ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ ସେହି ରଥରେ ତିନି ଠାକୁରଙ୍କ ଚିତ୍ର ରହିଛି। ସୋନାଇ ଷ୍ଟୋର ନାମକ ଏକ ସଂସ୍ଥା ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଦେଇଛି।ଏହାକୁ ନେଇ ଭକ୍ତ, ଜଗନ୍ନାଥପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ତୁରନ୍ତ ଶାଢ଼ିରୁ ମହାପ୍ରଭୁଙ୍କ ଚିତ୍ର ହଟାଇବାକୁ ଦାବି ହୋଇଛି।

