ଗାୟିକା ଅଭିନେତ୍ରୀ ଚିନୁ

ପିଲାଟିବେଳୁ ଗୀତ ଗାଉଥିଲେ ଚିନୁ ଓରଫ୍‌ ହେନାରାଣୀ ଦାସ। କଟକ ଜଲା ବହୁଗ୍ରାମର ବିନୋଦ ଦାସ ଓ ଅବନୀ ଦାସଙ୍କ ଏହି ଝିଅ ଯେ ଦିନେ ଯାତ୍ରା ଜଗତର ଜଣେ ଗାୟିକା ହୋଇ ସୁନାମ ଅର୍ଜନ କରିବେ, ସେକଥା କେହି କେବେ ଭାବି ନ ଥିଲେ। ଯାତ୍ରାର ସୁଯୋଗ ବି ତାଙ୍କ ନିକଟକୁ ଆସିଥିଲା ଭାରି ଆକସ୍ମିକ ଭାବରେ। ବାପା ବିନୋଦ ଥିଲେ ଜଣେ ସଂଗୀତ ମାଷ୍ଟର। ପାଞ୍ଚବର୍ଷ ବୟସରୁ ବାପାଙ୍କ ପାଖରେ ବସି ହାରମୋନିଅମ୍‌ରେ ଗୀତ ଗାଉଥିଲେ ଚିନୁ। ବଡ଼ ହେବା ପରେ ବିଭିନ୍ନ ଭଜନ ସମାରୋହ ତଥା ମେଲୋଡି ପ୍ରୋଗ୍ରାମରେ ଗୀତ ଗାଉଥିଲେ। ସେହି ଦୃଷ୍ଟିରୁ ତାଙ୍କର ଯାତ୍ରା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମଲ୍ଲିକଙ୍କ ସହିତ ପରିଚିତ ଥିଲା। ଦିନକର ଘଟଣା। ମାହାଙ୍ଗାରେ ‘ମା’ ମଙ୍ଗଳା ଗଣନାଟ୍ୟ’ ଯାତ୍ରା କରୁଥାଏ। ସେଠାରେ ମନୋଜ ପଣ୍ଡାଙ୍କର ଗୋଟିଏ ନାଟକ ମଧ୍ୟ ହେଉଥାଏ। ହେଲେ ସେଦିନ ପାର୍ଟିର ମୁଖ୍ୟ ଗାୟିକା ଅସୁସ୍ଥ ହୋଇପଡ଼ିଲେ। କ’ଣ କରାଯିବ କେହି କିଛି ବୁଝିପାରିଲେ ନାହିଁ। କୋଉଠୁ ଜଣେ ଗାୟିକା ଯୋଗାଡ଼ କରାଯିବ, ଯିଏ ଆସି ମେଲୋଡି ଗାଇବା ସହିତ ନାଟକର ଗୀତ ଉଠେଇ ଗାଇପାରିବ। ଶାନ୍ତନୁ ବାବୁଙ୍କର ମନେପଡ଼ିଲା ଚିନୁ ଓରଫ ହେନାଙ୍କ କଥା। ସେ ତୁରନ୍ତ ଆସି ପହଞ୍ଚତ୍ଲେ ତାଙ୍କ ଘରେ। ଚିନୁ ବି ମନା କରିପାରିଲେ ନାହିଁ। କାରଣ, ପିଲାଟିବେଳୁ ସେ ସଂଗୀତକୁ ଭଲ ପାଇ ବସିଥିଲେ। ପୁଣି ଗୋଟେ ଅନୁଷ୍ଠାନ ବିପଦରେ ପଡ଼ିଛି ଯେତେବେଳେ ସେ କେମିତି ମନା କରିପାରିବେ। ଈଶ୍ୱରଙ୍କୁ ଡାକି ଚିନୁ ଗଲେ। ଅଳ୍ପକିଛି ରିହରସାଲ ମଧ୍ୟରେ ସେ ଗୀତ ସବୁକୁ ଉଠେଇନେଲେ। ଆଉ ରାତିରେ ଖୁବ୍‌ ଆତ୍ମବିଶ୍ୱାସର ସହିତ ଗୀତ ଗାଇଲେ। କେହି ବିଶ୍ୱାସ କରିପାରି ନ ଥିଲେ ଯେ, ଜଣେ ନୂଆ ଗାୟିକା ଆସି ଏମିତି ଭାବରେ ନାଟକକୁ ଉଠେଇ ନବ। ନାଟ୍ୟକାର ମନୋଜ ପଣ୍ଡା ଖୁବ୍‌ ଖୁସି ହୋଇଗଲେ। ତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଆଉ କଳା ପ୍ରତି ସମର୍ପଣ ଭାବକୁ ଦେଖି କହିଲେ, ତୁମେ ମେଲୋଡ଼ିରେ ନ ଗାଇ ଯାତ୍ରାରେ ଗାଅ। ବହୁତ ଲୋକ ତୁମକୁ ଶୁଣିବେ। ଆଉ ଭଲ ରୋଜଗାର ବି କରିପାରିବ। ମନୋଜ ପଣ୍ଡା ହିଁ ଚିନୁଙ୍କୁ ନେଇ ଆସିଲେ ‘ଗୌରୀ ଗଣନାଟ୍ୟ’କୁ। ପ୍ରଥମବର୍ଷ ସେ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କାରେ ଚୁକ୍ତିବଦ୍ଧ ହେଲେ ଗାଇବା ପାଇଁ। ବାସ୍‌, ଯାତ୍ରାରେ ପ୍ରବେଶ ହୋଇଗଲା ଚିନୁଙ୍କର। ଇତିମଧ୍ୟରେ ସେ ‘ଗୌରୀ’, ‘ତୁଳସୀ’, ‘ସ୍ବର୍ଣ୍ଣମହଲ’ ଆଦି ପାର୍ଟିରେ କାମ କରି ସମ୍ପ୍ରତି ସେ ‘ଇନ୍ଦ୍ରଭୁବନ’ରେ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଛନ୍ତି। ସେ ଗାଇଥିବା କେତୋଟି ଲୋକପ୍ରିୟ ଗୀତ ହେଉଛି ସଞ୍ଜରୁ ସକାଳ ସକାଳରୁ ସଞ୍ଜ (ମାଳିସାହି ମୀରା କାହାରି ନୁହଁ), ଶହେ ଶହେରେ ଖେଳ (ଟାଇଟଲ ଗୀତ), ବନ୍ଧନ ବନ୍ଧନ ଏ ସ୍ନେହର ବନ୍ଧନ (ଭାଇଭଉଣୀର ନୂଆ କାହାଣୀ), ଏ ରାତିର ମୁଁ ନାୟିକା ସାଜିଛି ଅଭିସାରିକା (ସୁନାହରିଣୀ), ତୋ ନଁା ଲେଖିଦେଲି ମୋ ନଁା ପାଖରେ (ଶାର୍ଟ ହଜିଛି ସନା ଦାସର)। ଚିନୁ କେବଳ ଜଣେ ଗାୟିକା ନୁହନ୍ତି; ସେ ଖୁବ୍‌ ଭଲ ଅଭିନୟ କରିପାରନ୍ତି ମଧ୍ୟ। ସବୁପ୍ରକାର ଅଭିନୟ କରିବାର ଦକ୍ଷତା ରଖିଥିଲେ ମଧ୍ୟ ତାଙ୍କର ପସନ୍ଦ ନେଗେଟିଭ୍‌ ରୋଲ୍‌। ସେ ଅଭିନୟ କରିଥିବା ନାଟକ ମଧ୍ୟରେ ରହିଛି ‘ବାଜେ ଝିଅର ଲଭ୍‌ଷ୍ଟୋରି’, ‘ପ୍ରେମରେ ଲାଗିଛି ନିଅଁା’, ‘କଂଗ୍ରେସ କନିଆ ବିଜେଡି ବର’, ‘ମିଛୁଆ ସ୍ବାମୀ’। ଗୀତ ହେଉଛି ତାଙ୍କର ପ୍ରଥମ ପସନ୍ଦ। ସେ ସଙ୍ଗୀତକୁ ନିଜ ପ୍ରେମିକ ଆଉ ସ୍ବାମୀ ବୋଲି ମନେ କରିଥାନ୍ତି। ହେଲେ ବି ଅଭିନୟ ପ୍ରେମରୁ ମୁକୁଳି ପାରିନାହାନ୍ତି। ତାଙ୍କର ସ୍ବପ୍ନ ଯାତ୍ରାର ମାଲିକମାନେ ତାଙ୍କ ଦକ୍ଷତାକୁ ବୁଝିବେ। ଆଉ ତାଙ୍କୁ ଅଭିନୟ କରିବାର ବି ସୁଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri