ଖୋଜିଲେ ମିଳିବ ବାଟ

ପଦ୍ମପୁର, ୨୦।୫(ଡି.ଏନ.ଏ.)- ଜଣେ ଗୃହିଣୀ ହୋଇଥିଲେ ବି ତାଙ୍କ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର୍‌ ମାନିଛି ଦାରିଦ୍ର୍ୟ। ପରିଶ୍ରମ ଓ ଚେଷ୍ଟା ତାଙ୍କୁ କରିଛି ସ୍ବାବଲମ୍ବୀ। ଧୂପକାଠି ପ୍ରସ୍ତୁତ କରି ସେ ଜଣେ ଗୃହିଣୀରୁ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଅନ୍ୟ ଅଭାବୀ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇ ସେ ସମସ୍ତଙ୍କ ପାଇଁ ପାଲଟିଯାଇଛନ୍ତି ଏକ ଉଦାହରଣ।
ଏହି ମହିଳା ହେଲେ ସାବିତ୍ରୀ ବେହେରା(୪୦)। ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ପଞ୍ଚାୟତ ଗଦି ଗ୍ରାମରେ। ସ୍ବାମୀ ଓ ଏକମାତ୍ର ପୁଅଙ୍କୁ ନେଇ ତାଙ୍କ ପରିବାର। ଜମିବାଡ଼ି ବିଶେଷ ନ ଥିବାରୁ ନିଜେ ସ୍ବାବଲମ୍ବୀ ହେବା ପାଇଁ ସାବିତ୍ରୀ ୨୦୧୩ରେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଧୂପକାଠି ବ୍ୟବସାୟ କରିବାକୁ ସ୍ଥିର କରି ଅଳ୍ପ ପୁଞ୍ଜିରେ ସେ କାମ ଆରମ୍ଭ କରିଥିଲେ।
ସେବେଠାରୁ ନିଜ ଘରେ ସେ ଧୂପକାଠି ତିଆରି କରିଆସୁଛନ୍ତି। ଏଥିପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ଅଙ୍ଗାର, ଜିନ୍‌କେଡ୍‌, କାଠି ବାଲେଶ୍ୱର ଜିଲାର ସୋର ଅଞ୍ଚଳରୁ ସଂଗ୍ରହ କରିଥାନ୍ତି। ଗ୍ରାମର ଆଉ ଦୁଇ ମହିଳାଙ୍କ ସହଯୋଗରେ ସେ ଦୈନିକ ପ୍ରାୟ ୧୦୦ ପ୍ୟାକେଟ୍‌ ଧୂପକାଠି ତିଆରି କରିପାରୁଛନ୍ତି। ସ୍ଥାନୀୟ ବଜାରରେ ଧୂପ ପ୍ୟାକେଟର ମୂଲ୍ୟ ୮୫ରୁ ୯୦ ଟଙ୍କା। ସାବିତ୍ରୀ ତିଆରି କରୁଥିବା ଧୂପ ପ୍ୟାକେଟ୍‌ଗୁଡ଼ିକୁ ଅଣ୍ଡରାଇ, ସାବରଙ୍ଗ, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳକୁ ପଠାଇ ବିକ୍ରି କରିଥାନ୍ତି। ତାଙ୍କ ହାତ ତିଆରି ଧୂପର ଚାହିଦା ବଢ଼ିବା ଦେଖି କେତେକ ବେପାରୀ ଗଦିସ୍ଥିତ ତାଙ୍କ ଘରକୁ ଆସି ଏହାକୁ କିଣି ନେଇଯାଉଛନ୍ତି। କଞ୍ଚାମାଲ୍‌ର ମୂଲ୍ୟ ଓ ଦୁଇ ମହିଳା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ ପରେ ମାସିକ ୮ରୁ ୧୦ ହଜାର ଟଙ୍କା ରୋଜଗାର ହେଉଛି। ଏଥିରେ ପରିବାର ପ୍ରତିପୋଷଣ କରି ନିଜ ପୁଅକୁ ପାଠ ପଢ଼ାଇ ମଣିଷ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଧୂପ ପ୍ରସ୍ତୁତି ବ୍ୟବସାୟ ବଢ଼ାଇବା ଲାଗି ‘ସାବିତ୍ରୀ ଟ୍ରେଡର୍ସ’ ନାମରେ ଏକ ସଂସ୍ଥା ଖୋଲି ଏହାକୁ ପଞ୍ଜୀକରଣ କରାଇଛନ୍ତି। ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେବାରେ ଆନନ୍ଦ ନିଆରା ବୋଲି ସାବିତ୍ରୀ କହିଛନ୍ତି। ବର୍ତ୍ତମାନ ସମାଜରେ ବେକାରି ସମସ୍ୟା ବୃଦ୍ଧି ପାଉଛି। ଚାକିରି ପ୍ରତି ନିର୍ଭରଶୀଳ ନ ହୋଇ ଆତ୍ମନିର୍ଭରଶୀଳ ହେବା ସକାଶେ ବାଟ ଖୋଜିଲେ ଅବଶ୍ୟ ଏହା ମିଳିଯିବ। ଗ୍ରାମାଞ୍ଚଳ ହେଉ କି ସହର ଉଦ୍ୟମ କଲେ ସମସ୍ତେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସାବିତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri