ଖୋଜିଲେ ମିଳୁନି ଐତିହ୍ୟ ରାଜନଅର

ପୁରୁଣା ଭୁବନେଶ୍ୱର,୨୯।୧ (ଡି.ଏନ୍‌.ଏ.):ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ତଥା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସୂଚୀ ୧୫୨ରେ ସ୍ଥାନ ପାଇଥିବା ପୁରୁଣା ଭୁବନେଶ୍ୱରର ଐତିହ୍ୟ ରାଜନଅର ନିଜର ସ୍ଥିତି ହରାଇଛି। ଜବର ଦଖଲ ସହ କାଳକ୍ରମେ ଅବକ୍ଷୟ କାରଣରୁ ମାଟିରେ ମିଶି ଗଲାଣି। ରାଜନଅରକୁ ଏକ କ୍ରମିକ ସଂଖ୍ୟା ଦେଇ ପର୍ଯ୍ୟଟନ ବିଭାଗ ନିଜର ଦାୟିତ୍ୱ ସାରିଦେଇଛି। ବିଭିନ୍ନ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ପ୍ରଚାର ପ୍ରସାର ନେଇ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମେଳା ମହୋତ୍ସବ ଆୟୋଜିତ ହେଉଛି। ହେଲେ ସରକାର ଏହି ଐତିହ୍ୟସ୍ଥଳ ପ୍ରତି ଅବହେଳା କରୁଥିବା ଅଭିଯୋଗ ହେଉଛି।
କେନ୍ଦ୍ର ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଆମ୍‌ସାର ଆକ୍ଟଠାରୁ ଆରମ୍ଭ କରି ଏହାଠାରୁ ଅଧିକ କଡ଼ା ଆଇନ ଓଡ଼ିଶା ଆନ୍‌ସିଏଣ୍ଟ ମନ୍ୟୁମେଣ୍ଟ ପ୍ରିଜର୍ଭେଶନ ଆକ୍ଟ ୧୯୫୬ ରହିଛି। ଏଥିରେ ଭୂମି ଅଧିଗ୍ରହଣ, ନିୟମ ପ୍ରଣୟନ, ଐତିହ୍ୟ ଅଞ୍ଚଳରେ ଖନନ ଓ ନିର୍ମାଣ ସମ୍ବନ୍ଧୀୟ ନୀୟମ, ସଂରକ୍ଷିତ ଅଞ୍ଚଳ ରୂପେ ଘୋଷଣା ନିୟମ ତଥା ଐତିହ୍ୟ ସୁରକ୍ଷା ଓ ରକ୍ଷଣା ବେକ୍ଷଣ ନେଇ ଜେଲ ଓ ଜରିମାନା ପରି ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ପୂର୍ବରୁ ଏହି ନିୟମରେ ୫ହଜାର ଟଙ୍କା ଜରିମାନା ଓ ୩ମାସ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ଥିଲା। ଏବେ ପରିବର୍ତ୍ତନ କରାଯାଇ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ରହିଛି। କିନ୍ତୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ୨ଶହ ଫୁଟ ବ୍ୟବଧାନରେ ଅବସ୍ଥିତ ଏହି ଐତିହ୍ୟ ସ୍ଥଳର ସୁରକ୍ଷା ଦିଗରେ ଉପରୋକ୍ତ ଆଇନ୍‌କୁ କାର୍ଯ୍ୟକାରୀ କରାଯାଉନି। ଶକ୍ତିବିଭାଗ ଓ ବିଏମ୍‌ସି ପକ୍ଷରୁ ବିଜୁଳି ଓ ସଡ଼କ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସୁରକ୍ଷା ଦିଗରେ କୌଣସି ଗୁରୁତ୍ୱ ଦିଆଯାଉନି। ଫଳରେ ଜବରଦଖଲରେ ରହିଥିବା ଏହି ରାଜନଅରର ପୂରା ରୂପ ବଦଳିଗଲାଣି। ଖୋଜିଲେ ବି ମିଳୁନି ଏହି ଐତିହ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri