ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା ଓ ମଳ ଗଙ୍ଗୁଆକୁ ଛଡ଼ାଯାଉଥିବାରୁ ଏହା ପୂରା ଦୁର୍ଗନ୍ଧମୟ ହୋଇପଡିଛି। ଜବରଦଖଲ ଯୋଗୁ କେଉଁଠି ସଙ୍କୁଚିତ ହୋଇପଡିଛି ତ ଆଉ କେଉଁଠି ସତ୍ତା ହରାଇଛି। ଗଙ୍ଗୁଆର ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ମଧ୍ୟ ସେପରି କିଛି ଠୋସ୍‌ ପଦକ୍ଷେପ ନିଆଯାଉନି। ତେଣୁ ଆଗାମୀ ଦିନରେ ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଗଙ୍ଗୁଆ ନାଳ ସବୁଠୁ ବଡ଼ ସମସ୍ୟା ପାଲଟିବ ବୋଲି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀଙ୍କ ଉଦ୍ଦେଶ୍ୟରେ ବୁଧବାର ସଚିବ ରବୀନ୍ଦ୍ର ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗଙ୍ଗୁଆ ସ୍ଥିତିକୁ ସୁଧାରିବା ପାଇଁ ଉଚିତ ପଦକ୍ଷେପ ନିଆ ନ ଗଲେ ସଙ୍ଗଠନ ପକ୍ଷରୁ ବଡ଼ଧରଣର ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନ୍‌ଗୁଡିକ ଗଙ୍ଗୁଆ ସହିତ ଯୋଡ଼ାଯାଇଛି। ସହରର ବଡ଼ ବଡ଼ ଆପାର୍ଟମେଣ୍ଟ ଓ କଲୋନୀର ବାହାରୁ ବାହାରୁଥିବା ଆବର୍ଜନା ପାଣି ଡ୍ରେନ୍‌ ଦେଇ ସିଧାସଲଖ ଗଙ୍ଗୁଆରେ ମିଶୁଛି। ସେହିପରି ଡ୍ରେନ୍‌ ଓ ଗଙ୍ଗୁଆ ପାର୍ଶ୍ୱରେ ଗଢ଼ି ଉଠୁଥିବା ଘରର ମଇଳା ପାଣି ସିଧାସଳଖ ଛଡ଼ାଯାଉଛି।
ଏହାଦ୍ୱାରା ଗଙ୍ଗୁଆ ପ୍ରଦୂଷିତ ହେବା ସହ ଏହାର ଆର୍ବଜନା ଜଳ ଦୟା ନଦୀ ଦେଇ ୩୪କିମି ଦୂରରେ ଥିବା ପର୍ଯ୍ୟଟନ କ୍ଷେତ୍ର ଚିଲିକାରେ ମିଶୁଛି। ଏଥିଯୋଗୁ ଦୟା ନଦୀ ପଙ୍କିଳ ହୋଇପଡିବା ସହ ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି। ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ମହାନଦୀ ବଞ୍ଚାଅ ସଙ୍ଗଠନ ଆବାହକ ସୁଦର୍ଶନ ଦାସ, ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ନିଲୁ ଖୁଣ୍ଟିଆ, ବିଜୟ ପ୍ରଧାନ, ରମୋ ଭାରତୀ, ପ୍ରସନ୍ନ ଶ୍ରୀଚନ୍ଦନ ରାୟ, ରାଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ॥


Enter your email to get our daily news in your inbox.

All Right Reserved By Dharitri.Com

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri