ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ

ହର୍ମୋନ ପରିବର୍ତ୍ତନ ଯୋଗୁ ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବାରମ୍ବାର ବାନ୍ତି ହେବା ବା ଆବଶ୍ୟକରୁ ଅଧିକ ବାନ୍ତି ହେବା ଦ୍ୱାରା ଶରୀର ଡିହାଇଡ୍ରେଟ୍‌ ହେବା ସହ ଦୁର୍ବଳ ହୋଇଯାଏ। ତେଣୁ କେତେକ ଘରୋଇ ଉପାୟରେ ଏହାକୁ କମ୍‌ କରାଯାଇପାରିବ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଗର୍ଭାବସ୍ଥାରେ
ବାନ୍ତି ହେଉଥିଲେ
ପ୍ରଥମ କଥା ହେଉଛି ଏ ସମୟରେ ବାରମ୍ବାର ବାନ୍ତି ହେଲେ ଶରୀର ଶୀଘ୍ର ଡିହାଇଡ୍ରେଟ୍‌ ହୋଇଯିବା ଆଶଙ୍କା ରହିଛି। ତେଣୁ ପ୍ରଚୁର ପାଣି ପିଅନ୍ତୁ। ଏହା ସହ ଫ୍ରୁଟ୍‌ ଜୁସ୍‌ ବି ପିଇ ପାରିବେ।
ଅଁଳା ଖଣ୍ଡ ପାଟିରେ ଜାକିବା ଦ୍ୱାରା ବାନ୍ତି କମିଥାଏ। ଯଦି ଏହାର ସ୍ବାଦ ଖରାପ ଲାଗୁଛି ତେବେ ଅଁଳା ମୁରବା ଖାଇଲେ ବାନ୍ତି ସମସ୍ୟାରୁ ଉପଶମ ମିଳିପାରିବ।
ଶୁଖିଲା କିମ୍ବା କଞ୍ଚା ଧନିଆକୁ ଗ୍ରାଇଣ୍ଡିଂ କରି ସେଥିରେ ସାମାନ୍ୟ କଳା ଲୁଣ ମିଶାନ୍ତୁ। ଅଧିକ ବାନ୍ତି ହେଉଥିଲେ ମଝିରେ ମଝିରେ ଏହାକୁ ଖାଇବା ଦ୍ୱାରା ବାନ୍ତି କମିବା ସହ ଆରାମ ଲାଗିବ।
ୁଳସୀପତ୍ର ରସରେ ମହୁ ମିଶାଇ ଅଳ୍ପ ଅଳ୍ପ ଚାଟିଲେ ବି ଉପକୃତ ହେବେ।
ଅଧିକ ବାନ୍ତି ହେଉଥିଲେ ରାତିରେ କଳା ଚଣା ବା ବୁଟକୁ ପାଣିରେ ଭିଜାଇ ଦିଅନ୍ତୁ ଏବଂ ସକାଳୁ ଉକ୍ତ ପାଣିକୁ ପିଇଦିଅନ୍ତୁ। ଏପରି କରିବା ଦ୍ୱାରା ଉପକୃତ ହେବେ।
ଏ ସମୟରେ ଅଦାର ସେବନ ମଧ୍ୟ ହଜମ ଭଲ କରିବା ସହ ଏସିଡିଟି ହେବାକୁ ଦିଏ ନାହିଁ, ଯାହାକି ବାନ୍ତି କମ୍‌ କରିବାରେ ସାହାଯ୍ୟ କରିଥାଏ। ତେଣୁ ଅଦାରସରେ ମହୁ, ଅଦା ଚା କିମ୍ବା ଅଦା ଚକୋଲେଟ୍‌ ବା କୁକିଜ୍‌ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇପାରିବ।
କମଳାରେ ଥିବା ସାଇଟ୍ରିକ୍‌ ଏସିଡ୍‌ ବାନ୍ତି କମ୍‌ କରିବାରେ ବେଶ୍‌ ଲାଭଦାୟକ। ତେଣୁ ବାନ୍ତି ହେଲେ କମଳା ଖାଆନ୍ତୁ କିମ୍ବା ଏହାର ଜୁସ୍‌ ପିଅନ୍ତୁ।
ଲେମ୍ବୁ ଶୁଙ୍ଘିବା କିମ୍ବା ଉଷୁମ ପାଣିରେ ଲେମ୍ବୁ ଚିପଡ଼ି ପିଇବା ଦ୍ୱାରା ବି ଉପଶମ ମିଳିଥାଏ।
ତେବେ ଏସବୁ ଉପଚାର ସହିତ ଯଦି ବାନ୍ତି ନ କମେ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri