ଗଣେଶଙ୍କ ଶିର ଲାଭ ଅନୁସରଣେ

ଭାରତର ହିନ୍ଦୁ ଧର୍ମଶାସ୍ତ୍ର ଶିବ ପୁରାଣରେ ସର୍ବାଗ୍ରେ ପୂଜିତ ଗଜାନନ ଗଣେଶଙ୍କର ପିଲାଦିନୁ ହାତୀମୁଣ୍ଡ ନ ଥିଲା। ଭିତରକୁ କାହାକୁ ପ୍ରବେଶ ନ କରିବାର ନିଜ ମାତାଙ୍କ ଆଦେଶକୁ ସମ୍ମାନ କରିବାକୁ ଯାଇ କୈଳାସ ପର୍ବତ ଦ୍ୱାରରେ ଜଗି ବସିଥିବା ଗଣେଶ ନିଜ ଅଜାଣତରେ ମହାକାଳ ଶିବଙ୍କୁ ଆହ୍ବାନ କରିଥିଲେ ଓ ନିଜେ ଭଗବାନ ଶିବ ଯୁଦ୍ଧରେ ଗଣେଶଙ୍କର ଶିର ଛେଦନ କରିଥିଲେ। କିନ୍ତୁ ପରେ ଅନୁତପ୍ତ କରି ହାତୀମୁଣ୍ଡକୁ ଗଣେଶଙ୍କ ମୁଣ୍ଡ ଭାବରେ ପ୍ରତିରୋପଣ କରାଗଲା। ଏହାକୁ ପୌରାଣିକ ଇତିହାସର ପ୍ରଥମ ଶିର ପ୍ରତିରୋପଣ କୁହାଯାଇପାରେ। ସେହିପରି ପାର୍ବତୀଙ୍କ ପିତା ଦକ୍ଷ ପ୍ରଜାପତିଙ୍କ ଅପମାନ ସହି ନ ପାରି ଶିବ କ୍ରୋଧିତ ହୋଇ ତାଙ୍କର ଶିର ଛେଦନ କରିଥିଲେ। ପରେ ଅନୁତପ୍ତ ହୋଇ ଦକ୍ଷଙ୍କ ମୁଣ୍ଡରେ ଛେଳିମୁଣ୍ଡ ପ୍ରତିରୋପଣ କରିଥିଲେ। ପ୍ରାଚୀନ ଭାରତୀୟ ଭେଷଜ ଶାସ୍ତ୍ର ସୁଶ୍ରୁତ ସଂହିତାରେ ଅଙ୍ଗ ପ୍ରତିରୋପଣ କରିଥିବାର ବର୍ଣ୍ଣନା କରିଛନ୍ତି। ଖ୍ରୀଷ୍ଟପୂର୍ବ ୭୦୦ରୁ ୫୦୦ ମଧ୍ୟରେ ପ୍ରାଚୀନ ଗ୍ରୀକ୍‌ ଶାସ୍ତ୍ରରେ ଅନେକ ପ୍ରକାର ପ୍ରାଣୀଙ୍କ ଅଙ୍ଗକୁ ମିଶାଇ ସଙ୍କର ଜାତୀୟ ପ୍ରାଣୀ ଉତ୍ପତ୍ତି କରିବାର ଉଦାହରଣ ଅଛି। ସିଂହ ଶରୀର, ସାପ ଲାଞ୍ଜ, ଛେଳି ମୁଣ୍ଡକୁ ନେଇ ଏହି ପ୍ରଜାତିକୁ ଚି଼ମେରା କୁହାଯାଉଥିଲା। ତେବେ ନିକଟରେ ଜଣେ ଲୋକର ଶରୀରରୁ ମୁଣ୍ଡକୁ ରୋବଟ୍‌ ସାହାଯ୍ୟରେ ଅଲଗା କରିଦେଇ ତାକୁ ଅନ୍ୟ ଜଣେ ଲୋକର ମୁଣ୍ଡ ସାହିର ଅଦଳବଦଳ କରିଦେଉଥିବା ଏକ ଭୟଙ୍କର ଓ ବିଚଳିତ କଲାପରି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅନେକ ଲୋକ ଆଶଙ୍କାରେ ପଡିଗଲେ। ଏପରି ଦୁଃସାହସିକ କାର୍ଯ୍ୟ କରି ଭେଷଜ ବିଜ୍ଞାନରେ ଇତିହାସ ସୃଷ୍ଟି କରିବା ପାଇଁ ବ୍ରେନବ୍ରିଜ୍‌ ନାମକ ଆମେରିକାର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଏହି ଆନିମେଟେଡ ଭିଡିଓ ପ୍ରସାରିତ କରି ଈଶ୍ୱରଙ୍କ ସହିତ ପ୍ରତିଦ୍ବନ୍ଦ୍ୱିତା କରିପାରିବା ନାହିଁ ବୋଲି କହିଛି। ଏହି ତନ୍ତ୍ରିକା ବିଜ୍ଞାନ ଓ ଜୈବ ଚିକିତ୍ସା ଷ୍ଟାର୍ଟଅପ୍‌ କମ୍ପାନୀ ଈଶ୍ୱରଙ୍କୁ ଯଥାରୀତି ସମ୍ମାନ ପ୍ରଦାନ କରି ବିଶ୍ୱର ପ୍ରଥମ ସଫଳ ମାନବ ମସ୍ତିଷ୍କ ପ୍ରତିରୋପଣ କରିବାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି।
ଏହି ସଂସ୍ଥା ଏବେ ଖୁବ୍‌ ଗୋପନୀୟ ଭାବରେ ଏହି ଯୁଗାନ୍ତରୀ ଓ ବୈପ୍ଳବିକ ଗବେଷଣାକୁ ଜାରି ରଖିଛି। ଯଦି ଏହା ସଫଳ ହୁଏ ତାହାହେଲେ ମାନବ ଚିକିତ୍ସା କ୍ଷେତ୍ରରେ ଏହା ଏପରି ବିପ୍ଳବ ଆଣିଦେବ ତାହାର କଳ୍ପନା କଲେ ଆଶ୍ଚର୍ଯ୍ୟ ଚକିତ ହେବେ। ଏହା ଫଳରେ ଦୁରାରୋଗ୍ୟ କର୍କଟର ଶେଷ ଅବସ୍ଥାରେ ପଡିଥିବା ରୋଗୀ, ପକ୍ଷାଘାତ, ମସ୍ତିଷ୍କଜନିତ ରୋଗୀ ଓ ଅନ୍ୟ ଚିକିତ୍ସା ଦ୍ୱାରା ବିଫଳ ହୋଇଥିବା କଷ୍ଟସାଧ୍ୟ ରୋଗୀମାନଙ୍କୁ ସଫଳ ଉପଚାର ମିଳିପାରିବ। ଏହି ପ୍ରକ୍ରିୟାରେ ଏକ ଅଚଳ ଶରୀର କିନ୍ତୁ ସୁସ୍ତ ଥିବା ବ୍ୟକ୍ତିର ଶିରକୁ ବ୍ରେନଡେଡ୍‌ ଥିବା ରୋଗୀ ସହିତ ପ୍ରତିରୋପଣ କରିହେବ। ମୁଣ୍ଡ ତଳକୁ ଅନ୍ୟ ଶରୀର ଥିଲେ ମଧ୍ୟ ଦୁଇ ଶରୀରକୁ ମିଶାଇ ଏକ ସୁସ୍ତ ମଣିଷ ବଞ୍ଚି ଉଠିବ। ନିକଟରେ ଶିଳ୍ପପତି ଏଲୋନ ମସ୍କ ତାଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ରେ ଜଣେ ମଣିଷ ମସ୍ତିଷ୍କରେ କମ୍ପ୍ୟୁଟର ଚିପ୍‌ ପ୍ରତିରୋପଣ ସଫଳତାର ସହିତ କରିଥିଲେ। ଏହି ଶିର ପ୍ରତିରୋପଣ ପରି ଜଟିଳ ପ୍ରକ୍ରିୟା ପାଇଁ ସବୁଠୁ ବଡ଼ ସମସ୍ୟା ହେଲା ଭେଷଜ ଚି଼କିତ୍ସା ବିଜ୍ଞାନରେ ଶିରା ଓ ମେରୁଦଣ୍ଡଜନିତ ମରାମତି ଚିକିତ୍ସାର ପାରଙ୍ଗମତା ଏଯାଏ ଠିକ୍‌ ଭାବରେ ହୋଇପାରିନାହିଁ। ତେବେ ମୁଣ୍ଡ ପ୍ରତିରୋପଣ ବିଜ୍ଞାନ ଇତିହାସରେ ବିଂଶ ଶତାଦ୍ଦୀରେ ପ୍ରଥମେ ୧୯୦୮ରେ ଦୁଇଟି କୁକୁରକୁ ନେଇ ବିଫଳତାର ସହିତ ଚେଷ୍ଟା କରାଯାଇଥିଲା। ୧୯୫୦ରେ ରୁଷିଆର ଭ୍ଲାଡିମିର ଡେମିକଭ ନାମକ ବୈଜ୍ଞାନିକ ଅନୁରୂପ ଚେଷ୍ଟା କରି ବିଫଳ ହୋଇଥିଲେ। ୧୯୭୦ ମସିହାରେ ଆମେରିକୀୟ ନୃତତ୍ତ୍ୱ ବିଜ୍ଞାନୀ ମାଙ୍କଡ଼ ମୁଣ୍ଡ ପ୍ରତିରୋପଣ ସଫଳତାର ସହିତ କରିଥିଲେ ଓ ଏହି ପ୍ରକ୍ରିୟାରେ ମାଙ୍କଡ଼ ଆଠଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ ମଧ୍ୟ ମସ୍ତିଷ୍କ ମେରୁଦଣ୍ଡ ସହିତ ସଂଯୋଗ ନ କରିପାରିବାରୁ ମାଙ୍କଡ଼ ମୃତ୍ୟୁବରଣ କରିଥିଲା।
ନିକଟରେ ୨୦୧୭ରେ ଇଟାଲୀର ସର୍ଜିଓ କାନବେର ନାମକ କୁଖ୍ୟାତ ନୃତତ୍ତ୍ୱଶାସ୍ତ୍ରୀ ମାନବ ମସ୍ତିଷ୍କ ପ୍ରତିରୋପଣ କରିବାର ଦାବି କରିଥିଲେ ମଧ୍ୟ ଏହାର ସତ୍ୟତା ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ। ଯେତେ ବିଳମ୍ବ ହେଲେ ମଧ୍ୟ ଏହି ବିରଳ ଚିକିତ୍ସା ପଦ୍ଧତି ନିଶ୍ଚୟ ଭବିଷ୍ୟତରେ ସଫଳ ହେବ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହା ପଛରେ ଥିବା ମାନବ ନୈତିକତା ବିରାଟ ପ୍ରଶ୍ନବାଚୀ ଛିଡା କରିବ। ଜଣେ ଦୁଇଟି ଭିନ୍ନ ମଣିଷର ଶରୀର ଓ ମୁଣ୍ଡକୁ ନେଇ ଜୀବିତ ହୋଇଥିବା ଲୋକର ସାମାଜିକ ପରିଚୟ କ’ଣ ହେବ ଓ ତା’ର ଆଇନଗତ ଅଧିକାର ବିଷୟରେ ତର୍ଜମା ହେବା ନିହାତି ଜରୁରୀ। ମାନବର ମୁଣ୍ଡ ଶରୀରର ମାତ୍ର ଆଠ ପ୍ରତିଶତ ଓଜନ ବହନ ଓ ଅବଶିଷ୍ଟ ଶରୀର ବୟାନବେ ଭାଗ ଓଜନ ବହନ କରୁଥିବା ବେଳେ ଆଇନଗତ ଅଧିକାର ମୁଣ୍ଡର ହେବ ନା ଦେହର ତାହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେଣୁ ଦେହଥିବା ବ୍ୟକ୍ତିର ମୁଣ୍ଡ ହେବ ନା ମୁଣ୍ଡଥିବା ବ୍ୟକ୍ତିର ଦେହ ହେବ, ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇପାରେ। ତେବେ ହିନ୍ଦୁ ପୌରାଣିକ ଗ୍ରନ୍ଥରେ ଗଣେଶ ଓ ଦକ୍ଷଙ୍କ ଭଳି ଦୁଇଟି ଅତି ଲୋକପ୍ରିୟ ଶିର ପ୍ରତିରୋପଣ ଘଟଣାରେ ପରିଚୟ ଦେହକୁ ମିଳିଥିଲା ଓ ମୁଣ୍ଡ ତା’ର ପରିଚୟ ହରାଇ ବସିଥିଲା, କିନ୍ତୁ ଆଧୁନିକ ଆଇନକାନୁନ କାହାକୁ ଚୟନ କରିବ ତାହା ଦେଖିବାକୁ ବାକି ରହିଲା। ବିଜ୍ଞାନ ଯେତେ ଆଗକୁ ଯିବ ଓ ତା’ର ପରିଣାମ ସବୁବେଳେ ମଣିଷକୁ ଅପାର ଉପକାର ଦେବା ସଙ୍ଗେ ସଙ୍ଗେ କିଛକୁ ପରିଣାମ ମଧ୍ୟ ଆଣିଦେଇଥାଏ ମାନବ କ୍ଲୋନିଙ୍ଗ, ଶିର ପ୍ରତିରୋପଣ, ଯନ୍ତ୍ର ମାନବ ଇତ୍ୟାଦି ବିଜ୍ଞାନର ଚରମ ସଫଳତା ହୋଇପାରେ, କିନ୍ତୁ ଏହା ଈଶ୍ୱରଙ୍କ ଅଙ୍କିତ ଦୁନିଆରେ ହସ୍ତକ୍ଷେପ କରି ସନ୍ତୁଳନକୁ ବିଗାଡିଦେବା ଭଳି ପରିସ୍ଥିତି ସୃଷ୍ଟି ନ କରୁ। ତେବେ ବିଜ୍ଞାନର ଏହି ଗଣେଶଙ୍କ ଶିର ପ୍ରତିରୋପଣ ଅନୁସରଣ ପଦ୍ଧତି ମାନବ କଲ୍ୟାଣମୁଖୀ ହେଉ ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri