Posted inଜାତୀୟ

ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କୁ ରାଜନାଥଙ୍କ ପ୍ରସ୍ତାବ: ପାକିସ୍ତାନକୁ ସେନା ପଠାଇବୁ

କର୍ନାଲ,୧୪ା୧୦: ପାକିସ୍ତାନ ଯଦି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଗମ୍ଭୀର ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଭାରତୀୟ ସେନାକୁ ପାକିସ୍ତାନ ପଠାଇପାରିବୁ ବୋଲି ରବିବାର ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଚେତାଇଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
କର୍ନାଲରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଇମ୍ରାନ୍‌ଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସତରେ ଚାହୁଁଥିଲେ ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ। ତୁମେ ଯଦି ଆମଠାରୁ ସାମରିକ ସହାୟତା ଚାହିଁବ ତାହାଲେ ଆମେ ପାକିସ୍ତାନକୁ ଆମ ସେନା ପଠାଇବୁ। ରାଜନାଥ ଆହୁରି କହିଛନ୍ତି, କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର କିଛି ଓଜନ ନାହିଁ। ଗତ ମାସରେ ସେ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେବାବେଳେ ଭାରତକୁ ଆଣବିକ ଯୁଦ୍ଧର ଚେତାବନୀ ଦେବା ସହ ଏହାର ପରିଣାମ ସାରା ବିଶ୍ୱ ଭୋଗିବ ବୋଲି କହିଥିଲେ। ହେଲେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣରେ ବିଶ୍ୱର ବିକାଶ ଓ ଶାନ୍ତି ଉପରେ ଗୁରୁତ୍ୱ ଦେଇଥିଲେ। କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ପାଇଁ ଉଦ୍ୟମ ଚଳାଇଥିବା ଇମ୍ରାନ୍‌ କଶ୍ମୀର କଥା ଭୁଲି ଯାଆନ୍ତୁ। ସେ କଶ୍ମୀର ବିଷୟରେ ପଦୁଟିଏ ବି କହିବା ବନ୍ଦ କରନ୍ତୁ। ସେ ଏହି ପ୍ରସଙ୍ଗ ଯେତେ ଉଠାଇଲେ ବି କିଛି ହେବନାହିଁ। ଆମ ଉପରେ କେହି ଚାପ ପକାଇପାରିବେ ନାହିଁ। ୧୯୪୭ରେ ଦୁଇରାଷ୍ଟ୍ର ସିଦ୍ଧାନ୍ତ ଅନୁସାରେ ତୁମେ ଭାରତକୁ ଦୁଇଭାଗ କରିଦେଲ। କିନ୍ତୁ ୧୯୭୧ରେ ତୁମ ଦେଶ ପୁଣି ଦୁଇଖଣ୍ଡ ହୋଇଗଲା। ଏହି ସ୍ଥିତି ଲାଗି ରହିଲେ ପାକିସ୍ତାନକୁ ଖଣ୍ଡବିଖଣ୍ଡିତ ହେବାରେ କୌଣସି ଶକ୍ତି ରୋକିପାରିବେ ନାହିଁ ବୋଲି ରାଜନାଥ ଚେତାବନୀ ଦେଇଛନ୍ତି।

ଲଶ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରବିବାର ଇସ୍‌ଲାମାବାଦକୁ ଆମେରିକା ତାଗିଦ କରିଛି।
ଆସନ୍ତା ସପ୍ତାହରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ କଳାତାଲିକାଭୁକ୍ତ କରିପାରେ। ଏଥିଲାଗି ନିକଟରେ ଗିରଫ ହୋଇଥିବା ଲଶ୍କର ଆତଙ୍କବାଦୀମାନଙ୍କୁ ଆଇନର କାଠଗଡ଼ାକୁ ଟାଣି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାକିସ୍ତାନକୁ ହ୍ବାଇଟ୍‌ହାଉସ୍‌ କହିଛି। ଲଶ୍କର ପକ୍ଷରୁ କରାଯାଇଥିବା ଆକ୍ରମଣରେ ନିହତଙ୍କ ପରିବାର ଲୋକେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହାନ୍ତି। ଏନେଇ ଆମେରିକା ପରରାଷ୍ଟ୍ର ବିଭାଗ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ବ୍ୟୁରୋ ମୁଖ୍ୟ ଆଲିସ୍‌ ଓ୍ବେଲ୍ସ ରବିବାର ଟୁଇଟ୍‌ କରିଛନ୍ତି।

ପାକ୍‌କୁ ନିନ୍ଦାକଲେ ଥରୁର

ସର୍ବିଆ ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଏସିଆନ୍‌ ପାର୍ଲାମେଣ୍ଟାରି ଆସେମ୍ଲି (ଏପିଏ)ରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ରବିବାର ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପାକିସ୍ତାନକୁ ନିନ୍ଦା କରିଛନ୍ତି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ବେଲ୍‌ଗ୍ରେଡ୍‌ ଗସ୍ତରେ ଅଛନ୍ତି। ୧୭ ତାରିଖ ଯାଏ ଚାଲିବାକୁ ଥିବା ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ୍‌ (ଆଇପିୟୁ)ର ୧୪୧ତମ ସଭାରେ ଏହି ପ୍ରତିନିଧି ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସାମିଲ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର କହିଛନ୍ତି, କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏପିଏ ସଭାରେ ଅନାବଶ୍ୟକ ଭାବେ ଏହି ପ୍ରସଙ୍ଗ ଉଠାଇବା ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri