ଗରାଖ ନାହାନ୍ତି, ଶଢୁଛି କଖାରୁ

ଢେଙ୍କାନାଳ ଅଫିସ, ୨୪।୪ – କୁଢ଼ା ହୋଇଛି ପାଚିଲା କଖାରୁ। ଦେଖିଲେ ଆଖି ଲାଖିଯିବ। ହେଲେ ଏପରି ସ୍ବାଦିଷ୍ଟ, ପୁଷ୍ଟିକର ପରିବା ନେବାକୁ କେହିନାହାନ୍ତି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଲକ୍‌ଡାଉନ୍‌ ପାଚେରି ସାଜିଥିବାବେଳେ ଖରାବର୍ଷାରେ ୫୦ଟନ୍‌ରୁ ଊର୍ଦ୍ଧ୍ୱ କଖାରୁ ପଚିଶଢ଼ି ନଷ୍ଟ ହେବାକୁ ବସିଲାଣି। କରୋନା କଟକଣା ଚାଷୀ, ଶ୍ରମଜୀବୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ଏବେ କଖାରୁ ବିକ୍ରି କେମିତି ହେବ ସେହି ଚିନ୍ତାରେ ଅଛନ୍ତି ଢେଙ୍କାନାଳ ସଦର ବ୍ଲକ ବଣସିଂହ ପଞ୍ଚାୟତ ଶଙ୍କରପୁର ମୌଜାର ୨୦ରୁ ଊର୍ଦ୍ଧ୍ୱ ଚାଷୀ ପରିବାର।
କଖାରୁ ଚାଷ ପାଇଁ ପ୍ରସିଦ୍ଧ ଶଙ୍କରପୁର ମୌଜାର ବ୍ରାହ୍ମଣୀ ନଦୀ ଅବବାହିକା। ନଦୀକୂଳିଆ ୩୩ ଏକର ଜମିରେ ୨୦ ଚାଷୀ ପରିବାର ପ୍ରତିବର୍ଷ କଖାରୁ ଚାଷ କରିଥାନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ସାଙ୍ଗକୁ ଭଲ ଫସଲ ହୋଇଥିଲା। ହେଲେ ଉତ୍ପାଦନ ବେଳକୁ ଚଡ଼କ ସାଜିଛି କରୋନା। ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟୀ ଆସୁ ନ ଥିବାରୁ ତୋଳା ହୋଇଥିବା କଖାରୁ ପଡିରହି ନଷ୍ଟ ହେବାକୁ ବସିଲାଣି। ଏ ନେଇ ଚାଷୀମାନେ ଜିଲା ଉଦ୍ୟାନ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ସମସ୍ୟା ସମ୍ପର୍କରେ ବଣସିଂହ ପଞ୍ଚାୟତର ଚାଷୀ ବିଦ୍ୟାଧର ମଲ୍ଲିକ କୁହନ୍ତି, ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ତେଣୁ କଖାରୁ ବଜାରକୁ ପଠାଇବାରେ ସମସ୍ୟା ଉପୁଜିଛି। ଅନ୍ୟପଟେ ତୋଳା ଯାଇଥିବା କଖାରୁ ଜମି ନିକଟରେ ରଖାଯାଇଛି। ହାତୀ ନଷ୍ଟ କରିଦେବା ଭୟରେ ରାତିରେ ଜଗିବାକୁ ପଡୁଛି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ବିପୁଳ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏ ନେଇ ଜିଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଭଗବାନ ଦାସ କୁହନ୍ତି, ଏ ସମ୍ପର୍କରେ ଅବଗତ ଅଛୁ। ତଥ୍ୟ ସଂଗ୍ରହ ପରେ ରାଜ୍ୟ ପାଇଁ ହୋଇଥିବା ପୋର୍ଟାଲରେ ରିପୋର୍ଟ ପ୍ରଦାନ କରାଯାଇଛି ା ବଣସିଂହ ସମେତ ଭୁବନ ବ୍ଲକରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ପୋର୍ଟାଲରେ ଦିଆଯାଇଥିବା ରିପୋର୍ଟ ଫଳପ୍ରଦ ହେବ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri