Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଭାଗ ହକିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧-୨ ଗୋଲରେ ରାଞ୍ଚତ୍ ବିଶ୍ୱବିଦ୍ୟାଳୟଠାରୁ ପରାସ୍ତ ହୋଇଛି। ରାଞ୍ଚତ୍ ପକ୍ଷରୁ ପ୍ରମିଳା ସୋରେନ (୧୭ତମ ମିନିଟ୍‌) ଓ ବେଟନ ଡୁଙ୍ଗ୍‌ଡୁଙ୍ଗ୍‌ (୨୫ତମ) ଗୋଲ ସ୍କୋର କରିଥିଲେ। ସମ୍ବଲପୁରର ଜାହ୍ନବୀ ପ୍ରଧାନ ୫୫ତମ ମିନିଟ୍‌ରେ ଗୋଟିଏ ଗୋଲ ଶୁଝିଥିଲେ।
ଭଲିବଲ୍‌ରେ ଉତ୍କଳର ଡବଲ୍‌ ପରାଜୟ-
କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ଇନ୍‌ଡୋର ହଲ୍‌ରେ ଅପରାହ୍ନ ୪ଟାରେ ଖେଳାଯାଇଥିବା ପୁରୁଷ ବିଭାଗ ଭଲିବଲରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ନିରାଶ ହେବାକୁ ପଡ଼ିଛି। ଉତ୍କଳ ୦-୩ ସେଟ୍‌ରେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (କେରଳ)ଠାରୁ ପରାସ୍ତ ହୋଇଛି। ଦିବସରେ ଉତ୍କଳ ଏହାର ୨ୟ ମ୍ୟାଚ୍‌ରେ ମଧ୍ୟ ୦-୩ ସେଟ୍‌ରେ ଡିରେକ୍ଟର ଫିଜିକାଲ ଏଜୁକେଶନ ୟୁନିଭରର୍ସିଟି (କେରଳ)ଠାରୁ ମଧ୍ୟ ହାରିଯାଇଛି।
ଫୁଟ୍‌ବଲ-
କିଟ୍‌ କ୍ୟାମ୍ପସ-୧୩ ସ୍ଥିତ ଫୁଟ୍‌ବଲ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମହିଳା ବିଭାଗ ମ୍ୟାଚ୍‌ରେ ଆନ୍ନାମାଲାଇ ବିଶ୍ୱବିଦ୍ୟାଳୟ (ତାମିଲନାଡ଼ୁ) ୯-୦ ଗୋଲରେ ଏକପାଖିଆ ଭାବେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ (ରୋହତକ)କୁ ପରାସ୍ତ କରିଛି। ସେହିଭଳି ଗୁରୁନାନନକ ଦେବ ବିଶ୍ୱବିଦ୍ୟାଳୟ (ଅମ୍ରିତସର)୧-୦ ଗୋଲରେ ଲକ୍ଷ୍ମୀବାଇ ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନକୁ, ଗୋଆ ବିଶ୍ୱବିଦ୍ୟାଳୟ ୩-୧ ଗୋଲରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ମାତ୍‌ ଦେଇଛି।
ବାସ୍କେଟବଲ
ଶନିବାର ମହିଳା ଓ ପୁରୁଷ ବିଭାଗ ବାସ୍କେଟବଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ-୧୩ସ୍ଥିତ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚ୍‌ରେ ହିନ୍ଦୁସ୍ତାନ ଆଇଟିଏସ୍‌ (ଚେନ୍ନାଇ) ୮୫-୬୫ରେ ଆଇଟିଏ ବିଶ୍ୱବିଦ୍ୟାଳୟ (ଗ୍ବାଲିୟର)କୁ, ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟ (ଅମ୍ରିତସର) ୭୦-୩୫ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁଳ, ଲକ୍ଷ୍ମୀବାଇ ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ୧୦୭-୪୮ରେ ପଞ୍ଜାବକୁ, ମାଡ୍ରାସ ବିଶ୍ୱବିଦ୍ୟାଳୟ ୭୨-୪୩ରେ ଜାମିଆ ମିଲିଆ ଇସ୍‌ଲାମିଆ (ନୂଆଦିଲ୍ଲୀ)କୁ ପରାସ୍ତ କରିଛି।
ଟେନିସ-
ପୁରୁଷ ସିଙ୍ଗଲ୍ସ ଟେନିସରେ କିଟ୍‌ର ସିଦ୍ଧାନ୍ତ ମହତା ୦-୬, ୦-୬ରେ ଜି. ମନୀଷ ଫିଜିକାଲ ଏଜୁକେଶନ ବିଶ୍ୱବିଦ୍ୟାଳୟ (ମହୀଶୂର)ଙ୍କଠାରୁ ହାରିଯାଇଛନ୍ତି। ସେହିଭଳି କିଟ୍‌ର ଆଦିତ୍ୟ ଶତପଥୀଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri