ଗହଳି ପାରିଲେନି ସମ୍ଭାଳି

ଅନୁଗୋଳ ଅଫିସ, ୨୨।୪ – ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ହେଲେ ୨୦ ତାରିଖରୁ କିଛିଟା କୋହଳ ହୋଇଥିବା ଶୁଣିବା ମାତ୍ରେ ମଙ୍ଗଳବାର ହଠାତ୍‌ ରୋଗୀ ସଂଖ୍ୟା ବେଶ୍‌ ବଢ଼ିଯାଇଥିଲା। ବହୁ ସଂଖ୍ୟକ ରୋଗୀ ଓ ସମ୍ପର୍କୀୟ ଆଉଟଡୋରରେ ଭିଡ଼ ଜମାଇଥିବା ବେଳେ ଅଲଟ୍ରାସାଉଣ୍ଡ ପାଇଁ ଗର୍ଭବତୀ ଓ ଅନ୍ୟ ମହିଳାମାନେ ବାରଣ୍ଡାରେ ବସି ରହିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅନେକେ ସାମାଜିକ ଦୂରତା ରକ୍ଷା କରି ନ ଥିଲେ କି ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏସବୁ ନିୟମ ବାଧ୍ୟତାମୂଳକ ହୋଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ କଟକଣାକୁ କଡ଼ାକଡ଼ି କରିବା ପରିବର୍ତ୍ତେ ହାତ ଟେକିଦେଇଥିବା ଦେଖାଯାଇଥିଲା।
ପ୍ରକାଶ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଲଗାଯାଇଥିବା କଟକଣା ଯୋଗୁ ସହରରେ ଥିବା ବିଭିନ୍ନ ନର୍ସିଂହୋମ୍‌ ଓ ଘରୋଇ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ ବନ୍ଦ ରହିଛି। ଏଥିସହ କରୋନା ଭୟ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇ ନ ଥିବାରୁ ବହୁ ସଂଖ୍ୟକ ଗର୍ଭବତୀ ଅଲଟ୍ରାସାଉଣ୍ଡ ପାଇଁ ମେଡିକାଲ ଆସିପାରୁ ନ ଥିଲେ। ତେବେ ୨୦ ତାରିଖର କୋହଳ କଥା ଚର୍ଚ୍ଚା ହେବା ପରେ ସମ୍ପୃକ୍ତା ଗର୍ଭବତୀ ଓ ଅନ୍ୟ ରୋଗୀମାନେ ମଙ୍ଗଳବାର ସକାଳୁ ମେଡିକାଲରେ ପହଞ୍ଚି ଯାଇଥିଲେ। ଫଳରେ ଗହଳି ରୋକିବାରେ କର୍ତ୍ତୃପକ୍ଷ ସକ୍ଷମ ହୋଇପାରି ନ ଥିଲେ। ଏଡିଏମ୍‌ଓ(ମେଡିକାଲ) ଶ୍ୟାମ ପ୍ରସାଦ ଦାସ କହିଛନ୍ତି, ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ଅତି ଜରୁରୀ ନ ଥିଲେ ମେଡିକାଲ ନ ଆସିବାକୁ ପରାମର୍ଶ ଦିଆଯାଇଥିଲା। ଏପରି କି ଲୋକମାନେ କିପରି ଚିକିତ୍ସାସେବା ପାଇପାରିବେ ସେଥିପାଇଁ ଡାକ୍ତରମାନଙ୍କ ଫୋନ୍‌ ନମ୍ବର ଜାରି କରାଯାଇଥିଲା। କିନ୍ତୁ ଲୋକମାନେ ଅମାନିଆ ହୋଇ କ’ଣ ଟିକେ ହେଲେ ମେଡିକାଲ ଦୌଡ଼ି ଆସୁଛନ୍ତି। ଦୈନିକ ୧୦ରୁ ୧୫ ଜଣଙ୍କ ଅଲଟ୍ରାସାଉଣ୍ଡ କରାଯିବା ସହ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ଉକ୍ତ ମେସିନ୍‌ ବ୍ୟବହାର କରାଯାଉଛି। କିନ୍ତୁ ଟାଗେର୍ଟ ଠାରୁ ଅଧିକ ଲୋକ ଆସୁଥିବାରୁ ବାଧ୍ୟ ହୋଇ ଅଧିକ ଅଲଟ୍ରାସାଉଣ୍ଡ କରିବାକୁ ପଡ଼ୁଛି। ବେଳେ ବେଳେ ଡାକ୍ତରମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ବାରମ୍ବାର ବୁଝାଯାଉଥିବା ସତ୍ତ୍ୱେ ଆସୁଥିବା ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ମଧ୍ୟ ପିନ୍ଧୁନାହାନ୍ତି। ଲୋକେ ନିୟମ ପାଳନ କରୁ ନ ଥିବାରୁ ଏହାକୁ ରୋକିବା କର୍ତ୍ତୃପକ୍ଷଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି ବୋଲି ଏଡିଏମ୍‌ଓ (ମେଡିକାଲ) ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆଜି…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…

ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri