Posted inଜାତୀୟ

ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କୁ ରାଜନାଥଙ୍କ ପ୍ରସ୍ତାବ: ପାକିସ୍ତାନକୁ ସେନା ପଠାଇବୁ

କର୍ନାଲ,୧୪ା୧୦: ପାକିସ୍ତାନ ଯଦି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଗମ୍ଭୀର ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଭାରତୀୟ ସେନାକୁ ପାକିସ୍ତାନ ପଠାଇପାରିବୁ ବୋଲି ରବିବାର ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଚେତାଇଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
କର୍ନାଲରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଇମ୍ରାନ୍‌ଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସତରେ ଚାହୁଁଥିଲେ ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ତୁମେ ଯଦି ଆମଠାରୁ ସାମରିକ ସହାୟତା ଚାହିଁବ ତାହାଲେ ଆମେ ପାକିସ୍ତାନକୁ ଆମ ସେନା ପଠାଇବୁ। ରାଜନାଥ ଆହୁରି କହିଛନ୍ତି, କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର କିଛି ଓଜନ ନାହିଁ। ଗତ ମାସରେ ସେ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବାବେଳେ ଭାରତକୁ ଆଣବିକ ଯୁଦ୍ଧର ଚେତାବନୀ ଦେବା ସହ ଏହାର ପରିଣାମ ସାରା ବିଶ୍ୱ ଭୋଗିବ ବୋଲି କହିଥିଲେ। ହେଲେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ବିଶ୍ୱର ବିକାଶ ଓ ଶାନ୍ତି ଉପରେ ଗୁରୁତ୍ୱ ଦେଇଥିଲେ। କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ପାଇଁ ଉଦ୍ୟମ ଚଳାଇଥିବା ଇମ୍ରାନ୍‌ କଶ୍ମୀର କଥା ଭୁଲି ଯାଆନ୍ତୁ। ସେ କଶ୍ମୀର ବିଷୟରେ ପଦୁଟିଏ ବି କହିବା ବନ୍ଦ କରନ୍ତୁ। ସେ ଏହି ପ୍ରସଙ୍ଗ ଯେତେ ଉଠାଇଲେ ବି କିଛି ହେବନାହିଁ। ଆମ ଉପରେ କେହି ଚାପ ପକାଇପାରିବେ ନାହିଁ। ୧୯୪୭ରେ ଦୁଇରାଷ୍ଟ୍ର ସିଦ୍ଧାନ୍ତ ଅନୁସାରେ ତୁମେ ଭାରତକୁ ଦୁଇଭାଗ କରିଦେଲ। କିନ୍ତୁ ୧୯୭୧ରେ ତୁମ ଦେଶ ପୁଣି ଦୁଇଖଣ୍ଡ ହୋଇଗଲା। ଏହି ସ୍ଥିତି ଲାଗି ରହିଲେ ପାକିସ୍ତାନକୁ ଖଣ୍ଡବିଖଣ୍ଡିତ ହେବାରେ କୌଣସି ଶକ୍ତି ରୋକିପାରିବେ ନାହିଁ ବୋଲି ରାଜନାଥ ଚେତାବନୀ ଦେଇଛନ୍ତି।

ଲଶ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରବିବାର ଇସ୍‌ଲାମାବାଦକୁ ଆମେରିକା ତାଗିଦ କରିଛି।
ଆସନ୍ତା ସପ୍ତାହରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ କଳାତାଲିକାଭୁକ୍ତ କରିପାରେ। ଏଥିଲାଗି ନିକଟରେ ଗିରଫ ହୋଇଥିବା ଲଶ୍କର ଆତଙ୍କବାଦୀମାନଙ୍କୁ ଆଇନର କାଠଗଡ଼ାକୁ ଟାଣି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାକିସ୍ତାନକୁ ହ୍ବାଇଟ୍‌ହାଉସ୍‌ କହିଛି। ଲଶ୍କର ପକ୍ଷରୁ କରାଯାଇଥିବା ଆକ୍ରମଣରେ ନିହତଙ୍କ ପରିବାର ଲୋକେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହାନ୍ତି। ଏନେଇ ଆମେରିକା ପରରାଷ୍ଟ୍ର ବିଭାଗ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ବ୍ୟୁରୋ ମୁଖ୍ୟ ଆଲିସ୍‌ ଓ୍ବେଲ୍ସ ରବିବାର ଟୁଇଟ୍‌ କରିଛନ୍ତି।

ପାକ୍‌କୁ ନିନ୍ଦାକଲେ ଥରୁର

ସର୍ବିଆ ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଏସିଆନ୍‌ ପାର୍ଲାମେଣ୍ଟାରି ଆସେମ୍ଲି (ଏପିଏ)ରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ରବିବାର ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପାକିସ୍ତାନକୁ ନିନ୍ଦା କରିଛନ୍ତି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ବେଲ୍‌ଗ୍ରେଡ୍‌ ଗସ୍ତରେ ଅଛନ୍ତି। ୧୭ ତାରିଖ ଯାଏ ଚାଲିବାକୁ ଥିବା ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ୍‌ (ଆଇପିୟୁ)ର ୧୪୧ତମ ସଭାରେ ଏହି ପ୍ରତିନିଧି ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସାମିଲ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର କହିଛନ୍ତି, କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏପିଏ ସଭାରେ ଅନାବଶ୍ୟକ ଭାବେ ଏହି ପ୍ରସଙ୍ଗ ଉଠାଇବା ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri