୯ ଗୋଟି କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି – ୨୦୧୯

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ନୟାଗଡ଼ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ ୧୧ଗୋଟି କ୍ଲଷ୍ଟର ମଧ୍ୟରୁ କଣ୍ଟିଲୋ ଓ ରାଣୀଛେଲ୍ଲୀକୁ ବାଦ ଦେଇ ଅବଶିଷ୍ଟ ୯ଟି କ୍ଲଷ୍ଟରରେ ଶନିବାର ଶିଶୁ ମହୋତ୍ସବ ସୁରଭି – ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡା ବ୍ଲକ ଅଧୀନ ସିଧାମୂଳା, ବେଣାଗାଡିଆ, ଖଳିସାହି, ବନମାଳୀପୁର, ଶିଖରପୁର, ଗୁଣ୍ଠୁଣୀ, ସିଂଘାପଡା, କୋସକା ଓ କୁମ୍ଭାରପଡା ଆଦି ୯ କ୍ଲଷ୍ଟର ଅଧୀନ ଶହେରୁ ଊଦ୍ଧ୍ୱର୍‌ବ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସାଧାରଣଜ୍ଞାନ, ସୃଜନାମତ୍କ ଲିଖନ, ସଙ୍ଗୀତ, ଚିତ୍ରାଙ୍କନ, ତର୍କ, କୌତୁକ ପୋଷାକ, ଏକକ ଅଭିନୟ ପ୍ରଭୃତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ା ବିଚାରକମଣ୍ଡଳୀଙ୍କ ଦ୍ୱାରା ଯୋଗ୍ୟ ବିବେଚିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ା ସେହିପରି ସିଧାମୂଳାଠାରେ ସିଆରସିସି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ୯ଟି କ୍ଲଷ୍ଟରରୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରମାନେ ଆସନ୍ତା ସପ୍ତାହରେ ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ଲିଙ୍ଗରାଜ ନୋଡାଲ ୟୁପିଏମଇ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ଶିକ୍ଷାଧିକାରୀ ଚନ୍ଦନ କୁମାର ରଥଙ୍କଠାରୁ ପ୍ରକାଶ ା ସେହିପରି ଆସନ୍ତା ୨୨ ତାରିଖରେ ଖଣ୍ଡପଡା ବ୍ଲକ ଅଧୀନ ରାଣୀଛେଲ୍ଲୀ ଓ କଣ୍ଟିଲୋ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri