Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର ବ୍ୟାପାର। ମାତ୍ର ଯୁବ ବୟସରୁ ତାହାକୁ କାମରେ କରି ଦେଖାଇଛନ୍ତି ଓଡ଼ିଶା ତଥା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସ୍‌ପି)ର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ରାଜ୍ୟର ଗୌରବକୁ ବଢ଼ାଇଛନ୍ତି। ପୂର୍ବରୁ ସେ ୨୧ ବର୍ଷରୁ କମ୍‌ ସାଇକ୍ଲିଂ ବାଳିକା ସ୍କ୍ରାଚ୍‌ ରେସ୍‌ରେ ସ୍ବର୍ଣ୍ଣ ଏବଂ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ।
୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବସ୍ତି ୪:୨୦.୨୩୭ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜସ୍ଥାନର ମୋନିକା ଜାଟ ୪:୨୫.୩୩୫ ସେକେଣ୍ଡ ସହିତ ରୌପ୍ୟ ଏବଂ କର୍ନାଟକର କୀର୍ତ୍ତି ରଙ୍ଗାସ୍ବାମୀ ସି. ୪:୨୩.୯୩୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକ ପାଇଥିଲେ। ସ୍ବସ୍ତିଙ୍କ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଆସାମର ଗଙ୍ଗୋତ୍ରୀ ୪:୨୬.୩୦୨ ସେକେଣ୍ଡ ସମୟ ନେବାରୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ସ୍ବର୍ଣ୍ଣ-ରୌପ୍ୟ ପାଇଁ ଲଢ଼େଇରେ ସ୍ବସ୍ତି ପ୍ରତିପକ୍ଷ ମୋନିକାଙ୍କୁ ପରାସ୍ତ କରିଥିଲେ। ବ୍ରୋଞ୍ଜ ଲଢ଼େଇରେ କୀର୍ତ୍ତି ପ୍ରତିପକ୍ଷ ଗଙ୍ଗୋତ୍ରୀଙ୍କୁ ହରାଇଥିଲେ। ତେଣୁ ଓଭରଅଲ୍‌ ଟାଇମିଂରେ କୀର୍ତ୍ତିଙ୍କ ଅପେକ୍ଷା ମୋନିକା ଅଧିକ ସମୟ ନେଇଥିଲେ ହେଁ ରୌପ୍ୟ ପଦକ ହାସଲ କରିଥିଲେ। ସ୍ବସ୍ତିଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି କୋଚ୍‌ ସୁଶୀଲ କୁମାର ଦାସ। ସ୍ବସ୍ତି ଆଶାନୁରୂପ ପ୍ରଦର୍ଶନ କରିପାରିଛନ୍ତି। ଜଣେ ଖେଳାଳି ଗୋଟିଏ ଇଭେଣ୍ଟରେ ଏତେ ସଫଳତା ପାଇବା କିଛି କମ୍‌ କଥା ନୁହେଁ। ପିଲାମାନେ ତାଙ୍କ କାମ କରିଛନ୍ତି। ଏବେ ରାଜ୍ୟ ସରକାର ଓଡ଼ିଶାର ସାଇକ୍ଲିଂ ପ୍ରତିଭାଙ୍କ ଉପରେ ଦୃଷ୍ଟି ଦେବା ସମୟ ଆସିଛି। ରାଜ୍ୟରେ ସାଇକ୍ଲିଂ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଆମ ପିଲା ନିଶ୍ଚିତଭାବେ ସିନିୟର ସ୍ତରରେ ମଧ୍ୟ ଚମତ୍କାରିତା ଦେଖାଇ ପାରିବେ। ପିଲାଙ୍କ ଅଭ୍ୟାସ ଲାଗି ଟ୍ରାକ୍‌ ନିହାତି ଜରୁରୀ। ପ୍ରତିଭାମାନଙ୍କ ଏପରି ପ୍ରଦର୍ଶନ ପରେ ସରକାର ନିଶ୍ଚିତ କିଛି କରିବେ ବୋଲି ଆଶା ରଖିଛନ୍ତି ସୁଶୀଲ। ୩ଟି ଇଭେଣ୍ଟରେ ପଦକ ଜିତିସାରିଥିବାରୁ ସ୍ବସ୍ତି ୪ର୍ଥ ଇଭେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଚଳିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ସାଇକ୍ଲିଂ ଇଭେଣ୍ଟରେ ଓଡ଼ିଶା ପାଇଁ ଦୀନେଶ କୁମାର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ସେ ଏହି ସଫଳତା ପାଇଥିଲେ। ବୁଧବାର ଅନୁଷ୍ଠିତ ୪୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ୍‌ରେ ଦୀନେଶ ଅଳ୍ପକେ ବ୍ରୋଞ୍ଜ୍‌ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ସେ ୪:୫୯.୫୩୭ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନ ପାଇଥିଲେ। ପଞ୍ଜାବର ନମନ କପିଲ, ହରିୟାଣାର ଅନିଲ ମାଙ୍ଗଲୋ ଓ କର୍ନାଟକର ଭେଙ୍କାପ୍ପା କେଙ୍ଗାଲାଗୁଟ୍ଟି ପ୍ରଥମ ୩ ସ୍ଥାନ ଅଧିକାର କରି ପୋଡିୟମ ମଣ୍ଡନ କରିଥିଲେ।
ସାଇକ୍ଲିଂକୁ ଛାଡ଼ିଦେଲେ ଅନ୍ୟ ଇଭେଣ୍ଟରେ ମଧ୍ୟ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଜଗଦୀଶ ବାରିକ ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହରିଜୋଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୧୭ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ ଥ୍ରୋରେ ଧନମତି ଖେସ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ସେ ୪୨.୩୨ ମିଟର ଥ୍ରୋ କରି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତରପ୍ରଦେଶର ପ୍ରତୀକ୍ଷା ପାଟିଲ ସ୍ବର୍ଣ୍ଣ ଏବଂ ହରିୟାଣାର ଦୀପିକା ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri