Posted inଖେଳ

ଗାଙ୍ଗୁଲି, ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଗଲା ବିସିସିଆଇ

ନୂଆଦିଲ୍ଲୀ,୨୩।୫: ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷକୁ ବୃଦ୍ଧି କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରୟାସ ଆରମ୍ଭ କରିଛି। ଜଷ୍ଟିସ୍‌ ଆର୍‌.ଏମ୍‌. ଲୋଧା ପ୍ୟାନେଲର ସଂସ୍କାରମୂଳକ ପ୍ରସ୍ତାବ ଅନୁସାରେ ଗାଙ୍ଗୁଲି ଓ ଶାହାଙ୍କୁ ଏବେ ୩ ବର୍ଷୀୟ କୁଲିଂ ଅଫ୍‌ ପିରିୟଡ ଦେଇ ଗତିକରିବାକୁ ହେବ। ବିସିସିଆଇର ପରିବର୍ତ୍ତିତ ସଂସ୍କାରମୂଳକ ସମ୍ବିଧାନ ଅନୁସାରେ ଗାଙ୍ଗୁଲିଙ୍କୁ ଜୁଲାଇ ଓ ଶାହାଙ୍କୁ ଜୁନ୍‌ରେ ଏହି ପିରିୟଡକୁ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଓ ଏହି ଦୁଇଜଣ କ୍ରିକେଟ ପ୍ରଶାସକଙ୍କ କାର୍ଯ୍ୟକାଳ ପୂରା ୩ ବର୍ଷକୁ ବଢାଇବାକୁ ବିସିସିଆଇ ଏବେ ସୁପ୍ରିମକୋର୍ଟ ଯାଇଛି।
ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଧୂମାଲ ଗତବର୍ଷ ଡିସେମ୍ବର ୧ ତାରିଖରେ କୁଲିଂ ଅଫ୍‌ ପିରିୟଡ ନେଇ ବୋର୍ଡ ସମ୍ବିଧାନରେ ପରିବର୍ତ୍ତନ କରାଯାଇଛି ବୋଲି ଦର୍ଶାଇଛନ୍ତି ଓ ସେ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସମ୍ବିଧାନ ଅନୁସାରେ ଯେଉଁ ପ୍ରଶାସକମାନେ ବିସିସିଆଇ କିମ୍ବା ରାଜ୍ୟ ଆସୋସିଏଶନଗୁଡିକରେ ଦୁଇଥର କାର୍ଯ୍ୟକାଳ ପୂରଣ କରିଛନ୍ତି, ସେମାନେ ବାଧ୍ୟତାମୂଳକ ଭାବେ ୩ ବର୍ଷିଆ କୁଲିଂ ଅଫ୍‌ ପିରିୟଡ୍‌ରେ ଯିବେ। ତେଣୁ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଗାଙ୍ଗୁଲି ଓ ଶାହାଙ୍କୁ କ୍ରିକେଟ ପ୍ରଶାସନରୁ ୩ ବର୍ଷ ଦୂରେଇ ରହିବାକୁ ପଡିବ। ଏହି ଦୁଇଜଣ ଗତବର୍ଷ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ୍‌ (ସିଏବି) ଅଧ୍ୟକ୍ଷ ରୂପେ ୫ ବର୍ଷ କାର୍ଯ୍ୟ କରିଥିଲେ। ଫଳରେ ସେ ବୋର୍ଡ ଅଧ୍ୟକ୍ଷ ଭାବେ ମାତ୍ର ୯ ମାସ କାର୍ଯ୍ୟ କରିବାର ସୁଯୋଗ ରହିଛି। ସେହିପରି ଶାହା ମଧ୍ୟ ଗୁଜରାଟ କ୍ରିକେଟ ଆସୋସିଏଶନର ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ। ସମ୍ବିଧାନ ସଂଶୋଧନ ଅନୁଯାୟୀ ଗାଙ୍ଗୁଲି ଓ ଶାହାଙ୍କୁ ପୂରା ୩ ବର୍ଷିଆ କାର୍ଯ୍ୟକାଳ ପୂରା କରିବାରେ କୌଣସି ସମସ୍ୟା ରହିବ ନାହିଁ। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri