ଗଣମାଧ୍ୟମକୁ ଜରୁରୀ ସେବା ଘୋଷଣା କର: ସରକାରମାନଙ୍କୁ ୟୁନେସ୍କୋର ପରାମର୍ଶ

ଜାତିସଂଘ,୧୫ । ୪: ମହାମାରୀ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ ଗ୍ରାସ କରିଛି। ଏହାର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରାଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏପରି ସମୟରେ ଖବରକାଗଜ ସଂସ୍ଥାଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଘାତକ କୋଭିଡ୍‌-୧୯କୁ ରୋକିବା ଲାଗି ସମସ୍ତ ପ୍ରଭାବିତ ଦେଶର ସରକାର ନ୍ୟୁଜ୍‌ ମିଡିଆକୁ ‘ଜରୁରୀ ସେବା’ ଭାବେ ଘୋଷଣା କରି ଏହାକୁ ସମର୍ଥନ ଦିଅନ୍ତୁ ବୋଲି ଜାତିସଂଘ ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ପକ୍ଷରୁ ମଙ୍ଗଳବାର ପରାମର୍ଶ ଦିଆଯାଇଛି।
ୟୁନେସ୍କୋର ଯୋଗାଯୋଗ ଓ ସୂଚନା ସମ୍ପର୍କିତ ନୀତି ଏବଂ ରଣନୀତି ନିର୍ଦ୍ଦେଶକ ଗାଏ ବର୍ଜର କହିଛନ୍ତି ଯେ କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଅପପ୍ରଚାର ଓ ଗୁଜବ ବିସ୍ତାର ହୋଇ ନ ଥିବା କୌଣସି ଅଞ୍ଚଳ ଥିବାଭଳି ମନେହେଉ ନାହିଁ। କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳରୁ ନେଇ ଅପ୍ରମାଣିତ ନିରାକରଣ ଓ ଉପଶମ ସହ ସରକାର, କମ୍ପାନୀ, ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ନାନା ମିଥ୍ୟା ଖବର ପ୍ରକାଶ ପାଇବାରେ ଲାଗିଛି। ଏପରି କି ଅନେକ ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି, ଆମତ୍ପ୍ରଚାର ପାଇଁ ଓ ବିଜ୍‌ନେସ୍‌ର ଏକ ମଡେଲ ଭାବେ ମିଥ୍ୟା ଖବର ପ୍ରଚାର କରି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ନଜରକୁ ଆସୁଛି। ଏପରି କରୁଥିବା ଲୋକେ ଜନସାଧାରଣଙ୍କ ଭାବାବେଗ, ଭୟ, ଅନ୍ଧବିଶ୍ୱାସ ଓ ଅଜ୍ଞତାର ସୁଯୋଗ ନେଇ ସ୍ଥିତିକୁ ଅଧିକ ଜଟିଳ କରୁଛନ୍ତି। ଅନିର୍ଭରଶୀଳ ଓ ମିଥ୍ୟା ସୂଚନା ସାରା ବିଶ୍ୱରେ ଏତେମାତ୍ରାରେ ବିସ୍ତାର ଲାଭ କରୁଛି ଯେ କେତେଜଣ ସମୀକ୍ଷକ ମଧ୍ୟ ମିଛ ଖବରର ଅବତାରଣା କରୁଛନ୍ତି। ସାଧାରଣ ଜନତାଙ୍କୁ ଏଥିରୁ ମୁକ୍ତ କରି ଉପଯୁକ୍ତ ଭାବେ ସଚେତନ କରିବା ଲାଗି ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ସରକାରମାନେ କଟକଣା ଜାରି ନ କରିବାକୁ ୟୁନେସ୍କୋ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଅନୁରୋଧ କରାଯାଇଛି। କାରଣ ଗଣମାଧ୍ୟମ ଉପରେ କଟକଣା ଏକ ସ୍ବାଧୀନ ପ୍ରେସ୍‌ର ଅପରିହାର୍ଯ୍ୟ ଭୂମିକାକୁ କ୍ଷତି ପହଞ୍ଚାଇପାରେ। ସତ୍ୟ ସୂଚନା ଓ ମତାମତକୁ ନେଇ ପ୍ରସ୍ତୁତ ରିପୋର୍ଟ କ୍ଷମତାରେ ଥିବା ଦଳ ବା ନେତାଙ୍କ ଚିନ୍ତା ବଢ଼ାଇପାରେ।

ଏହାସତ୍ତ୍ୱେ ଜର୍ନାଲିଜମ୍‌କୁ ମିଥ୍ୟା ସୂଚନା ବିରୋଧରେ ଏକ ଶକ୍ତି ଭାବେ ବିବେଚନା କରାଯାଉ। ସାମ୍ପ୍ରତିକ ସ୍ଥିତିରେ ନ୍ୟୁଜ୍‌ ମିଡିଆକୁ ଏକ ଅତ୍ୟାବଶ୍ୟକ ସେବା ଭାବେ ସ୍ବୀକୃତି ପ୍ରଦାନ କରନ୍ତୁ ବୋଲି ୟୁନେସ୍କୋ ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri