ଖୋର୍ଦ୍ଧା ଜିଲା ମହୋତ୍ସବରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍‌ଘାଟିତ

ଖୋର୍ଦ୍ଧା,୨୧।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଓର୍‌ମାସ ଆନୁକୂଲ୍ୟରେ ଗୁରୁବାରଠାରୁ ଜିଲା ମହୋତ୍ସବ, ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍‌ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଷ୍ଟଲ ଉଦ୍‌ଘାଟନ କରି କହିଥିଲେ, ଧରିତ୍ରୀ ୫୦ବର୍ଷ ଅତିକ୍ରାନ୍ତ କରି ୫୧ ବର୍ଷରେ ପହଞ୍ଚତ୍ବାବେଳେ ତା’ର ସ୍ବତନ୍ତ୍ରତା ବଜାୟ ରଖିଛି।

ଏହାର ବାର୍ଷିକ ବିଶେଷାଙ୍କ ନବକଳେବର, ସୂତାଖିଅରେ ବିଶ୍ବ, ଅକଳରେ ଅର୍ଥନୀତି ଆଦି ବେଶ୍‌ ଉଚ୍ଚକୋଟୀର ହୋଇଛି ବୋଲି ବେଉରା କହିଥିଲେ। ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ବାର୍‌ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର ଯୋଗଦେଇ ଯୁବପିଢ଼ି ସାହିତ୍ୟନୁରାଗୀ ହେବାକୁ ପରାମର୍ଶ ଦେଇଥିଲେ। ଯୁବ ସମାଜ ପୁସ୍ତକ ପଠନ ଅଭ୍ୟାସ କରନ୍ତୁ। ସେହିପରି ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂହ କହିଥିଲେ, ଆଜିର ଯୁବପିଢ଼ି ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ। ଯୁବକମାନେ ଅସୀମ ଶକ୍ତିର ଉତ୍ସ।

ଅନ୍ତନିର୍ହିତ ପ୍ରତିଭା, ଜ୍ଞାନ ପରିସୀମା ବୃଦ୍ଧି କରନ୍ତୁ। ଓୟୁଜେ ଜିଲା ସଭାପତି ତପନ ନାୟକ କହିଥିଲେ, ଧରିତ୍ରୀ ସମ୍ପାଦକଙ୍କ ବଳିଷ୍ଠ ସମ୍ପାଦକୀୟ, ନିର୍ଭୀକତା, ସତ୍ୟ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଦିଗରେ ସ୍ବତନ୍ତ୍ରତା ରହିଛି। ଧରିତ୍ରୀର ଉତ୍ତୋରତ୍ତର କାମନା ସହ ଯୁବ ସାମ୍ବାଦିକମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେଉ ବୋଲି କହିଥିଲେ। ଜିଲା ପ୍ରେସ୍‌ କ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ କହିଥିଲେ, ଭବିଷ୍ୟତ ଭାରତର କଣ୍ଣର୍ର୍ଧାର ହେଉଛନ୍ତି ଯୁବପିଢ଼ି। ସେବା ଓ ସମର୍ପଣ ଭାବେ ସମାଜର ପ୍ରଗତିପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ କହିଥିଲେ, ପୁସ୍ତକକୁ ବନ୍ଧୁ ଭାବେ ଗ୍ରହଣ କଲେ ଉଜ୍ଜ୍ବଳ ଭବିଷ୍ୟତ ହେବ।

ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ସଭାପତି ପ୍ରକାଶ ହାତୀ ଧରିତ୍ରୀକୁ ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକତା କ୍ଷେତ୍ରରେ ମାଇଲଖୁଣ୍ଟ ହେଉ। ଗଠନମୂଳକ ଖବର ପରିବେଷଣ ଦିଗରେ ଖବରଦାତାମାନେ ବ୍ରତୀ ହୁଅନ୍ତୁ ବୋଲି କହିଥିଲେ। କଳିଙ୍ଗ ପାଇକ ସଙ୍ଗଠନର କୃଷ୍ଣଚନ୍ଦ୍ର ହରିଚନ୍ଦନ କହିଥିଲେ, ସକାଳ ଆରମ୍ଭ ଧରିତ୍ରୀ ଖବରକାଗଜରୁ ହୋଇଥାଏ। ଯେତେ ଖବରକାଗଜ ପଢିଲେ ମଧ୍ୟ ଧରିତ୍ରୀ ନ ପଢ଼ିଲେ ଭଲ ଲାଗେନି। ଧରିତ୍ରୀ ଅନେକଙ୍କ ମଧ୍ୟରେ ଏକତା ବଜାୟ ରଖିଛି।

ନାଇଜର କୁଳସଚିବ ଅଭୟ ନାୟକ, ଉପଜିଲାପାଳ କିଶୋର ଚନ୍ଦ୍ର ପଣ୍ଡା, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସାମାଜିକର୍ମୀ ଶୋଭନ ଘୋଷ, ବିଶିଷ୍ଟ କବି ତଥା ଲେଖକ ଶଙ୍କର ସାହୁ, ଓୟୁଜେ ଜିଲା ସଭାପତି ତପନ ନାୟକ, ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ଲାଲା ସୁନିଲ ରଥ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଧରିତ୍ରୀ ଖୋର୍ଦ୍ଧା ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri