Posted inଅପରାଧ

ଗାଡ଼ି ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ: ୩ ଗିରଫ, ୪ ଫେରାର, ବୋଲେରୋ ଜବତ

ବଇଣ୍ଡା,୬।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଗା଼ଡ଼ି ଡ୍ରାଇଭର ଅଜୟ ବେହେରାଙ୍କୁ ମଙ୍ଗଳବାର ରାତିରେ ଅପରହଣ କରାଯାଇଥିବା ନେଇ ସ୍ତ୍ରୀ ଅନିତା ବେହେରା ବୁଧବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୯୫/୧୯ରେ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କ ମଧ୍ୟରୁ ଗୁରୁବାର ୩ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ହଣ୍ଡପା ଥାନା ଚୁଳିଆପୁର ଗ୍ରାମର ଏକାଦଶିଆ ବେହେରା, ଜିତେନ୍ଦ୍ର ବେହେରା, ଜରପଡ଼ା ଥାନା ଭାଗିରଥୀପୁର ଗ୍ରାମର ସୁଦର୍ଶନ ବେହେରା। ସେହିପରି କିଶୋରନଗର ଥାନା ପାଣ୍ଡୁରିପଥର ଗ୍ରାମର ପ୍ରବୀଣ ବେହେରା, ତାପ ବେହେରା, ରେଢାଖୋଲ ଅଞ୍ଚଳର ସୁଶାନ୍ତ ବେହେରା ଓ ପିଙ୍କୁ ବେହେରା ଫେରାର ହୋଇଯାଇଛନ୍ତି। ଏଥିସହିତ ଏହି ଘଟଣାରେ ଏକ ବୋଲେରୋ (ନଂ.ଓଡ଼ି୧୯ପି୧୦୫୮)କୁ ପୋଲିସ ଜବତ କରିଛି।
ପୋଲିସ କହିଛି, ଅଜୟ ଡ୍ରାଇଭର ଭାବେ ଏକାଦଶିଆଙ୍କ କାରକୁ କିଛିମାସ ତଳେ ଚଲାଉଥିଲେ। ତେବେ ଦରମା ଦେଉ ନ ଥିବା ଯୋଗୁ ୨ ମାସ ହେବ କାମ ଛାଡ଼ି ଦେଇଥିଲେ। ମଙ୍ଗଳବାର ଅଜୟ ଘରେ ଥିବାବେଳେ ଏକାଦଶି ଓ ତାଙ୍କ ସହଯୋଗୀମାନେ ଆସି ତାକୁ ଅପହରଣ ଉଦ୍ୟମ କରିଥିଲେ। ଅଜୟଙ୍କ ସ୍ତ୍ରୀ ଅନିତା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ପରେ ଗ୍ରାମବାସୀ ଆସିବାରୁ ଗାଡ଼ି ଧରି ସମସ୍ତେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri