ଖୋଲିଲା ସ୍ବତନ୍ତ୍ର ଜନଜାତି ଷ୍ଟୋର୍‌ ‘ଆଦିଶା’

ଭୁବନେଶ୍ୱର ୧୦।୯(ବ୍ୟୁରୋ): ଆଦିବାସୀମାନଙ୍କ ବିଭିନ୍ନ ସାମଗ୍ରୀର ବ୍ୟାପକ ବ୍ୟବସାୟ ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର ଜନଜାତି ଷ୍ଟୋର୍‌ ‘ଆଦିଶା’ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଉଦ୍‌ଘାଟନ କରିଥିଲେ। ରୂପାଲି ଛକସ୍ଥିତ ଟିଡିସିସିଓଏଲ୍‌ ପରିସରରେ ଖୋଲିଥିବା ଏହି ଅତ୍ୟାଧୁନିକ ଷ୍ଟୋର୍‌ରେ ଗ୍ରାହକମାନେ ଓଡ଼ିଶା ଜନଜାତିମାନଙ୍କ ବିଭିନ୍ନ ସାମଗ୍ରୀ ଯଥା ଲଘୁ ବନଜାତ ଦ୍ରବ୍ୟ, କୃଷି ଉତ୍ପାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ, ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲା, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀ ଆଦି ସୁବିଧାରେ ପାଇପାରିବେ। ମାଣ୍ଡିଆ ବିସ୍କୁଟ୍‌, ପିଠା, ମାଣ୍ଡିଆରେ ପ୍ରସ୍ତୁତ ପାଉଁରୁଟି ବା ବ୍ରେଡ୍‌ ଭଳି ସ୍ବାସ୍ଥ୍ୟ ହିତକର ଜନଜାତି ଖାଦ୍ୟର ବ୍ୟାପକ ବଜାର ସୃଷ୍ଟି ନିମନ୍ତେ ପ୍ରଥମଥର ପାଇଁ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଥିବା ଟିଡିସିସିଓଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ୍‌ ସୂଚନା ଦେଇଛନ୍ତି।
ଟିଡିସିସିଓଏଲ୍‌ ତରଫରୁ ରାଜ୍ୟର ୬ ଜିଲାରେ ଏଭଳି ୧୧ଟି ସ୍ବତନ୍ତ୍ର ଷ୍ଟୋର୍‌ ଖୋଲାଯାଇଛି। ଏହାବ୍ୟତୀତ ଏକ ଭ୍ରାମ୍ୟମାଣ ଷ୍ଟୋର୍‌ ‘ଟ୍ରାଇବାଲ୍ସ ଅନ୍‌ ହ୍ବିଲ୍‌ସ’ର ବ୍ୟବସ୍ଥା କରାଯାଇଛି। ଏହି ଷ୍ଟୋର୍‌ଗୁଡ଼ିକରୁ ଗ୍ରାହକମାନେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟ ସାମଗ୍ରୀ ଏବଂ ଘରକରଣା ସାମଗ୍ରୀ କିଣିପାରିବେ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଯେପରି ରାଜ୍ୟର ଜନଜାତିମାନଙ୍କ ସାମଗ୍ରୀ ପହଞ୍ଚତ୍ପାରିବ ଓ ତାହାର ଉପାଦେୟତା ସମ୍ପର୍କରେ ଲୋକେ ଜାଣିପାରିବେ ତାହାକୁ ଦୃଷ୍ଟିରେ ରଖି ଉତ୍କୃଷ୍ଠମାନର ପ୍ୟାକେଜିଂ କରାଯାଇଛି। ସେହିଭଳି ଗ୍ଲୋବାଲ୍‌ ମାର୍କେଟ୍‌ ସୁଯୋଗ ସୃଷ୍ଟି କରିବାକୁ ଇ-କମର୍ସ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। www.adisha.in ଓ୍ବେବ୍‌ସାଇଟ୍‌ରେ ସମସ୍ତ ସାମଗ୍ରୀ ବିକ୍ରିବଟା ପାଇଁ ରଖାଯାଇଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ବଜାରରେ ପହଞ୍ଚିବ କୋରାପୁଟ କଫି
ରାଜ୍ୟ ଏବଂ ରାଜ୍ୟ ବାହାରେ କୋରାପୁଟ କଫିର ବିଶେଷ ଚାହିଦା ରହିଛି। ଏହାର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫି ଠାରୁ ବେଶ୍‌ ନିଆରା ହୋଇଥିବାବେଳେ ଏଥିରେ ଯେଉଁ ଔଷଧୀୟ ଗୁଣ ରହୁଛି ତାହା ଆଉ କେଉଁ କଫିରେ ଦେଖିବାକୁ ମିଳେନା। ଦିନକୁ ଦିନ କୋରାପୁଟ କଫିର ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଚାଷୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ କଫିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଚଳାଇଛି ଟିଡିସିସିଓଏଲ୍‌। ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ ପ୍ୟାକେଜିଂ କରାଯାଇଛି। ପ୍ରଥମଥର ପାଇଁ ଆଦିଶା ବ୍ରାଣ୍ଡ୍‌ରେ ଏହି କଫି ବିକ୍ରି ହେବାସହ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଏହାସହ ଭୁବନେଶ୍ୱରରେ ଥିବା ଆଦିଶା ଷ୍ଟୋର୍‌ରେ କୋରାପୁଟ କଫି ପାଇଁ ସ୍ବତନ୍ତ୍ର କ୍ୟାଫେଟେରିଆ ପ୍ରତିଷ୍ଠା ହେବ। ଜନଜାତିମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ଚେୟାରରେ ବସି ଲୋକେ ଏହି ବିଶ୍ୱପ୍ରସିଦ୍ଧ କୋରାପୁଟିଆ କଫିର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri