Posted inଫୁରସତ

ଗିନିଜ୍‌ ବିଲେଇ ନିଖୋଜ

ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ ବିଲେଇ ନୁହେଁ। ଗିନିଜ୍‌ ଓ୍ବର୍ଲଡ ରେକର୍ଡ କରିଥିବା ବିଲେଇ। ଗୋଟିଏ ନୁହେଁ; ଦୁଇଟି ବିଲେଇ ନିଖୋଜ୍‌। ୨୦୧୭ରୁ ଦୁଇଟି ବିଲେଇ ନିଖୋଜ ଅଛନ୍ତି ଯେ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ମାତ୍ର ସେହି ଦୁଇ ବିଲେଇଙ୍କୁ ନେଇ ଏବେ ସୁଦ୍ଧା ଖବର ପ୍ରଚାର ଚାଲିଛି। ବିଲେଇ ଦୁଇଟି ସେମାନଙ୍କ ଲାଞ୍ଜ ନିମନ୍ତେ ଗିନିଜ ଓ୍ବାର୍ଲଡ ରେକର୍ଡ଼ କରିଥିଲେ। ଗୋଟିଏ ବିଲେଇର ଲାଞ୍ଜର ଲମ୍ବ ୧୯ ଇଞ୍ଚ ହୋଇଥିବା ବେଳେ ଅନ୍ୟ ବିଲେଇଟିର ଲାଞ୍ଜର ଲମ୍ବ ଥିଲା ୧୭ ଇଞ୍ଚ। ୧୯ ଇଞ୍ଚ ଲମ୍ବ ବିଶିଷ୍ଟ ବିଲେଇର ନାମ ଆର୍କଚରସ୍‌। ସେହିଭଳି ୧୭ ଇଞ୍ଚ ଲମ୍ବ ବିଶିଷ୍ଟ ବିଲେଇର ନାମ କାଇଗ୍‌ନସ୍‌। ଏମାନଙ୍କର ମାଲିକ ହେଉଛନ୍ତି ଓ୍ବିଲି ପାଓ୍ବାର ଏବଂ ଲରେନ୍‌ ପାଓ୍ବାର। ସେମାନେ କହିଛନ୍ତି ଯେ, ଗୋଟିଏ ଅଗ୍ନିକାଣ୍ଡ ଘଟଣା ପରେ ବିଲେଇ ଦୁଇଟି କେଉଁଠି ନିଖୋଜ୍‌ ହୋଇଯାଇଛନ୍ତି। ନିଅଁାରେ ସେମାନେ ପୋଡ଼ି ମରିନାହାନ୍ତି। କାରଣ ବିଲେଇ ଦୁଇଟିର ଅବଶେଷ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri