Posted inଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପ୍ରତିଭା ଚିହ୍ନଟରେ ସହାୟ ହେବ: ଦୂତୀ

ନୂଆଦିଲ୍ଲୀ, ୩୦।୧(ପି.ଟି.)- ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଦେଶରେ ପ୍ରତିଭା ଚିହ୍ନଟରେ ବିଶେଷ ଭାବେ ସହାୟ ହେବ ଓ ଭବିଷ୍ୟତରେ ଉପାଦେୟତା ଦେଖିବାକୁ ମିଳିବ ବୋଲି ଭାରତର ଦ୍ରୁତତମ ମହିଳା ତଥା ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ କହିଛନ୍ତି। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆସନ୍ତା ମାସ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ଆୟୋଜନ ହେବ। ଗତ ବର୍ଷ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଦୂତୀ ଇତିହାସ ସୃଷ୍ଟି କରିଥିଲେ। ସ୍କୁଲ ଓ କଲେଜରେ ହିଁ ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରତିଭା ରହିଛନ୍ତି ବୋଲି ସେ କହିଛନ୍ତି।
କ୍ରୀଡ଼ା ପ୍ରତିଭାମାନଙ୍କୁ ବାହାରକୁ ଆଣିବାରେ ଏହି ଗେମ୍ସ ବେଶ୍‌ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ଲୋକ ପଢିବା ସହିତ ଖେଳ ଜାରି ରଖିଥାନ୍ତି। ତେଣୁ ସ୍କୁଲ ଓ କଲେଜରେ ଅଧିକ ପ୍ରତିଭା ରହିବା ସ୍ବାଭାବିକ୍‌। ଛାତ୍ରମାନେ ହିଁ ବିଭିନ୍ନ କ୍ରୀଡ଼ା ଖେଳିଥାନ୍ତି। ଏହି ଗେମ୍ସ ଦ୍ୱାରା ଆମେ ୟନିଭର୍ସିଟିରେ ଥିବା କ୍ରୀଡ଼ା ପ୍ରତିଭାଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ହାସଲ କରିବା। ଏଥିରେ ସେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ୨୩ ବର୍ଷୀୟା ଦୂତୀ କହିଛନ୍ତି।
ଗତବର୍ଷ ଦୂତୀ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ୧୧.୨୨ ସେକେଣ୍ଡ ସମୟ ନେଇ ନିଜ ଜାତୀୟ ରେକର୍ଡ ଭାଙ୍ଗିବା ସହ ଏଥିରେ ଉନ୍ନତି ଆଣିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦୂତୀଙ୍କ ସଫଳତାରେ ଓଡ଼ିଶା ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି। ସରକାରଙ୍କ ସାହାଯ୍ୟ ଓ ସହଯୋଗ ଦୂତୀଙ୍କୁ ଏକ ସଫଳ କ୍ୟାରିୟର ଗଢି ତୋଳିବାରେ ବେଶ୍‌ ସହାୟ ହୋଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଓଡ଼ିଶା ସରକାର ଏବେ ପ୍ରୋତ୍ସାହିତ କରୁଛନ୍ତି। ଆଥଲେଟ୍‌ମାନେ ଏବେ ସରକାରୀ ଚାକିରି କରୁଛନ୍ତି। କେବଳ ସେତିକି ନୁହଁ ଭଲ ପ୍ରଦର୍ଶନ ପାଇଁ ସବୁ କ୍ରୀଡ଼ାବିତ୍‌ଙ୍କୁ ସରାକାର ସବୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେଉଛନ୍ତି। ଆଥଲେଟଙ୍କୁ ସରକାର ସାହାଯ୍ୟ ସହଯୋଗ କରୁଥିବାରୁ ସେ ବହୁତ ଖୁସି ବୋଲି ଦୂତୀ କହିଛନ୍ତି। ପୂର୍ବରୁ ପାଠ ପଢାରେ ଜଣେ କ୍ୟାରିୟର କରିବ ବୋଲି ଚିନ୍ତା କରାଯାଉଥିଲା। କିନ୍ତୁ ଏବେ କଥା ଅଲଗା ହୋଇଛି। ପାଠ ପଢା ସହିତ ଜଣେ କ୍ରୀଡ଼ାରେ ମଧ୍ୟ କ୍ୟାରିୟର ଗଢିପାରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜନ ହେବ ଓ ଦୂତୀ ଏଥିରେ ଅଂଶଗ୍ରହଣ କରିବେ। ଭାରତ ସରକାର ଆଥଲେଟ୍‌ଙ୍କୁ ସହଯୋଗର ହାତ ବଢାଇଥିବାରୁ ବହୁତ ଆନନ୍ଦିତ ବୋଲି ଜାତୀୟ ରେକର୍ଡଧାରୀ ଦୂତୀ କହିଛନ୍ତି। ପୂର୍ବରୁ କ୍ରିକେଟକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଏବେ ଆଥଲେଟ୍‌କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଥଲେଟମାନଙ୍କୁ ପ୍ରମୋଟ କରାଯାଉଛି। ଖେଲୋ ଇଣ୍ଡିଆ ଗେମ୍ସ ମାଧ୍ୟମରେ ଗ୍ରାମାଞ୍ଚଳର ଆଥଲେଟମାନେ ମଧ୍ୟ ସେମାନଙ୍କ ପ୍ରତିଭା ପ୍ରମାଣିତ କରିବାର ସୁଯୋଗ ହାସଲ କରୁଛନ୍ତି। ଏଥିପାଇଁ ମଧ୍ୟ ଖେଳାଳିମାନଙ୍କୁ ଆବଶ୍ୟକ ସହଯୋଗ କରାଯାଉଛି। ଏବେ ସବୁ ରାଜ୍ୟରେ ଏକ ସାଇ କ୍ୟାମ୍ପସ ରହିଛି ଓ ଏଠାରେ ଆଥଲେଟମାନେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ଦୂତୀ କହିଛନ୍ତି।
୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗତା ହାସଲ କରିବା ମୋର ମୂଳ ଲକ୍ଷ୍ୟ। ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୧୧. ୧୫ ସେକେଣ୍ଡ ରହିଛି। ଏପର୍ଯ୍ୟନ୍ତ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ଯୋଗ୍ୟତା ହାସଲ ପାଇଁ କେତୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବି। ଏହି ପ୍ରତିଯୋଗିତାଗୁଡିକ ଆସନ୍ତା ମାସରେ ଆୟୋଜନ ହେବ ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?