Posted inଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପ୍ରତିଭା ଚିହ୍ନଟରେ ସହାୟ ହେବ: ଦୂତୀ

ନୂଆଦିଲ୍ଲୀ, ୩୦।୧(ପି.ଟି.)- ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦେଶରେ ପ୍ରତିଭା ଚିହ୍ନଟରେ ବିଶେଷ ଭାବେ ସହାୟ ହେବ ଓ ଭବିଷ୍ୟତରେ ଉପାଦେୟତା ଦେଖିବାକୁ ମିଳିବ ବୋଲି ଭାରତର ଦ୍ରୁତତମ ମହିଳା ତଥା ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ କହିଛନ୍ତି। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆସନ୍ତା ମାସ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଆୟୋଜନ ହେବ। ଗତ ବର୍ଷ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଦୂତୀ ଇତିହାସ ସୃଷ୍ଟି କରିଥିଲେ। ସ୍କୁଲ ଓ କଲେଜରେ ହିଁ ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରତିଭା ରହିଛନ୍ତି ବୋଲି ସେ କହିଛନ୍ତି।
କ୍ରୀଡ଼ା ପ୍ରତିଭାମାନଙ୍କୁ ବାହାରକୁ ଆଣିବାରେ ଏହି ଗେମ୍ସ ବେଶ୍‌ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ଲୋକ ପଢିବା ସହିତ ଖେଳ ଜାରି ରଖିଥାନ୍ତି। ତେଣୁ ସ୍କୁଲ ଓ କଲେଜରେ ଅଧିକ ପ୍ରତିଭା ରହିବା ସ୍ବାଭାବିକ୍‌। ଛାତ୍ରମାନେ ହିଁ ବିଭିନ୍ନ କ୍ରୀଡ଼ା ଖେଳିଥାନ୍ତି। ଏହି ଗେମ୍ସ ଦ୍ୱାରା ଆମେ ୟନିଭର୍ସିଟିରେ ଥିବା କ୍ରୀଡ଼ା ପ୍ରତିଭାଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ହାସଲ କରିବା। ଏଥିରେ ସେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ୨୩ ବର୍ଷୀୟା ଦୂତୀ କହିଛନ୍ତି।
ଗତବର୍ଷ ଦୂତୀ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ୧୧.୨୨ ସେକେଣ୍ଡ ସମୟ ନେଇ ନିଜ ଜାତୀୟ ରେକର୍ଡ ଭାଙ୍ଗିବା ସହ ଏଥିରେ ଉନ୍ନତି ଆଣିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦୂତୀଙ୍କ ସଫଳତାରେ ଓଡ଼ିଶା ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି। ସରକାରଙ୍କ ସାହାଯ୍ୟ ଓ ସହଯୋଗ ଦୂତୀଙ୍କୁ ଏକ ସଫଳ କ୍ୟାରିୟର ଗଢି ତୋଳିବାରେ ବେଶ୍‌ ସହାୟ ହୋଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଓଡ଼ିଶା ସରକାର ଏବେ ପ୍ରୋତ୍ସାହିତ କରୁଛନ୍ତି। ଆଥଲେଟ୍‌ମାନେ ଏବେ ସରକାରୀ ଚାକିରି କରୁଛନ୍ତି। କେବଳ ସେତିକି ନୁହଁ ଭଲ ପ୍ରଦର୍ଶନ ପାଇଁ ସବୁ କ୍ରୀଡ଼ାବିତ୍‌ଙ୍କୁ ସରାକାର ସବୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେଉଛନ୍ତି। ଆଥଲେଟଙ୍କୁ ସରକାର ସାହାଯ୍ୟ ସହଯୋଗ କରୁଥିବାରୁ ସେ ବହୁତ ଖୁସି ବୋଲି ଦୂତୀ କହିଛନ୍ତି। ପୂର୍ବରୁ ପାଠ ପଢାରେ ଜଣେ କ୍ୟାରିୟର କରିବ ବୋଲି ଚିନ୍ତା କରାଯାଉଥିଲା। କିନ୍ତୁ ଏବେ କଥା ଅଲଗା ହୋଇଛି। ପାଠ ପଢା ସହିତ ଜଣେ କ୍ରୀଡ଼ାରେ ମଧ୍ୟ କ୍ୟାରିୟର ଗଢିପାରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜନ ହେବ ଓ ଦୂତୀ ଏଥିରେ ଅଂଶଗ୍ରହଣ କରିବେ। ଭାରତ ସରକାର ଆଥଲେଟ୍‌ଙ୍କୁ ସହଯୋଗର ହାତ ବଢାଇଥିବାରୁ ବହୁତ ଆନନ୍ଦିତ ବୋଲି ଜାତୀୟ ରେକର୍ଡଧାରୀ ଦୂତୀ କହିଛନ୍ତି। ପୂର୍ବରୁ କ୍ରିକେଟକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଏବେ ଆଥଲେଟ୍‌କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଥଲେଟମାନଙ୍କୁ ପ୍ରମୋଟ କରାଯାଉଛି। ଖେଲୋ ଇଣ୍ଡିଆ ଗେମ୍ସ ମାଧ୍ୟମରେ ଗ୍ରାମାଞ୍ଚଳର ଆଥଲେଟମାନେ ମଧ୍ୟ ସେମାନଙ୍କ ପ୍ରତିଭା ପ୍ରମାଣିତ କରିବାର ସୁଯୋଗ ହାସଲ କରୁଛନ୍ତି। ଏଥିପାଇଁ ମଧ୍ୟ ଖେଳାଳିମାନଙ୍କୁ ଆବଶ୍ୟକ ସହଯୋଗ କରାଯାଉଛି। ଏବେ ସବୁ ରାଜ୍ୟରେ ଏକ ସାଇ କ୍ୟାମ୍ପସ ରହିଛି ଓ ଏଠାରେ ଆଥଲେଟମାନେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ଦୂତୀ କହିଛନ୍ତି।
୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗତା ହାସଲ କରିବା ମୋର ମୂଳ ଲକ୍ଷ୍ୟ। ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୧୧. ୧୫ ସେକେଣ୍ଡ ରହିଛି। ଏପର୍ଯ୍ୟନ୍ତ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ଯୋଗ୍ୟତା ହାସଲ ପାଇଁ କେତୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବି। ଏହି ପ୍ରତିଯୋଗିତାଗୁଡିକ ଆସନ୍ତା ମାସରେ ଆୟୋଜନ ହେବ ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri