ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା କରିବା ସହ ନୂତନ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ। ଗାଁ ଦାଣ୍ଡ ଚଉଁରା ମୂଳେ ମା’ ବୃନ୍ଦାବତୀଙ୍କ ପାଖରେ କୁଆଁରୀମାନେ ଭୋଗ ଲଗାଇବା ସହ ଚାନ୍ଦ ପୂଜା କରିଥିଲେ। ଏଥର ପୂଜା ଲାଗି ସବୁଠି କଇଁଫୁଲର ଅଭାବ ପରିଲକ୍ଷିତ ହୋଇଥିଲା। ବଜାରରେ କଇଁଫୁଲ ଗୋଟା ୧୦ ରୁ ୨୦ ଟଙ୍କାରେ ବିକ୍ରି ହୋଇଥିଲା।
ଗୃହିଣୀ ପ୍ରମିଳା ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଧୁନିକ ସଭ୍ୟତା ପ୍ରଭାବରେ ଦିନକୁ ଦିନ ପାରମ୍ପରିକ ପୂଜା ଓ ଓଷା ହଜିବାକୁ ବସିଲାଣି । ଗୃହିଣୀ ଅର୍ଚ୍ଚନା ଆନ୍ଦିଆ ଅନୁରୂପ ମତ ପ୍ରକାଶ କରି କହିଛନ୍ତି, ଆଗରୁ କୁମାର ପୂର୍ଣ୍ଣିମା ଉତ୍ସବରେ ଝିଅମାନେ ଚାନ୍ଦ ପୂଜା କରି ପୁଚି ଖେଳିବା ସହ ଗୀତ ବୋଲୁଥିଲେ। ବର୍ତ୍ତମାନ ଆଉ ସେଭଳି ଦେଖିବାକୁ ମିଳୁ ନାହିଁ ା ସସ୍ମିତା ବେହେରା କହିଛନ୍ତି, ଆମେ ପିଲାବେଳେ ଧୁମ୍‌ଧାମରେ ଏହି ଉତ୍ସବ ପାଳୁଥିଲୁ। ଏବେକାର ନୀତି ଭିନ୍ନ। ଆଗରୁ କୁଆଁରୀ ମାନେ ରଙ୍ଗବେରଙ୍ଗ ଫୁଲ ପାଖୁଡାରେ ସାଜସଜ୍ଜା କରୁଥିବାରୁ ଘର ସମେତ ଗାଁ ଦାଣ୍ଡ ଓ ଚଉଁରା ମୂଳ ହସି ଉଠୁଥିଲା। କଇଁଫୁଲରେ ମା’ ବୃନ୍ଦାବତୀଙ୍କୁ ସଜାଯାଉଥିଲା। ‘କଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ’ ଗୀତରେ ପରିବେଶ ଚହଟି ଉଠୁଥିଲା। ଏବେ ଗାଁ ପୋଖରୀ ଓ ରାସ୍ତପାଖ ନାଳରେ କଇଁଫୁଲ ଫୁଟୁ ନ ଥିବା ଓ ବଜାରରେ ଆବଶ୍ୟକ ପରିମାଣର ଫୁଲ ମିଳୁ ନ ଥିବାରୁ କୁଆଁରୀମାନଙ୍କ ମଧ୍ୟରେ ଏହି ପୂଜା ଲାଗି ଆଗ୍ରହ ରହୁ ନାହିଁ ା ତେଣୁ ଆଗଭଳି କୁମାର ପୂର୍ଣ୍ଣିମା ପାଳନର ସରସତା ଆଉ କେଉଁଠି ଦେଖିବାକୁ ମିଳୁନି। କେବଳ କାମଚଳା ନ୍ୟାୟରେ ବିଧି ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri