ଖୋଲା ଛାତ ତଳେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ

କୋରେଇ,୧୯।୩(ଡିଏନଏ): କୋରେଇ ଅଞ୍ଚଳର ବହୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୁନିକୁନି ପିଲା ନିଜ ଅଧିକାରରୁ ବଞ୍ଚିତ୍ତ ହେଉଛନ୍ତି। ୧୫ରୁ ଊର୍ଦ୍ଧ୍ୱ ଭଙ୍ଗା ଘରେ ବିପଦପୂର୍ଣ୍ଣ ଭାବେ କୁନି ପିଲାଙ୍କୁ ପଢ଼ା ଯାଉଥିବା ଦେଖିବାକୁ ମିଳିଛି।
ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଛୋଟ ପିଲାଙ୍କ ପାଠପଢ଼ା ଓ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପିଲାଙ୍କ ନିକଟରେ ତାହାର ସୁଫଳ ପହଞ୍ଚି ପାରୁ ନ ଥିବା ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ କୁନିକୁନି ପିଲା ଗଛ ତଳେ ପାଠ ପଢ଼ୁଥିବାବେଳେ ଆଉ କେଉଁଠାରେ ଘର ଥାଇ ବି ତାହା ଭାଙ୍ଗିରୁଜି ଯାଇଥିବାରୁ ପିଲା ବାରଣ୍ଡା ନଚେତ ଖୋଲା ଛାତ ତଳେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। କୋରେଇ ମହିଳା ଶିଶୁ ବିଭାଗ ଅଧୀନରେ ଥିବା ଧନେଶ୍ୱର (୧) ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କ ତରଫରୁ ୨୦୦୬ ମସିହାରେ ସ୍ଥାପିତ ହୋଇଥିଲାବେଳେ ଏହି କେନ୍ଦ୍ରଟି ଶ୍ରୀ ଗୌରାଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଏକ ପରିତ୍ୟକ୍ତ କୋଠରୀରେ ଚାଲୁଛି। ଏହି କୋଠରୀର କାନ୍ଥ ଫାଟି ଯାଇଛି। ଉପର ଆଜବେଷ୍ଟସ ଭାଙ୍ଗି ଖସି ପଡ଼ିଛି। ଫଳରେ ୨୯ ଜଣ କୁନିକୁନି ଛାତ୍ରୀଛାତ୍ର ଖୋଲା ଛାତ ତଳେ ବର୍ଷା, ଖରା, ଶୀତ ଦାଉ ସହି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଏହି କେନ୍ଦ୍ରର ଆଖପାଖ ଅଞ୍ଚଳରେ ଥିବା ଅନ୍ୟ କେନ୍ଦ୍ରଗୁଡିକର ସ୍ବତନ୍ତ୍ର ଗୃହ ନିର୍ମାଣ ହୋଇଥିଲାବେଳେ ଏହି କେନ୍ଦ୍ର ପ୍ରତି କୋରେଇ ଶିଶୁ ବିଭାଗ କର୍ତ୍ତୃପକ୍ଷ କିମ୍ବା ସରକାର ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କୋରେଇ ମହିଳା ଶିଶୁ ବିକାଶ ଅଧିକାରିଣୀ ସ୍ନେହଲତା ସାହୁଙ୍କୁ ଯୋଗାଯୋଗ କରିବାରୁ, ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ପର୍କରେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଭଲଘରଟିଏ ଦେବା ପାଇଁ କହିବା ସତ୍ତ୍ୱେ ବିଇଓ ଶୁଣୁନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ୨୦୦୧ ମସିହାରେ ଅଙ୍ଗନଓ୍ବାଡି କେନ୍ଦ୍ର ଅଧା ନିର୍ମାଣ ହୋଇଥିଲାବେଳେ ତାହାକୁ ଭାଙ୍ଗି ଚାନ୍ଦିନି ତିଆରି କରାଗଲା। ସରକାରୀ ଖାତାରେ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ଅଛି ବୋଲି ରେକର୍ଡରେ ଦର୍ଶାଯାଇଥିବାବେଳେ ଏଯାବତ୍‌ ଗୃହ ହୋଇପାରି ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଜୟନ୍ତୀ ମଳିକଙ୍କ କହିବା ଅନୁଯାୟୀ, ଘରର ଛପର ନାହିଁ। ଖୁଣ୍ଟ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ କାନ୍ଥ ଫାଟି ଆଁ କରିଛି। ପିଲାମାନେ ବର୍ଷାରେ ଭିଜୁଥିଲେ ସୁଦ୍ଧା ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ସିଡିପିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥାଇ ବି ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ସେମାନେ ଭୟରେ ପାଠ ପଢାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri