ଗଞ୍ଜାମରେ ଶନିବାର ନୋ ବ୍ୟାଗ୍‌ ଡେ

ଛତ୍ରପୁର,୫ା୩(ଡି.ଏନ.ଏ.): ପିଲାମାନେ ଅତ୍ୟଧିକ ଓଜନର ସ୍କୁଲବ୍ୟାଗ ନେଉଥିବାରୁ ସେମାନଙ୍କ ଶାରିରୀକ ସମସ୍ୟା ଦେଖାଦେଉଛି। ଏହାକୁ କମାଇବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପିଲା କେତେ ଓଜନର ବହିପତ୍ର ନେବେ ତାହା ସ୍ଥିର କରାଯାଇଛି। ଏହିକ୍ରମରେ ଗଞ୍ଜାମ ଜିଲା ପ୍ରଶାସନ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ଏଣିକି ପ୍ରତି ଶନିବାର ହେବ ନୋ ବ୍ୟାଗ ଡେ’। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ୭ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ। ଜିଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଶନିବାର ସ୍କୁଲକୁ ବହିଖାତା ନେବେନି। ପାରମ୍ପରିକ ଶିକ୍ଷା ବଦଳରେ ସେମାନଙ୍କୁ ଅଭିନବ ଶୈଳୀରେ ଶିକ୍ଷାଦାନ କରାଯିବ। ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ପଦ୍ଧିତ ଲାଭଦାୟକ ହେବ। ପିଲାଙ୍କୁ ପ୍ରଥମେ ଯୋଗଶିକ୍ଷା ଦିଆଯିବ। ପରେ ସାମୂହିକ ବିଦ୍ୟାଳୟ ସଫେଇ, ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ, ଶୌଚାଳୟ ବ୍ୟବହାର କରିବାର ଉପକାରିତା ଏବଂ ଚାରାରୋପଣ ନେଇ ସଚେତନ କରାଯିବ। ପିଲାଙ୍କୁ ବିଭିନ୍ନ ଗପ ଶୁଣାଇ ସେମାନେ ଯେଉଁ ଗପ ଜାଣିଛନ୍ତି ତାହା କହିବା ପାଇଁ ଉତ୍ସାହିତ କରାଯିବ। ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଛାତ୍ରୀଛାତ୍ରଙ୍କୁ ମୌଖିକ ଶିକ୍ଷା ଦିଆଯିବ। ଏଥିସହ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। ବାଳିକା ଶିକ୍ଷାର ଆବଶ୍ୟକତା ଉପରେ ଶିକ୍ଷକମାନେ ବକ୍ତବ୍ୟ ରଖିବେ। ମହିୟସୀ ମହିଳାମାନଙ୍କର କାର୍ଯ୍ୟାବଳୀ ଅବଗତ କରାଯିବ। ଛାତ୍ରୀଛାତ୍ରମାନେ ଚିତ୍ରାଙ୍କନ କରିବା ସହିତ ସାମ୍ପ୍ରତିକ ଘଟଣାବଳୀ ଉପରେ ସେମାନଙ୍କୁ ସୂଚନା ଦିଆଯିବ। ଏହି ଅଭିନବ ଶିକ୍ଷା ପଦ୍ଧତି ଦ୍ୱାରା ଛାତ୍ରୀଛାତ୍ର କେତେ ଅନୁପ୍ରାଣିତ ହୋଇପାରୁଛନ୍ତି, ଶିକ୍ଷକମାନେ ଏହାର ମୂଲ୍ୟାୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୨୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରିବେ। ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri