ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ ମୃଦଙ୍ଗ, ମାଦଳ, ଡୁବି ତବଲା, ଢୋଲ ଆଦି ପ୍ରସ୍ତୁତି କରିବା ସହିତ ଉକ୍ତ ବାଦ୍ୟଯନ୍ତ୍ରର ମୁର୍ଚ୍ଛନାକୁ ତୋଳି ରଖିଛନ୍ତି। ଏଥିପାଇଁ ଜିଲା ସମେତ ଅନୁଗୋଳ, ଢେଙ୍କାନାଳ, ଦେବଗଡ, ମୟୂରଭଞ୍ଜ ଜିଲାରୁ ଆସନ୍ତି ଏହି ବାଦ୍ୟଯନ୍ତ୍ର ତିଆରି ପାଇଁ। ସରକାରଙ୍କ ତରଫରୁ ପ୍ରଶଂସା କରାଯାଉଥିବାବେଳେ କୌଣସି ସହାୟତା କରାଯାଉନି। ଏଭଳି ପ୍ରତିଭା ଥାଇ ମଧ୍ୟ ଲୁକ୍କାୟିତ ହୋଇଯାଉଛି।
ତେଲକୋଇ ବ୍ଲକ ଅଧୀନର ସିରିଗିଡା ପଞ୍ଚାୟତର ମକାପଡା ଗ୍ରାମର ହେଲେ ନୟନ ଦାସ(୭୫)। ଛୋଟ ବେଳୁ ଏହି କଳାରେ ପାରଙ୍ଗମ ହୋଇଥିବା ବେଳେ ଏହାକୁ ନିଜର ବୃତ୍ତି ଭାବି ଅଦ୍ୟାବଧି ଜାରି ରଖିଛନ୍ତି । ତାଙ୍କର ସ୍ବତନ୍ତ୍ର ପରିଚୟ ହେଉଛି ସେ ଜଣେ ତପସ୍ବୀ। ଜନ୍ମ ପରେ କେବେ ଚପଲ ପିନ୍ଧିନାହାନ୍ତି। ବିଭିନ୍ନ ଜିଲାକୁ ଗଲେ ଖାଲିପାଦରେ ଯିବା ସହିତ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇଥାନ୍ତି। ତାଙ୍କ ମୃଦଙ୍ଗ ଓ ମାଦଳକୁ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ପକ୍ଷରୁ ଅର୍ଡର ଦିଆଯାଇ ଜିଲ୍ଲା ଓ ଦେଶ ବାହାରକୁ ନେଇଥାନ୍ତି । ତାଙ୍କୁ କାହିବାନୁଯାୟୀ ଗ୍ରାମରେ ସ୍କୁଲ ନ ଥିବା ସ୍ଥଳେ ନିକଟସ୍ଥ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ମୃଦଙ୍ଗ, ମାଦଳ ଏବଂ ଢୋଲର ମୁର୍ଚ୍ଛନା ଦେବା ଗୁରୁତ୍ୱ ଯୋଗୁ ସବୁ ଯନ୍ତ୍ରପାତିକୁ ତିଆରି କରୁଥିବାରୁ ତାଙ୍କୁ ଆଦୃତ କରିଛନ୍ତି। ସେହି ଅଞ୍ଚଳର ବିଭିନ୍ନ ଗ୍ରାମର କୀର୍ତ୍ତନ ମଣ୍ଡଳୀ ଦୈନିକ ଆସି ତାଙ୍କୁ ଉତ୍ସାହିତ କରିବାରେ ଲାଗିଛନ୍ତି । ପରିବାର କହିଲେ ୨ପୁଅ ବୋହୂ, ନାତିନାତୁଣି ସମସ୍ତେ ପାଖରେ ଅଛନ୍ତି। ତାଙ୍କ ମଧ୍ୟରେ ଥିବା ଏହି ପ୍ରତିଭାକୁ ଅଣଦେଖା କରାଯାଉଛି। ଜୀବନ ଥିବା ମଧ୍ୟରେ ଏହି ଖୋଳ ତାଳର ମେଳକୁ ଉଜ୍ଜୀବିତ କରିବାକୁ ନିଷ୍ପତ୍ତି ନେଇଛି। ଜିଲା ଓ ଓଡିଶା ବାହାର ସଂସ୍ଥା ଆସି ପ୍ରଶଂସାରେ ପୋତୁ ଥିବା ବେଳେ ଏହା କଳାକୁ ସ୍ବତନ୍ତ୍ର ଭାବେ ଉଜ୍ଜୀବୀତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ଘର ପର୍ଯ୍ୟନ୍ତ ଆସିବାକୁ ରାସ୍ତା ନାହିଁ। ଜଙ୍ଗଲ ଅଞ୍ଚଳରେ ରହିଥିଲେ ହେଁ ବାଦ୍ୟଯନ୍ତ୍ର ପାଇଁ ବହୁ ଲୋକେ ଆସି ପହଞ୍ଚିଥାନ୍ତି। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି କଳାକୁ ବଞ୍ଚାଇ ରଖିବାକୁ ସେ ଦୃଢ଼ ସ୍ବରରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି...

ପିପିଲି ରାଜନୀତିରେ ନୂଆ ମୋଡ, ଜଣାପଡିଲା କାହିଁକି ରୁଦ୍ରଙ୍କ ସ୍ତ୍ରୀ କରିଛନ୍ତି ନାମାଙ୍କନ

ପୁରୀ,୮।୫: ନିର୍ବାଚନୀ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ। ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିିଥିବାବେଳେ ଏପରି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପିପିଲି...

ବିଜେଡିକୁ କାଉଣ୍ଟର କରିବା ପାଇଁ ଭାଜପାର ପ୍ରେସମିଟ୍‌

ଭୁବନେଶ୍ୱର,୮।୫: ବିଜେଡି ନେତା କାର୍ତ୍ତିକ କାଣ୍ଡିଆନଙ୍କ ପାହାନ୍ତିଆ ପ୍ରେସମିଟ୍‌ ପରେ ଏହାର କାଉଣ୍ଟର ଆଟାକ୍‌ କରିଛି ଭାରତୀୟ ଜନତା ପାର୍ଟି। ଭାଜପାର ପ୍ରେସମିଟ୍‌ କରି ସମୀର...

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri