Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ଜିତିଛି। ପୂର୍ବରୁ ସୋମବାର ୧୭ ବର୍ଷରୁ କମ୍‌ ମହିଳା ହକିରେ ମଧ୍ୟ ଓଡ଼ିଶା ଦଳ ସମାନ ସଫଳତା ପାଇଥିଲା। ହକି ପ୍ରତିଯୋଗିତାର ମଙ୍ଗଳବାର ଅନ୍ତିମ ଦିବସ ରହିଥିଲା। ୨୧ ବର୍ଷରୁ କମ୍‌ ପୁରୁଷ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଚଣ୍ଡିଗଡ଼ ସହିତ ହୋଇଥିଲା। ଏଥିରେ ଓଡ଼ିଶା ପେନାଲ୍ଟି ଶୁଟ୍‌ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ ୩ୟ ସ୍ଥାନ ଲାଭ କରଛି। ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଉଭୟ ଦଳ ୫ଟି ଲେଖାଏ ଗୋଲସ୍କୋର କରିଥିଲେ। ଓଡ଼ିଶା ପକ୍ଷରୁ ସମୀର ଏକ୍କା (୧୫ତମ ଓ ୨୮ତମ ମିନିଟ୍‌), ଅଭିଷେକ ଲାକ୍ରା (୩୮ତମ), ରାହୁଲ ଏକ୍କା (୪୪ତମ) ଓ ଅମନଦୀପ ଲାକ୍ରା (୫୯ତମ) ଗୋଲ ଦେଇଥିଲେ। ଫଳରେ ମ୍ୟାଚ୍‌ ୫-୫ର ସାମନସ୍ତରରେ ରହିଥିଲା। ଏହାପରେ ପେନାଲ୍ଟି ଶୁଟ୍‌ଆଉଟରେ ଓଡ଼ିଶା ବିଜୟୀ ହୋଇଥିଲା। ଶୁଟ୍‌ଆଉଟ୍‌ରେ ଓଡ଼ିଶା ଗୋଲକିପର ସାହିଲ ନାୟକ ପ୍ରତିପକ୍ଷର ୩ଟି ପ୍ରୟାସକୁ ବିଫଳ ହେବାକୁ ଦେଇଥିବାବେଳେ ସୁଶୀଳ ଧନଓ୍ବାର, ସୁନୀତ ଲାକ୍ରା ଓ କ୍ରିଷ୍ଣା ଲାକ୍ରା ଗୋଟିଏ ଲେଖାଏ ସ୍କୋର କରିଥିଲେ। ୨୧ ବର୍ଷରୁ କମ୍‌ ପୁରୁଷ ବିଭାଗ ହକିରେ ହରିୟାଣାକୁ ହରାଇ ଉତ୍ତରପ୍ରଦେଶ ଏବଂ ମହିଳା ବର୍ଗରେ ଝାଡ଼ଖଣ୍ଡକୁ ପରାସ୍ତ କରି ହରିୟାଣା ଚାମ୍ପିୟନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri