ଖୋଲିଲା ସ୍ବତନ୍ତ୍ର ଜନଜାତି ଷ୍ଟୋର୍‌ ‘ଆଦିଶା’

ଭୁବନେଶ୍ୱର ୧୦।୯(ବ୍ୟୁରୋ): ଆଦିବାସୀମାନଙ୍କ ବିଭିନ୍ନ ସାମଗ୍ରୀର ବ୍ୟାପକ ବ୍ୟବସାୟ ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଜନଜାତି ଷ୍ଟୋର୍‌ ‘ଆଦିଶା’ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଉଦ୍‌ଘାଟନ କରିଥିଲେ। ରୂପାଲି ଛକସ୍ଥିତ ଟିଡିସିସିଓଏଲ୍‌ ପରିସରରେ ଖୋଲିଥିବା ଏହି ଅତ୍ୟାଧୁନିକ ଷ୍ଟୋର୍‌ରେ ଗ୍ରାହକମାନେ ଓଡ଼ିଶା ଜନଜାତିମାନଙ୍କ ବିଭିନ୍ନ ସାମଗ୍ରୀ ଯଥା ଲଘୁ ବନଜାତ ଦ୍ରବ୍ୟ, କୃଷି ଉତ୍ପାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲା, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀ ଆଦି ସୁବିଧାରେ ପାଇପାରିବେ। ମାଣ୍ଡିଆ ବିସ୍କୁଟ୍‌, ପିଠା, ମାଣ୍ଡିଆରେ ପ୍ରସ୍ତୁତ ପାଉଁରୁଟି ବା ବ୍ରେଡ୍‌ ଭଳି ସ୍ବାସ୍ଥ୍ୟ ହିତକର ଜନଜାତି ଖାଦ୍ୟର ବ୍ୟାପକ ବଜାର ସୃଷ୍ଟି ନିମନ୍ତେ ପ୍ରଥମଥର ପାଇଁ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଥିବା ଟିଡିସିସିଓଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍‌ ସୂଚନା ଦେଇଛନ୍ତି।
ଟିଡିସିସିଓଏଲ୍‌ ତରଫରୁ ରାଜ୍ୟର ୬ ଜିଲାରେ ଏଭଳି ୧୧ଟି ସ୍ବତନ୍ତ୍ର ଷ୍ଟୋର୍‌ ଖୋଲାଯାଇଛି। ଏହାବ୍ୟତୀତ ଏକ ଭ୍ରାମ୍ୟମାଣ ଷ୍ଟୋର୍‌ ‘ଟ୍ରାଇବାଲ୍ସ ଅନ୍‌ ହ୍ବିଲ୍‌ସ’ର ବ୍ୟବସ୍ଥା କରାଯାଇଛି। ଏହି ଷ୍ଟୋର୍‌ଗୁଡ଼ିକରୁ ଗ୍ରାହକମାନେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟ ସାମଗ୍ରୀ ଏବଂ ଘରକରଣା ସାମଗ୍ରୀ କିଣିପାରିବେ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଯେପରି ରାଜ୍ୟର ଜନଜାତିମାନଙ୍କ ସାମଗ୍ରୀ ପହଞ୍ଚତ୍ପାରିବ ଓ ତାହାର ଉପାଦେୟତା ସମ୍ପର୍କରେ ଲୋକେ ଜାଣିପାରିବେ ତାହାକୁ ଦୃଷ୍ଟିରେ ରଖି ଉତ୍କୃଷ୍ଠମାନର ପ୍ୟାକେଜିଂ କରାଯାଇଛି। ସେହିଭଳି ଗ୍ଲୋବାଲ୍‌ ମାର୍କେଟ୍‌ ସୁଯୋଗ ସୃଷ୍ଟି କରିବାକୁ ଇ-କମର୍ସ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। www.adisha.in ଓ୍ବେବ୍‌ସାଇଟ୍‌ରେ ସମସ୍ତ ସାମଗ୍ରୀ ବିକ୍ରିବଟା ପାଇଁ ରଖାଯାଇଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ବଜାରରେ ପହଞ୍ଚିବ କୋରାପୁଟ କଫି
ରାଜ୍ୟ ଏବଂ ରାଜ୍ୟ ବାହାରେ କୋରାପୁଟ କଫିର ବିଶେଷ ଚାହିଦା ରହିଛି। ଏହାର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫି ଠାରୁ ବେଶ୍‌ ନିଆରା ହୋଇଥିବାବେଳେ ଏଥିରେ ଯେଉଁ ଔଷଧୀୟ ଗୁଣ ରହୁଛି ତାହା ଆଉ କେଉଁ କଫିରେ ଦେଖିବାକୁ ମିଳେନା। ଦିନକୁ ଦିନ କୋରାପୁଟ କଫିର ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଚାଷୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଚଳାଇଛି ଟିଡିସିସିଓଏଲ୍‌। ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ ପ୍ୟାକେଜିଂ କରାଯାଇଛି। ପ୍ରଥମଥର ପାଇଁ ଆଦିଶା ବ୍ରାଣ୍ଡ୍‌ରେ ଏହି କଫି ବିକ୍ରି ହେବାସହ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏହାସହ ଭୁବନେଶ୍ୱରରେ ଥିବା ଆଦିଶା ଷ୍ଟୋର୍‌ରେ କୋରାପୁଟ କଫି ପାଇଁ ସ୍ବତନ୍ତ୍ର କ୍ୟାଫେଟେରିଆ ପ୍ରତିଷ୍ଠା ହେବ। ଜନଜାତିମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ଚେୟାରରେ ବସି ଲୋକେ ଏହି ବିଶ୍ୱପ୍ରସିଦ୍ଧ କୋରାପୁଟିଆ କଫିର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri