Posted inଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ନୂଆ ଅଧ୍ୟାୟର ଅୟମାରମ୍ଭ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)-
ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ, ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌, କିଟ୍‌ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ ଏବଂ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନର ମିଳିତ ସହଯୋଗରେ ଏହା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଏହାର ଅଧିକାଂଶ ଖେଳ କିଟ୍‌ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଭାରତର ୧୦୦ ବିଶ୍ୱବିଦ୍ୟାଳୟରୁ ୪୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ ଅଂଶଗ୍ରହଣ କରିବେ। ମୋଟ ୧୭ଟି ଗେମ୍‌ରେ ଇଭେଣ୍ଟ ଗୁଡ଼ିକ ଆୟୋଜିତ ହେବ। ଏଥିପାଇଁ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମାସ୍କଟ ଓ କାର୍ଯ୍ୟସୂଚୀ ମଧ୍ୟ ଉନ୍ମୋଚିତ ହୋଇଛି।
ଭାରତକୁ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ଏକ ନୂଆ ଅଧ୍ୟାୟର ଅୟମାରମ୍ଭ। କେନ୍ଦ୍ର ସାରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସ୍ବପ୍ନକୁ ସାକାର କରାଯିବ। କ୍ରୀଡ଼ାକୁ ପ୍ରମୋଟ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ଚଳିତ ବର୍ଷଠାରୁ ୪ଟି ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ଏହା ପ୍ରତିବର୍ଷ ଚାଲିବ। ଏଠାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର କାର୍ଯ୍ୟସୂଚୀ, ଲୋଗୋ, ମାସ୍କଟ ଓ ଜର୍ସି ଉନ୍ମୋଚନ ହେଉଛି। ଗୁଆହାଟୀରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତବର୍ଷଠାରୁ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ବର୍ଷ ଭିନ୍ନକ୍ଷମଙ୍କ ପାଇଁ ଖେଲୋ ଇଣ୍ଡିଆ ଗେମ୍ସ ହେବ। ତେଣୁ ଏଣିକି ଖେଲୋ ଇଣ୍ଡିଆ ଗେମ୍ସ ୪ଟି ବିଭାଗରେ ଅନୁଷ୍ଠିତ ହେବ। ଏହାଦ୍ୱାରା ଭାରତ ଏକ କ୍ରୀଡ଼ାଶକ୍ତିରେ ପରିଣତ ହୋଇପାରିବ ବୋଲି ରିଜିଜୁ କହିଛନ୍ତି। ।
୨୦୨୮କୁ ଟାର୍ଗେଟ
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସମ୍ମତି ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ତାଙ୍କୁ ଧନ୍ୟବାଦ ଦେଉଛି। ଆମେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ କରୁଛୁ। ଏଥିରେ ଭାଗ ନେବାକୁ ଯାଉଥିବା ଆଥଲେଟ୍‌ମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ନିଶ୍ଚିତ। ଟୋକିଓରେ ଭାଗ ନେବାକୁ ଯାଉଥିବା ଆଥଲେଟ୍‌ଙ୍କ ମଧ୍ୟରେ ଭାରତ ହିଁ ଯୁବ ଦଳ। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ, କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସମସ୍ତ ଖେଳ ଫେଡେରେଶନ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଟାର୍ଗେଟ କରୁୁଛୁ। ଏହି ଅଲିମ୍ପିକ୍ସରେ ଭାରତକୁ ପଦକ ତାଲିକାର ଟପ୍‌-୧୦ରେ ପହଞ୍ଚାଇବା ଆମର ଉଦ୍ଦେଶ୍ୟ। ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏଥିପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଲକ୍ଷ୍ୟ ପଥରେ ଅଗ୍ରସର ହେବାରେ ଆଜିର କାର୍ଯ୍ୟକ୍ରମ ହେଉଛି ପ୍ରଥମ ପାହାଚ। ୟୁନିଭର୍ସିଟି ଓ ସ୍କୁଲରୁ ହିଁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବାହାରିବେ। ଆଗାମୀ ୟୁନିଭର୍ସିଟି ଗେମ୍ସର କେତେକ କ୍ରୀଡ଼ା ଭୁବନେଶ୍ୱରରେ ଏବଂ କେତେକ କଟକରେ ଆୟୋଜନ ହେବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି
ଓଡ଼ିଶାର ଅବଦାନ ସବୁଠୁ ଅଧିକ
ହକି ପାଇଁ ଓଡ଼ିଶାର ଅବଦାନ ଦେଶରେ ସବୁଠାରୁ ଅଧିକ। ଓଡ଼ିଶାରୁ ଯେତେବେଳେ ଚାମ୍ପିୟନ ଖେଳାଳି ବାହାରିଥାନ୍ତି ସେତେବେଳେ ବହୁତ ଗର୍ବ ଅନୁଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ଆମେ କ୍ରୀଡ଼ାର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛୁ। ଏହି ପରିପ୍ରେକ୍ଷୀରେ ପ୍ରତି ରାଜ୍ୟ ଅତିକମ୍‌ରେ ରାଜ୍ୟ ଗୋଟିଏ କ୍ରୀଡ଼ାକୁ ପ୍ରମୋଟ କରିବେ। ଏଥିପାଇଁ ଆର୍ଥିକ ସହାୟତା ଭାରତ ସରକାର ଯୋଗାଇ ଦେବେ। ଏହି ରାଜ୍ୟ ଗୁଡ଼ିକ ଅନ୍ୟ କ୍ରୀଡ଼ାକୁ ଅଗ୍ରାଧିକାର ଦେଲେ ହେଁ ଗୋଟିଏ କ୍ରୀଡ଼ାକୁ ଫୋକସ କରିବେ। ସେହିପରି ବଡ଼ କମ୍ପାନୀମାନେ ଖେଳାଳିଙ୍କୁ ଚାକିରି ଦେବା ସହ କ୍ରୀଡ଼ା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହି ଯେ କୌଣସି ଗୋଟିଏ ଖେଳକୁ ପ୍ରମୋଟ କଲେ ନିଶ୍ଚିତ ଫାଇଦା ମିଳିବ। ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେଲେ ଓଭରଅଲ୍‌ ଭାରତ ବିଶ୍ୱର ଏକ କ୍ରୀଡ଼ାଶକ୍ତିରେ ପରିଣତ ହୋଇଯିବ। ସେହିପରି ପ୍ରତି ସ୍କୁଲ ଓ କଲେଜ ମଧ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଭାରତକୁ ଖେଳ ଶକ୍ତିରେ ପରିଣତ କରିବାପାଇଁ ଯାହା ନୀତିଗତ ନିଷ୍ପତ୍ତି ନେବା କଥା ତାହା ନେଇ ସାରିଛୁ। ଗତ ୫-୬ ମାସରେ ବିଶ୍ୱର ଯେ କୌଣସି ସ୍ଥାନରେ ବିଶ୍ୱ ଚାମ୍ପିୟନଶିପ୍‌ ହୋଇଛି ସେଠାରେ ଭାରତ ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ରହିଛି। ଏହା ଆମପାଇଁ ବହୁତ ଭଲ କଥା ଏବଂ ଭବିଷ୍ୟତ ପାଇଁ ଶୁଭ ଲକ୍ଷଣ। ଆଗାମୀ ୟୁନିଭର୍ସିଟି ଗେମ୍ସ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ମୋର ଶୁଭ କାମନା। ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ରିଜିଜୁ ପ୍ରକାଶ କରିଛନ୍ତି।
ଆକର୍ଷଣରେ ଜୟ ବିଜୟ
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଜର୍ସି ଉନ୍ମୋଚନ ଉତ୍ସବରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ମାସ୍କଟ ଓଲି, ଜୟ ଓ ବିଜୟ। ଓଲି ଓଡ଼ିଶାରେ ଆୟୋଜିତ ସମସ୍ତ କ୍ରୀଡ଼ାର ସ୍ଥାୟୀ ମାସ୍କଟ ହୋଇଥିବାବେଳେ ୟୁନିଭର୍ସିଟି ଗେମ୍ସ ପାଇଁ ହରିଣ ଓ ବାଘକୁ ଜୟ ଓ ବିଜୟ ରୂପରେ ପ୍ରଦର୍ଶିତ କରାଯାଇଛି। ତିନି ମାସ୍କଟ ଅତିଥିଙ୍କ ସହ ମିଶିବା ସହ ଉପସ୍ଥିତ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ପାଲଟି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri