ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ବ୍ରହ୍ମପୁର ଅଫିସ୍‌,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ କବିସୂର୍ଯ୍ୟନଗର ବିଧାୟିକ ଲତିକା ପ୍ରଧାନ ଯୋଗଦେଇଥିଲେ। ସଂଘର ସଭାପତି କୁମୁଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଗାଗାରିନ୍‌ ନାୟକ ପରିଚାଳନା କରିଥିଲେ। ରାଜ୍ୟ ଭାରୋତ୍ତୋଳନ ସଂଘର ସାଧାରଣ ସଂପାଦକ ନାରାୟଣ ସାହୁଙ୍କ ସମେତ ବହୁ ପୂର୍ବତନ ଖେଳାଳି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କନିଷ୍ଠ ବାଳକ ୫୫ କି.ଗ୍ରା. ଓଜନ ବାଳକ ବର୍ଗରେ କୃଷ୍ଣଚନ୍ଦ୍ର ନାୟକ ମୋଟ ୧୫୬କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ଆକାଶ ନାୟକ ୧୫୫କି.ଗ୍ରା.ଉଠାଇ ଦ୍ୱିତୀୟ ଏବଂ ସୁନିଲ ପ୍ରଧାନ ୧୪୯କି.ଗ୍ରା. ଉଠାଇ ତୃତୀୟ ହୋଇଛନ୍ତି ।
ବାଳକ ୬୧କି.ଗ୍ରା. ଓଜନ ବର୍ଗରେ ଗଙ୍ଗାଧର ସାହୁ ୨୦୮କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ରାମ ଚନ୍ଦ୍ର ହେମ୍ବ୍ରମ୍‌(୨୦୨କି.ଗ୍ରା.) ଦ୍ୱିତୀୟ ଏବଂ ଜଗନ୍ନାଥ ସାହୁ(୧୬୦କି.ଗ୍ରା.) ତୃତୀୟ ହୋଇଛନ୍ତି । ୟୁଥ୍‌(ବାଳକ) ୪୯କି.ଗ୍ରା. ଓଜନ ବର୍ଗରେ କାହ୍ନା ବେହେରା ୧୦୬ କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ମୁନା ନାୟକ(୧୦୬କି.ଗ୍ରା.) ଦ୍ୱିତୀୟ ଏବଂ ପ୍ରଦ୍ୟୁମ୍ନ ସାହୁ(୭୭ କି.ଗ୍ରା.) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୟୁଥ୍‌(ବାଳିକା) ୬୪କି.ଗ୍ରା. ଓଜନ ବର୍ଗରେ ମନିଶା ସାହୁ ମୋଟ ୫୬କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଛନ୍ତି । ଜୁନିୟର୍‌ ୬୪କି.ଗ୍ରା. ଓଜନ ବର୍ଗରେ ଜି.ଗୀତାଞ୍ଜଳୀ ୧୧୧କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌
ହୋଇଥିବା ବେଳେ ଆଞ୍ଚଳ କୁମାରୀ ଗୌଡ଼(୮୮କି.ଗ୍ରା.) ଦ୍ୱିତୀୟ ହୋଇଛନ୍ତି ।
ସବ୍‌ଜୁନିୟର୍‌ ୟୁଥ୍‌ ୪୯କି.ଗ୍ରା. ଓଜନ ବର୍ଗରେ ଜ୍ୟୋତି ବଡ଼ମୁଣ୍ଡି ୯୭କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ଶୁଭଦୀ ଗମାଙ୍ଗ(୬୦କି.ଗ୍ରା.) ଦ୍ୱିତୀୟ ଏବଂ ସୁମିତ୍ରା ମଲ୍ଲିକ(୪୮କି.ଗ୍ରା.) ତୃତୀୟ ହୋଇଛନ୍ତି ।
୫୫କି.ଗ୍ରା. ଓଜନ ବର୍ଗରେ ରଶ୍ମିତା କୁମାରୀ ମହାରଣା ୯୯କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ୬୩ କି.ଗ୍ରା. ଓଜନ ଉଠାଇ ମିନି ସବର ଦ୍ୱିତୀୟ ଏବଂ ପୁଷ୍ପାଞ୍ଜଳୀ ସାହୁ ୫୭କି.ଗ୍ରା. ଓଜନ ଉଠାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୯କି.ଗ୍ରା. ଓଜନ ବର୍ଗରେ ସଂଗୀତା ପାଢ଼ୀ ୧୧୪କି.ଗ୍ରା. ଓଜନ ଉଠାଇ ଚାମ୍ପିୟନ୍‌ ହୋଇଥିବା ବେଳେ ରିନା ମଲ୍ଲିକ(୭୬କି.ଗ୍ରା.) ଦ୍ୱିତୀୟ ଏବଂ ଇଶା ନାୟକ ୫୩କି.ଗ୍ରା. ଓଜନ ଉଠାଇ ତୃତୀୟ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri