Posted inଫୁରସତ

ଗବେଷଣା ସମୟରେ ଏହି ବୈଜ୍ଞାନିକମାନଙ୍କର ଘଟିଥିଲା ମୃତ୍ୟୁ

କୌଣସି ନୂଆ ଜିନିଷ ଉଦ୍ଭାବନ କରିବା ସହଜ କଥା କିମ୍ବା କାମ ନୁହେଁ। କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନଙ୍କୁ ଶହ ଶହ ବର୍ଷ ମଧ୍ୟ ଲାଗିଥାଏ। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ବୈଜ୍ଞାନିକମାନଙ୍କୁ। ବେଳେବେଳେ ଆବିଷ୍କାର ସମୟରେ ମଧ୍ୟ ଅନେକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ତେବେ ଜାଣନ୍ତୁ ଏମିତି କିଛି ସୁପରିଚିତ ବୈଜ୍ଞାନିକଙ୍କ ସମ୍ପର୍କରେ…

ମ୍ୟାରୀ କ୍ୟୁରି:


ରେଡିୟମ ଏବଂ ପୋଲୋନିୟମ ନାମକ ଦୁଇଟି ତତ୍ତ୍ୱର ଆବିଷ୍କାର ସମୟରେ ସୁପରିଚିତ ଭୌତିକବିତ୍‌ ଏବଂ ରସାୟନଶାସ୍ତ୍ରୀ ମ୍ୟାରୀ କ୍ୟୁରି ବା ମାଡାମ କ୍ୟୁରିଙ୍କ ମୃତ୍ୟୁ ଘଟିଥିଲା। ୧୯୩୪ ମସିହାରେ କ୍ୟୁରି ରେଡିୟୋଆକ୍ଟିଭିଟିରେ କାମ କରୁଥିଲେ। ମାତ୍ର ତାଙ୍କର ଧାରଣା ନ ଥିଲା କି ରେଡିୟମ କେତେକ ଭୟଙ୍କର। ଯାହା ତାଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହେନେରୀ ସ୍ମୋଲିନିସ୍କି:


ହେନେରୀ ଫ୍ଲାଇଙ୍ଗ୍‌ କାର୍‌ ପ୍ରସ୍ତୁତି ପାଇଁ ବେଶ୍‌ ଜଣାଶୁଣା। ସେ ୧୯୭୩ ମସିହାରେ ଏହା ଉଦ୍ଭାବନ କରିଥିଲେ। ଯାହାର ନାମ ସେ ‘AVE Mizar’ ରଖିଥିଲେ। ଯେତେବେଳେ ଫ୍ଲାଇଙ୍ଗ କାର୍‌ ଉଡ଼ାଇଥିଲେ, ସେତେବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫ୍ରାଞ୍ଜ ରିଚେଲ୍ଟ:


ଅଷ୍ଟ୍ରିଆରେ ଜନ୍ମିତ ଫ୍ରାଞ୍ଜ୍‌ ରିଚେଲ୍ଟ ଆଧୁନିକ ଓ୍ବିଙ୍ଗ୍‌ଶୁଟ୍‌ର ଉଦ୍‌ଭାବକ ଭାବେ ବିବେଚନା କରାଯାଏ। ତେବେ ଏହାର ପରୀକ୍ଷଣ ପାଇଁ ପ୍ୟାରିସର ଆଇଫେଲ ଟାଓ୍ବାରରୁ ଡେଇଁବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri