ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଗତ ୨୯ ତାରିଖରେ ଏହି ତଥ୍ୟ ରାଜ୍ୟ ସଭାରେ ଲିଖିତ ଭାବେ ଉପସ୍ଥାପନ କରିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନ ନଂ୧୪୦୩ର ଉତ୍ତର ଦେଇ ମନ୍ତ୍ରୀ ଗୋଏଲ ଏହି ତଥ୍ୟ ଦେଇଛନ୍ତି।
ମୋଟ ୨୮୯ କି.ମି ପ୍ରକଳ୍ପ ପାଇଁ ବର୍ତ୍ତମାନ ସ୍ଥିତିରେ ୩୭୯୮.୮୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ଚଳିତ ମାର୍ଚ୍ଚ ସୁଦ୍ଧା ତନ୍ମଧ୍ୟରୁ ୧୩୨୭.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୧୯-୨୦ ବଜେଟ(ଆଉଟ୍‌ ଲେ) ୩୫୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ୨୮୯ କି.ମି ପ୍ରକଳ୍ପକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ୦ ରୁ ୧୧୨ କି.ମି ଏବଂ ଦ୍ୱିତୀୟଟି ୧୧୨ରୁ ୨୮୯ କି.ମି। ପ୍ରଥମ ଭାଗ ପୂର୍ଣ୍ଣଭାବେ ରେଳବାଇ ଦ୍ୱାରା କରାଯାଉଛି। ଦ୍ୱିତୀୟ ଭାଗଟିର ବ୍ୟବହୃତ ଜମି ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ରେଳବାଇକୁ ଯୋଗାଇ ଦେଉଛନ୍ତି। ସେହିପରି ନିର୍ମାଣର ୫୦ ପ୍ରତିଶତ ଅର୍ଥ ମଧ୍ୟ ବହନ କରୁଥିବା ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଜେଡି ସଭ୍ୟଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନରେ ପ୍ରକଳ୍ପ କେବେ ସରିବ ଏବଂ ବିଳମ୍ବର କାରଣ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟଭାବେ କେବେ ସରିବ, ତାହା କୁହାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ସରିବା ବିଭିନ୍ନ ଦିଗ ଏବଂ ଜିନିଷ ଉପରେ ନିର୍ଭର କରୁଥିବା କୁହାଯାଇଛି। ତୁରନ୍ତ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ଇନ୍‌ଫ୍ରିଜିଙ୍ଗ୍‌ ୟୁଟିଲିଟିଜ୍‌, ବିଭିନ୍ନ ସଂସ୍ଥାଗତ ଅନୁମତି, ପ୍ରକଳ୍ପ ହେଉଥିବା ଅଞ୍ଚଳର ପରିବେଶ, ବିସ୍ଥାପନ ସମସ୍ୟା ଇତ୍ୟାଦି ବିଷୟ ରହିଛି। ସମସ୍ତ ବିଷୟ ସମ୍ପର୍କିତ ଉପଯୁକ୍ତ ସମନ୍ବୟ ଦ୍ୱାରା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ବୋଲି କୁହାଯାଇଛି।
ସେହିଭଳି ସସ୍ମିତ ବ୍ରହ୍ମପୁର-ସମ୍ବଲପୁର(ଭାୟା-ଫୁଲବାଣୀ) ରେଳ ପ୍ରକଳ୍ପ କାର୍ଯ୍ୟ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ଏହି ରେଳପଥର ଯେଉଁ ଅଂଶ ଓଡ଼ିଶା ରେଳବାଇ ଭିତ୍ତିଭୂମି ଉନ୍ନୟନ ସଂସ୍ଥା(ଓଆରଆଇଡିଏଲ) ଦ୍ୱାରା କରାଯାଉଛି, ସେ ସମ୍ପର୍କରେ ବିବରଣୀ ମାଗିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ନୂଆ ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର ରେଳପଥ(୨୪୫.୫ କି.ମି)ର ପ୍ରାକ୍‌-ନିବେଶ କାର୍ଯ୍ୟ ଓଆରଆଇଡିଏଲ୍‌କୁ ପ୍ରଦାନ କରାଯାଇଛି। ଯାହା ମଧ୍ୟରେ ଫିଜିବିଲିଟ୍‌ ରିପୋର୍ଟ, ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ଏବଂ ସର୍ବେକ୍ଷଣ କାର୍ଯ୍ୟ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଭଳି ଏହି ପ୍ରକଳ୍ପ କେବେ ସରିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ଅନୁରୂପଭାବେ ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ (୩୨.୩୪ କି.ମି) କାର୍ଯ୍ୟର ୨୫.୭୩ କି.ମି କରାଯାଇଛି, ଅବଶିଷ୍ଟ କାର୍ଯ୍ୟ ଚାଲୁ ରହିଥିବା ମନ୍ତ୍ରୀ ଗୋଏଲ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ୩୯୬ କୋଟି ଟଙ୍କା ମଧ୍ୟରୁ ୩୮୧ କୋଟି ଟଙ୍କା ଖର୍ଚ୍ଚ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କରାଯାଇସାରିଛି। ୨୦୧୯-୨୦ରେ ବଜେଟ (ଆଉଟ ଲେ) ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କେବେ ସରିବ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସମୟ ସମ୍ପର୍କରେ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ସ୍ୱାସ୍ଥ୍ୟ ସେବା ଉପରେ ଯୁଦ୍ଧର ଚେଙ୍କ: ବଢ଼ିପାରେ ପାରାସିଟାମଲ ଏବଂ ଆଣ୍ଟିବାୟୋଟିକ୍ସ ଦାମ୍‌!

ନୂଆଦିଲ୍‌ଲୀ,୨୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଖାଡ଼ି ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଭାରତର ପ୍ରାୟ ୫୦ ଅରବ ଡଲାର (୫୦ ବିଲିୟନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri