Posted inଖେଳ

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ଚାମ୍ପିୟନ

କଟକ ଅଫିସ,୨୭ା୨-  ସ୍ଥାନୀୟ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ବୁଧବାର ଶେଷ ହୋଇଛି। ଏହି ଇଭେଣ୍ଟର ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ମହିଳା ବର୍ଗରେ ଜୈନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି। ଗୁରୁବାରଠାରୁ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ।
ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ୩-୧ ସେଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ହରାଇଥିଲା। ପଞ୍ଜାବର କାର୍ତ୍ତିକ ଜିନ୍ଦଲ ୨୧-୭, ୨୧-୬ ପଏଣ୍ଟରେ ଆନ୍ଧ୍ରପ୍ରଦେଶ ଦଳର ପ୍ରଣୟ ରେଡ୍ଡୀଙ୍କୁ ହରାଇ ପ୍ରଥମ ସେଟରେ ଅଗ୍ରଣୀ ନେଇଥିଲେ। ପରବର୍ତ୍ତୀ ସେଟରେ ଆନ୍ଧ୍ରର ଜଗଦୀଶ କଲାଗା ୨୧-୧୬, ୨୧-୧୯ ପଏଣ୍ଟରେ ପଞ୍ଜାବର ଅଭିଶେକ ସାଇନିଙ୍କୁ ପରାସ୍ତ କରି ମ୍ୟାଚ୍‌କୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ୩ୟ ସେଟ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମିକ୍ସଡ ଡବଲ୍ସ ପର୍ଯ୍ୟାୟରେ ପଞ୍ଜାବର କାର୍ତ୍ତିକ ଜିନ୍ଦଲ-ହାର୍ଦ୍ଦିକ ମକରଙ୍କ ଯୋଡ଼ି ଭେଟିଥିଲା ଆନ୍ଧ୍ରର ଗରାଗ କ୍ରୀଷ୍ଣା ପ୍ରସାଦ ଓ ଶ୍ରୀକ୍ରୀଷ୍ଣା ସାଇ କୁମାରଙ୍କ ଯୋଡ଼ିକୁ। ଆନ୍ଧ୍ରର ଯୋଡ଼ି ପ୍ରଥମ ରାଉଣ୍ଡକୁ ୧୨-୨୧ ପଏଣ୍ଟରେ ହାରିବା ପରେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ଦୁଇଟି ଯାକ ରାଉଣ୍ଡ ୨୧-୧୮, ୨୧-୧୫ ପଏଣ୍ଟରେ ଜିତିଥିଲା ଆନ୍ଧ୍ରପ୍ରଦେଶ। ଏଥି ସହିତ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ ୨-୧ ସେଟରେ ଅଗ୍ରଣୀ ହାସଲ କରିଥିଲା। ୪ର୍ଥ ତଥା ନିର୍ଣ୍ଣାୟକ ସେଟରେ ଆନ୍ଧ୍ର ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଏହି ସେଟରେ ଆନ୍ଧ୍ରର ଆଦିତ୍ୟ ବାପିନିଦୁ ୨୧-୧୪, ୨୧-୧୭ ପଏଣ୍ଟରେ ପଞ୍ଜାବର ହାର୍ଦ୍ଦିକ ମକରଙ୍କୁ ପରାସ୍ତ କରିଥିଲେ। ମହିଳା ବର୍ଗର ଫାଇନାଲ ମୁକାବିଲାରେ ଜୈନ ବିଶ୍ୱବିଦ୍ୟାଳୟ ୨-୦ ସେଟରେ ତାମିଲନାଡୁର ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ଶିଖା ରାଜେଶ ଗୌତମ ୨୧-୧୨, ୨୧-୮ ପଏଣ୍ଟରେ ଏଏସ୍‌ଆରଏମର ନିଭେତା ମୁଥୁକୁମାରଙ୍କୁ ହରାଇ ପ୍ରଥମ ସେଟକୁ ଜୈନ ବିଶ୍ୱବିଦ୍ୟାଳୟ ନାମରେ କରିଥିଲେ। ପରବର୍ତ୍ତୀ ସେଟ୍‌ଟି ମହିଳା ଡବଲ୍ସ ପର୍ଯ୍ୟାୟରେ ଖେଳାଯାଇଥିଲା। ଏଥିରେ ଜୈନ ଦଳର ଅଶ୍ୱିନୀ କେ ଭଟ୍ଟ- ଶିଖା ରାଜେଶ ଗୌତମଙ୍କ ଯୋଡ଼ି ୨୧-୭, ୨୧-୧୪ ପଏଣ୍ଟରେ ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟର ଭେଙ୍କଟ ରାମ୍ୟା ତୁଳସୀ-ଭି ନୀଲାଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri