜର ତମଲ ବାନାର୍ଜୀଙ୍କ ଫୋନ ନମ୍ବର ପାଇଥିଲେ। ତାଙ୍କୁ କଲ୍‌ କରି ଜାନୁୟାରୀ ୪ ଓ ୫ ପାଇଁ ୧୭ଟି ରୁମ ବୁକ୍‌ କରିଥିଲେ। ଭଡା ବାବଦକୁ ୩୦ ହଜାର ଟଙ୍କା ଦେବାକୁ ବାନାର୍ଜୀ କହିଥିଲେ। ବାନାର୍ଜୀ ତାଙ୍କର ଜଣେ ସାଙ୍ଗଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ସେଥିରେ ୨୫ ହଜାର ଟଙ୍କା ଅଗ୍ରିମ ପୈଠ କରିବାକୁ କହିଥିଲେ। ତାଲୁକଦାର ଉକ୍ତ ଆକାଉଣ୍ଟରେ ୨୫ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ଶୁକ୍ରବାର ବାନାର୍ଜୀଙ୍କୁ ଫୋନ କରି ଶନିବାର ସକାଳେ ପହଞ୍ଚତ୍ବୁ ବୋଲି କହିଥିଲେ। ୬୦ ଜଣ ପର୍ଯ୍ୟଟକ ଏକ ଟୁରିଷ୍ଟ ବସ୍‌ ଯୋଗେ ଶନିବାର ସକାଳେ ଗୋପାଳପୁର ବେଳାଭୂମିରେ ପହଞ୍ଚତ୍ଥିଲେ। ସି ଭ୍ୟୁ ରିସୋର୍ଟ ଲଜ୍‌କୁ ଯାଇ ମାଲିକ ସୁବାଶିଷ ଦତ୍ତଙ୍କ ସହ ତାଲୁକ୍‌ଦାର ରୁମ୍‌ ବିଷୟରେ ଆଲୋଚନା କରିଥିଲେ। ମାତ୍ର ସେ ଏ ବିଷୟରେ କିଛି ଜାଣିନାହାନ୍ତି, ତେଣୁ ରୁମ୍‌ ଦେଇପାରିବେ ନାହିଁ ବୋଲି କହିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପର୍ଯ୍ୟଟକମାନେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଲଜ୍‌କୁ ଯାଇ ମାଲିକଙ୍କ ସହ ଆଲୋଚନା କରିଥିଲେ। କୌଣସି ସମାଧାନ ନ ହେବାରୁ ନଂ.୧/୨୦ରେ ମାମଲା ରୁଜୁ କରି ଲଜ୍‌ ମାଲିକ ସୁବାଶିଷଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। କମଲ ବାନାର୍ଜୀ ଫେରାର ହୋଇଯାଇଛନ୍ତି। ପୋଲିସ ଉକ୍ତ ପର୍ଯ୍ୟଟକଙ୍କୁ ରହିବା ପାଇଁ ୟୁଥ୍‌ ହଷ୍ଟେଲ ଓ ଗୋପାଳପୁର ନୂଆ ବସ୍‌ଷ୍ଟାଣ୍ଡରେ ରୁମ୍‌ ଯୋଗାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri