ଖୁସି ଛଡ଼ାଇନେଲା କରୋନା: ଅଧାଗଢ଼ା ହୋଇ ନରେନ୍ଦ୍ରରେ ଭାସୁଛନ୍ତି ନନ୍ଦା, ଭଦ୍ରା

ପୁରୀ ଅଫିସ, ୨୬।୪: ମହାମାରୀ କରୋନା ବିଶ୍ୱବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି। ଲକ୍ଷଲକ୍ଷ ଲୋକଙ୍କ ଜୀବନଜୀବିକା ଛଡ଼ାଇ ନେଇଛି। ଏପରି କି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି। ନୀତିକାନ୍ତି, ପ୍ରଥା, ପରମ୍ପରା ଉପରେ ବିଶେଷ ପ୍ରଭାବ ପଡ଼ିଛି। ଏହି କ୍ରମରେ ପ୍ରସିଦ୍ଧ ଚନ୍ଦନଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନନ୍ଦା ଓ ଭଦ୍ରାର ଖୁସି ଛଡାଇ ନେଇଛି ମହାମାରୀ କରୋନା। ଆମେ ଯେଉଁ ନନ୍ଦା, ଭଦ୍ରାଙ୍କ କଥା କହୁଛୁ ସେ କୌଣସି ମାନବ ନୁହନ୍ତି। ଦୁଇଟି ଚାପ, ଯେଉଁଥିରେ ମାନବୀୟ ଲୀଳା ସ୍ବରୂପ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ। ମହାପ୍ରଭୁଙ୍କ ବାଟକୁ ଚାହିଁ ରହିଥିବା ନନ୍ଦା, ଭଦ୍ରାଙ୍କ ଖୁସି ଶେଷ ମୁହୂର୍ତ୍ତରେ ଛଡ଼ାଇ ନେଇଛି କରୋନା।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ନନ୍ଦା, ଭଦ୍ରାଙ୍କ ମନରେ ଥିଲା ଅସରନ୍ତି ଖୁସି । ସେଥିପାଇଁ ସଜେଇ ବି ହେଉଥିଲେ । ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲା କାମ। ବିଜେ କରିଥାନ୍ତେ ବିଶ୍ୱନିୟନ୍ତା। ଆଉ କାତ ମାରି ନାଉରିଆ ବୁହାଇଥାନ୍ତା ଚାପ। ହେଲେ କରୋନା ପାଇଁ ଶେଷ ମୁହୂର୍ତ୍ତରେ ସବୁ କିଛି ବଦଳିଗଲା। ଲକ୍‌ଡାଉନ ଚାଲିଥିବାରୁ ନରେନ୍ଦ୍ରକୁ ଠାକୁର ବିଜେ କରିବେ ନାହିଁ। ଶ୍ରୀମନ୍ଦିର ଭିତରେ ହିଁ ହେବ ଚନ୍ଦନ ଯାତ୍ରା । ଏମିତି ନିଷ୍ପତ୍ତି ପରେ ଅଲୋଡ଼ା ହୋଇଛନ୍ତି ନନ୍ଦା ଓ ଭଦ୍ରା। ସୂଚନାଥାଉ କି, ପ୍ରତିବର୍ଷ ଚନ୍ଦନ ଯାତ୍ରା ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଏ। ଚୈତ୍ର ପୂର୍ଣ୍ଣିମାରେ ଭୋଇ ସେବକମାନେ ଏହି ଡଙ୍ଗାକୁ କାଢିଥାନ୍ତି। ଶୁଖିଗଲା ପରେ ଏଥିରେ ଆବଶ୍ୟକ ମରାମତି ଏବଂ ରଙ୍ଗ ହୁଏ। ଏହାପରେ ଚାପଦ୍ୱୟକୁ ନବବଧୂ ଭଳି ସଜାଇ ଦିଆଯାଏ । ହେଲେ ଶୁକ୍ରବାର ଚନ୍ଦନ ଯାତ୍ରା ନରେନ୍ଦ୍ରରେ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯିବା ପରେ ଚାପ ସଜେଇବା କାମ ବନ୍ଦ ରହିଛି । ଅଧାଗଢ଼ା ଅବସ୍ଥାରେ ଏବେ ନରେନ୍ଦ୍ରରେ ଭାସୁଛନ୍ତି ନନ୍ଦା ଓ ଭଦ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri