ଗାଁ କଲ୍ୟାଣ ସମିତି କାର୍ଯ୍ୟ ନିମନ୍ତେ ରାଜି ନୁହନ୍ତି ଅଙ୍ଗନୱାଡି କର୍ମୀ: ବିଡିଓ, ସିଡିପିଓ ଓ ପ୍ରୋଗ୍ରାମ ଅଧିକାରୀଙ୍କୁ ଦାବିପତ୍ର

ବୋଲଗଡ଼,୧୦ା୭(ଡି.ଏନ୍‌.ଏ.)-ଗାଁ କଲ୍ୟାଣ ସମିତି କାର୍ଯ୍ୟ ଗ୍ରହଣ ନିମନ୍ତେ ଅଙ୍ଗନଓ୍ବାଡି କର୍ମୀମାନେ ରାଜି ହେଉ ନ ଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ସାମିଲ ନ ହେବା ପାଇଁ ଅଙ୍ଗନୱାଡ଼ି କର୍ମୀମାନେ ମଙ୍ଗଳବାର ଏକ ଦାବିପତ୍ର ବୋଲଗଡ଼ ସିଡିପିଓଙ୍କୁ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଜିଲା ଶାଖା ଭାରତୀୟ ମଜଦୁର ସଂଘ, ବୋଲଗଡ଼ ଶାଖା ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍‌ସ ଆସୋସିଏଶନ ପକ୍ଷରୁ କର୍ମୀମାନଙ୍କ ଉପରେ ଗଁା’ କଲ୍ୟାଣ ସମିତି କାର୍ଯ୍ୟଭାର ନ୍ୟସ୍ତ ନ କରିବା ଓ ଏହି ଦାୟିତ୍ୱକୁ ଅନ୍ୟ କର୍ମଚାରୀମାନଙ୍କୁ ଦେବା ନେଇ ଏକ ଦାବିପତ୍ର ବୋଲଗଡ଼ ସିଡିପିଏ, ବିଡିଓ ଓ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ଲକ ପ୍ରୋଗ୍ରାମ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ମଜଦୁର ସଂଘ ଶାଖା ସଂଯୋଜକ ତଥା ଅଙ୍ଗନୱାଡି ସଂଘ ମୁଖ୍ୟ ଉପଦେଷ୍ଟା ଗଙ୍ଗାଧର ଦାଶଙ୍କ ନେତୃତ୍ୱରେ ସଂଘର ବ୍ଲକ ସଭାନେତ୍ରୀ ମେରିଆ ବେଗମ, ସମ୍ପାଦିକା ନମିତା ପ୍ରଧାନ, ସଞ୍ଜୁଦେଇ, ପ୍ରଭାସିନୀ ମହାରଣା, କୁନିଦେଇ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ୨୦୦୮ରୁ ଗଠିତ ଗଁା କଲ୍ୟାଣ ସମିତିକୁ ପ୍ରତିବର୍ଷ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୧୦ହଜାର ଟଙ୍କା ଲେଖାଏ ଅନୁଦାନ ଆସିଥାଏ। ଗାଇଡ୍‌ ଲାଇନ ଅନୁସାରେ ସମ୍ପୃକ୍ତ ରାଜସ୍ବ ଗ୍ରାମର ଅଙ୍ଗନୱାଡି କର୍ମୀ ଓ ୱାର୍ଡ ମେମ୍ବରଙ୍କ ନାମରେ ବ୍ୟାଙ୍କରେ ଯୁଗ୍ମ ସଞ୍ଚୟ ଖାତା ଖୋଲାଯାଇଥାଏ। ତେବେ ଏଥିଯୋଗୁ ବିଭିନ୍ନ ସମୟରେ ହଇରାଣ ହେଉଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ଏପରିକି ଯୁଗ୍ମ ଜମାଖାତାରୁ ଟଙ୍କା ହଡ଼ପ ହୋଇଯିବା ପରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଅଡିଟ ଭୟ ଦେଖାଇ କର୍ମୀମାନଙ୍କୁ ତାଗିଦ୍‌ କରଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚାଲିଥିଲା ଦେହ ବେପାର: କିଙ୍ଗ୍‌ପିନ୍‌ ସମେତ ୩ ଦେହଜୀବୀ-ଗ୍ରାହକଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା,୧୨ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ାଘରେ ଚାଲିଥିଲା ଦେହ ବେପାର। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା: ନିଲମ୍ବିତ ହେଲେ ଅଧ୍ୟକ୍ଷା

ଖୋର୍ଦ୍ଧା , ୪।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ପ୍ରିନ୍ସିପଲ ଡ. କବିତା କର…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri