ଗଣ ପରିବହନ

ଡ. ସୁବାସ ଚନ୍ଦ୍ର ପାତ୍ର
ବିଗତ ୧୫/୨୦ ବର୍ଷ ଭିତରେ ଭାରତ ବିଶେଷକରି ଓଡ଼ିଶାର ଲୋକମାନଙ୍କ ପରିବହନ ଶୈଳୀ ନିରୀକ୍ଷଣ କଲେ ତା’ ଭିତରେ ହାଲୁକା ପୁଞ୍ଜିବାଦର ଛାପ ଦେଖିବାକୁ ମିଳେ। ଉଦାରୀକରଣ ପରେ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ବଚ୍ଛଳତା ବଢ଼ିଛି। ତେଣୁ ଯେଉଁମାନେ ସାଇକେଲ ଚଢୁଥିଲେ, ସେମାନେ ବାଇକ ଚଢ଼ିଲେ। ଯେଉଁମାନେ ବାଇକ ଚଢୁଥିଲେ ସେମାନଙ୍କ ମଧ୍ୟରୁ କିଛି କାର୍‌ ଚଢ଼ିଲେ। ବ୍ୟକ୍ତିଗତ ଗାଡ଼ିରେ ଯିବା ସ୍ବାଭିମାନ ଓ ସାମାଜିକ ପରିଚୟର ପ୍ରଶ୍ନ ହେଲା। ବ୍ୟକ୍ତିର ମାନସିକ, ଆର୍ଥିକ ସ୍ତରରେ ଏହି ପ୍ରକାର ପରିବର୍ତ୍ତନ ଘଟୁଥିଲା ବେଳେ ସରକାର ତାଙ୍କ ଦାୟିତ୍ୱରୁ ଓହରିଗଲେ ଅର୍ଥାତ୍‌ ସରକାର ଗଣପରିବହନ କ୍ଷେତ୍ର ବିଶେଷତଃ ବସ୍‌ରେ ଯାତ୍ରୀ ପରିବହନ ବ୍ୟବସ୍ଥାରୁ ଅଦୃଶ୍ୟ ହୋଇଗଲେ।
ଏବେ ସମସ୍ତେ ପରିବେଶ ସଂରକ୍ଷଣ ପାଇଁ ଚିନ୍ତିତ। ବାୟୁମଣ୍ଡଳରେ ଧୂଆଁ, ଧୂଳିର ମାତ୍ରା ବଢ଼ିବା ନେଇ ରାତିଦିନ ବ୍ୟଗ୍ରତା ପ୍ରକାଶ କରାଯାଉଛି। ପେଟ୍ରୋଲିୟମ୍‌ ଆମଦାନୀ ବିଲ୍‌ ଦିନକୁ ଦିନ ବଢୁଛି। ଦିଲ୍ଲୀରେ ଯୁଗ୍ମ, ଅଯୁଗ୍ମ ଗାଡ଼ି ନମ୍ବର ନେଇ ବେଶ୍‌ ଖେଳକସରତ ଚାଲିଛି କିନ୍ତୁ ନା କେନ୍ଦ୍ରୀୟସ୍ତରରେ ନା ପ୍ରାଦେଶିକସ୍ତରରେ ଗଣପରିବହନ ବା ପରିବେଶମୂଳକ ପରିବହନ ପାଇଁ କୌଣସି ନିଷ୍ଠାପର ଉଦ୍ୟମ କରାଯାଉଛି।
ସିଙ୍ଗାପୁରରେ ବାହାର ଖାଦ୍ୟର ମାନ, ଗୁଣାତ୍ମକତା ଓ ବିବିଧତା ଯୋଗୁ ଲୋକେ ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଅଧିକ ପସନ୍ଦ କରୁଥିଲା ଭଳି ଏପିରି କି ଅନେକ ଘର ନକ୍ସାରୁ ରୋଷେଇ ବଖରାଟିଏ ଅନ୍ତର୍ହିତ ହୋଇଯାଇଥିଲା ଭଳି ଆମକୁ ଗଣପରିବହନ ବ୍ୟବସ୍ଥାକୁ ଏପରି ଆକର୍ଷଣୀୟ କରିବାକୁ ହେବ ଯେ ଅଧିକରୁ ଅଧିକ ଲୋକ ନିଜର ବ୍ୟକ୍ତିଗତ ପରିବହନ ବ୍ୟବସ୍ଥା ଛାଡ଼ି ବସ୍‌, ଟ୍ରେନ ବା ଯନ୍ତ୍ରଚାଳିତ ବୋଟରେ ଯିବାକୁ ଅଧିକ ପସନ୍ଦ କରିବେ। ପ୍ରଥମ ପଦକ୍ଷେପ ସ୍ବରୂପ ରାସ୍ତାଗୁଡ଼ିକ ଯଥାସମ୍ଭବ ସିଧାସଳଖ କରିବାକୁ ପଡ଼ିବ, ଯାହା ବିକଶିତ ଦେଶରେ ଦେଖାଯାଏ। ଖାଲଖମାପୂର୍ଣ୍ଣ ଅଙ୍କାବଙ୍କା ରାସ୍ତାରେ ଯାତ୍ରା ଖାଲି ବିପଦପୂର୍ଣ୍ଣ ନୁହେଁ, ଏହା ଅଧିକ ସମୟସାପେକ୍ଷ। ତା’ ଛଡ଼ା ପରିବେଶ ଦୃଷ୍ଟିରୁ ଅହିତକର, କାରଣ ବାରମ୍ବାର ଗାଡ଼ିର ଗତି ପରିବର୍ତ୍ତନ ସହ ଅଧିକ ଧୂଆଁ ନିର୍ଗମନ ହୋଇଥାଏ। ବିଦେଶରେ ଜଣେ ଗାଡ଼ିଚାଳକ ସିଧାସଳଖ ତଥା ଉଚ୍ଚମାନର ରାସ୍ତା ଯୋଗୁ ଦିନକୁ ଯେତିକି ସମୟ ଗାଡ଼ି ଚଳାଇ ଯେତିକି ଦୂର ଅତିକ୍ରମ କରେ ଭାରତବର୍ଷରେ ଗାଡ଼ିଚାଳକମାନେ ସେତିକି ସମୟ ଗାଡ଼ି ଚଳାଇ ପାରନ୍ତି ନାହିଁ କି ସେତିକି ଦୂର ଅତିକ୍ରମ କରିପାରନ୍ତି ନାହିଁ। ଏଥିଯୋଗୁ ଖାଲି ପରିବେଶ ଅଧିକ ପ୍ରଦୂଷିତ ହୁଏ ତା’ ନୁହେଁ, ଅଧିକ ‘ମାନବ ସମୟ’ (ମ୍ୟାନ୍‌ ଆୱାର) ଏବଂ ଅଧିକ ମାନବ ସମ୍ବଳ କ୍ଷୟହୁଏ।
ଗଣପରିବହନକୁ ଉତ୍ସାହିତ କରିବାକୁ ହେଲେ ରାସ୍ତାର ଉନ୍ନତି ସହିତ କମ୍‌ ସମୟ ଭିତରେ, କମ୍‌ ଖର୍ଚ୍ଚରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି କରିବାକୁ ପଡ଼ିବ। ଯଦି ସମୟ, ଅର୍ଥ ସହିତ ପରିବହନକାରୀ ଯାନର ଗୁଣବତ୍ତା ଉତ୍ତମ ରହେ ଲୋକେ ଆପଣାଛାଏଁ ସାଧାରଣ ପରିବହନ ପ୍ରତି ଆକୃଷ୍ଟ ହେବେ। ଯେହେତୁ ଆମ ସମାଜରେ ଯେତେ ଯାହା କଲେ ବି ବିଭିନ୍ନ ଦୃଷ୍ଟିରୁ ବର୍ଗୀକରଣ ରହୁଛି, ପରିବହନ ପାଇଁ ଉଦ୍ଦିଷ୍ଟ ଯାନର ବର୍ଗୀକରଣ କରାଯାଇ ଉଚ୍ଚ ମଧ୍ୟବିତ୍ତ ଲୋକଙ୍କୁ ଏ ବ୍ୟବସ୍ଥା ପ୍ରତି ଆକର୍ଷିତ କରାଯାଇପାରେ।
ସହରୀ ପରିବହନକୁ ଅଧିକ ସମୟାନୁବର୍ତ୍ତୀ, ଅଧିକ ବାଧାମୁକ୍ତ କରିବା ପାଇଁ ବେଶି ଫ୍ଲାଇଓଭର ନିର୍ମାଣ କରିବାକୁ ପଡ଼ିବ ଏବଂ ‘ମୋ ବସ୍‌’ରେ ଯେପରି ସରକାରଙ୍କ ତରଫରୁ ଖବରକାଗଜ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି, ତା’ ନ ହେଲେ ବି ମୋବାଇଲ ଚାର୍ଜ ପଏଣ୍ଟ, ୱାଇଫାଇ, ସଙ୍ଗୀତ ଓ ଦୂରଗାମୀ ବସରେ ଶୌଚାଳୟର ବ୍ୟବସ୍ଥା କରାଯାଇପାରେ। ଫଳରେ ଜନସାଧାରଣରେ ପ୍ରତୀୟମାନ ହେବ ଯେ ବ୍ୟକ୍ତିଗତ ବା ଘରୋଇ ପରିବହନ ଅପେକ୍ଷା ଗଣପରିବହନ ଅଧିକ ଉତ୍ତମ ବିକଳ୍ପ। ରେଳ ଷ୍ଟେଶନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ପହଞ୍ଚିବା ଓ ଛାଡ଼ିବା ପରି ଷ୍ଟପେଜଗୁଡ଼ିକରେ ଯଦି ସେପରି ଏକ ସୁସଂହତ ବ୍ୟବସ୍ଥା କରାଯାଇପାରନ୍ତା ଲୋକେ ସମୟାନୁବର୍ତ୍ତିତାକୁ ଏକ ଅଧିକାର ହିସାବରେ ସାବ୍ୟସ୍ତ କରନ୍ତେ ଏବଂ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନେଇ ଲୋକେ ଆଶଙ୍କାରେ ରହନ୍ତେ ନାହିଁ।
ଯେହେତୁ ଗଣପରିବହନ ଏକ ପରିବେଶ ଉପଯୋଗୀ କାର୍ଯ୍ୟ, ଏଥିରେ ସରକାରଙ୍କୁ ଆବଶ୍ୟକତାଠୁ ଅଧିକ ସକ୍ରିୟ ହେବାକୁ ପଡ଼ିବ। କାରଣ ଘରୋଇ କମ୍ପାନୀ ବିନା ଲାଭରେ କିଛି କରିବେ ନାହିଁ। ଏଥିରେ ଗୋଟିଏ ପ୍ରଦେଶ ବା ଦେଶର ଦୀର୍ଘମିଆଦୀ ମାନବୀୟ ସ୍ବାର୍ଥ ନିହିତ ଥିବାରୁ ଜନସାଧାରଣ ତଥା ରାଷ୍ଟ୍ର ବା ରାଜ୍ୟକୁ ବଞ୍ଚେଇ ରଖିବା ନ୍ୟାୟରେ ସରକାରଙ୍କୁ ପ୍ରଥମ ଅବସ୍ଥାରେ ଏହାକୁ ସାମାଜିକ କଲ୍ୟାଣ ଯୋଜନା ହିସାବରେ ପ୍ରଚଳନ କରିବାକୁ ପଡ଼ିବ।
ଖାଲି ଟ୍ରେନ କି ବସ୍‌ ନୁହେଁ ଜଳ ପରିବହନ ଏକ ପରିବେଶ ଅନୁକୂଳ, ଟ୍ରାଫିକମୁକ୍ତ, ଅଳ୍ପ ବ୍ୟୟସାପେକ୍ଷ, ମନୋରମ ପରିବହନ ବ୍ୟବସ୍ଥା। ଜଳ ପରିବହନ ପ୍ରାକୃତିକ ପରିବେଶରେ ଭ୍ରମଣର ଆନନ୍ଦ ହେଉଥିବାରୁ ଏହାକୁ ସୁସଂହତ କରିପାରିଲେ ଏହା ସମ୍ପୃକ୍ତ ଅଞ୍ଚଳ ପାଇଁ ଜୀବନରେଖା ପାଲଟି ପାରିବ। କେରଳ ଏ ଦିଗରେ ମାର୍ଗଦର୍ଶକ। ଉଭୟ ପର୍ଯ୍ୟଟନ ଓ ଯାତ୍ରୀପରିବହନ କ୍ଷେତ୍ରରେ କେରଳରେ ଭୂପୃଷ୍ଠ ପରିବହନ ଅପେକ୍ଷା ଜଳପରିବହନ ଅଧିକ ଆକର୍ଷଣୀୟ ଓ ଗ୍ରହଣୀୟ ହୋଇପାରିଛି। ଓଡ଼ିଶାର ନଦନଦୀ, କେନାଲ, ଡ୍ୟାମ୍‌କୁ ଏ ଦିଗରେ ବ୍ୟବହାର କରାଯାଇପାରେ। କେନାଲ ଦୃଷ୍ଟିରୁ ଦେଖିଲେ ସବୁଠୁ ବଡ଼ ସୁଯୋଗ ରହିଛି ଅବିଭକ୍ତ ବାଲେଶ୍ୱର ଜିଲାର ଭୋଗରାଇଠୁ ବାସୁଦେବପୁର ନିକଟବର୍ତ୍ତୀ ମନ୍ତେଇ ନଦୀ ପର୍ଯ୍ୟନ୍ତ ପାଖାପାଖି ୯୦ କିମି ଜଳପଥ। ବ୍ରିଟିଶ ଅମଳରେ ତିଆରି ଖଣ୍ଡାପରି ସିଧା ଏହି ଜଳପଥକୁ ବିକଶିତ କରିପାରିଲେ ଏହା ପରିବହନ, ପର୍ଯ୍ୟଟନ, ଜଳସେଚନ, ମତ୍ସ୍ୟଚାଷ କ୍ଷେତ୍ରରେ ବିରାଟ ଭୂମିକା ନିଭେଇ ପାରିବ। ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସହିତ ଜନସାଧାରଣ ମଧ୍ୟ ଆଗେଇ ଆସିବା ଆବଶ୍ୟକ।
ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri