ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’ ବାପାଙ୍କୁ ଗ୍ରାମରୁ ସାମାଜିକ ବାସନ୍ଦ କରିଛନ୍ତି। ଗତ ଜୁଲାଇ ୪ରେ ଗ୍ରାମର ନାଡ଼ି ରାଜେଶ୍ୱରୀ ଓ ନାଡ଼ି ଭଗବାନଙ୍କ ପରିବାରଙ୍କୁ ଗ୍ରାମ୍ୟ କମିଟି ଏହି ଦଣ୍ଡାଦେଶ ଶୁଣାଇଥିଲେ। ୫ହଜାର ୫ଶହ ଟଙ୍କା ଜରିମାନା କରିବା ସହ ଧେଣ୍ଡୁରା ଦେଇ ନିଅଁ।ପାଣି ଓ ସାମାଜିକ ବାସନ୍ଦ କରିଛନ୍ତି। ଏନେଇ ପ୍ରଥମେ ଧରିତ୍ରୀ/ଓଡ଼ିଶା ପୋଷ୍ଟରେ ଗତ ୩ରେ ଖବର ପ୍ରକାଶିତ ପରେ ରଫାଦଫା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ଗ୍ରାମର କିଛି ବ୍ୟକ୍ତିଙ୍କ ଜିଦ୍ ଯୋଗୁ ଏମାନେ ଗଁ।କୁ ଫେରିବାକୁ ଭୟ କରୁଛନ୍ତି। ଶୁକ୍ରବାର ବାସନ୍ଦ ପରିବାର ଯୋଡ଼ହସ୍ତରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ, ପୋଲିସ ଉଚ୍ଚ ଅଧିକାରୀ ଓ ଗଁ। ଲୋକଙ୍କୁ ନିବେଦନ କରି ସେମାନଙ୍କୁ ଗଁ। ରେ ଶାନ୍ତିରେ ରହିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଭିଡ଼ିଓ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ପରେ ବହୁ ମାନବ ଅଧିକାର ଓ ସମାଜିକ କର୍ମୀଙ୍କ ସମେତ ବିଭିନ୍ନ ସ୍ତରରେ ପ୍ରଶାସନର ସ୍ଥାଣୁତା ଓ ଗ୍ରାମ୍ୟ କମିଟି ନାମରେ କଙ୍ଗାରୁ କୋର୍ଟକୁ ବିରୋଧ କରିଛନ୍ତି।
ପ୍ରକାଶ ଥାଉ କି, ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି। ସେ ବଡ଼ଖଣ୍ଡି ଗ୍ରାମରେ ବିବାହ କରିଥିଲେ। ସ୍ବାମୀଙ୍କ ସହ ମତାନ୍ତର ଯୋଗୁ ଗ୍ରାମ୍ୟ କମିଟି ବିଚାର କରି ମମତାଙ୍କୁ ଚାକିରି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିରେ ଅରାଜି ହେବାରୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା।
କମିଟି ପକ୍ଷରୁ ନାଡ଼ି ଭଗବାନଙ୍କ ପରିବାରକୁ କୌଣସି ବାସନ୍ଦ କରାଯିବ ନାହିଁ ବୋଲି ଗ୍ରାମବାସୀ ପ୍ରତିଶ୍ରୁତି ଦେଇଥିବା ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି।
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...
Archives


