ଖୁବ୍‌ଶୀଘ୍ର ୧୨ ନୂଆ ବିମାନ ସେବା

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଓଡ଼ିଶାବାସୀ ଗତ ୨୦ ତାରିଖରେ ୨ ନୂଆ ବିମାନ ସେବା ପାଇଛନ୍ତି। ଖୁବ୍‌ଶୀଘ୍ର ଆଉ ୧୨ ନୂଆ ବିମାନ ସେବା ପାଇବେ। ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି। ନୂଆ ରୁଟ୍‌ଗୁଡ଼ିକ ହେଲା କୋଲକାତା-ଝାରସୁଗୁଡ଼ା, ଭୁବନେଶ୍ୱର-ବାରାଣସୀ, ବାରାଣସୀ-ଭୁବନେଶ୍ୱର, ଝାରସୁଗୁଡ଼ା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର, ଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-କଳାଇକୁଣ୍ଡା, ଭୁବନେଶ୍ୱର-ବ୍ୟାଙ୍କକ୍‌, ବ୍ୟାଙ୍କକ୍‌-ଭୁବନେଶ୍ୱର, ସିଙ୍ଗାପୁର-ଭୁବନେଶ୍ୱର, ଭୁବନେଶ୍ୱର-ଆବୁଧାବୀ। ୨୦୨୦ ଜାନୁୟାରୀରୁ ପ୍ରାୟ ଜୁଲାଇ ମଧ୍ୟରେ ଅଧିକାଂଶ ରୁଟ୍‌ରେ ବିମାନସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗତ ୨୦ ତାରିଖରେ ଭୁବନେଶ୍ୱରରୁ ସୁରଟ୍‌ ଏବଂ ବାଙ୍ଗାଲୁରୁକୁ ନୂଆ ବିମାନସେବା ଆରମ୍ଭ ହୋଇଛି। ଏହାକୁ ମିଶାଇଲେ ମୋଟ ୧୪ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ କରିବ।
ଭୁବନେଶ୍ୱରରୁ ଗୁଜରାଟର ସୁରଟ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିବା ବେଳେ ଏଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଆସନ୍ତା ଜୁଲାଇ ପହିଲାରୁ ଆରମ୍ଭ ହେବ। ବୁଧବାର ସ୍ଥାନୀୟ ହୋଟେଲରେ ଆୟୋଜିତ ରାଜ୍ୟ ସରକାର ଏବଂ ୨୫ରୁ ଊର୍ଦ୍ଧ୍ୱ ଏୟାରଲାଇନ୍ସ ସିଇଓଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରୁ ଅଧିକରୁ ଅଧିକ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳ ସଂସ୍ଥାଗୁଡିକୁ ଆହ୍ବାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦିଓ ଘରୋଇ ବିମାନ ଉଡାଣ କ୍ଷେତ୍ରରେ କିଛିଟା ଅଗ୍ରଗତି ହୋଇଛି ତେବେ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମଧ୍ୟବିତ୍ତ ଶ୍ରେଣୀମାନଙ୍କର ବିଶ୍ୱସ୍ତରୀକରଣ ଅଭ୍ୟୁଦୟ ବଢି ଚାଲିଥିବାରୁ ଅନ୍ତର୍ଜାତୀୟ ଉଡ଼ାଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଦୁବାଇ, ଆବୁଧାବି, ସିଙ୍ଗାପୁର, ଶ୍ରୀଲଙ୍କା, ହଂକଂ ଏବଂ ବ୍ୟାଙ୍କକ୍‌ ଭଳି ସ୍ଥାନକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ବିଭିନ୍ନ ଏୟାରଲାଇନ୍ସର ସିଇଓମାନଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ପୁଣେ, ଜୟପୁର, ଲକ୍ଷ୍ନୋ, ଚେନ୍ନାଇ, ଭାଇଜାଗ, କୋଚି ଏବଂ ରାଞ୍ଚିକୁ ଘରୋଇ ଉଡାଣ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ଏ ନେଇ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରୁ ୧୦ରୁ ଅଧିକ ନୂଆ ରୁଟ୍‌ରେ ବିମାନ ଚଳାଚଳ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୨୪ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ଜାନୁୟାରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ସେହିପରି ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣାସୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ତ୍ରିପାଠୀ ସୂଚନା ଦେଇଛନ୍ତି। ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟ୍‌ରେ ବିମାନ ଇନ୍ଧନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଯୋଗଦେଇ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା କହିଛନ୍ତି ଯେ, ଓଡ଼ିଶାରୁ ବିମାନ ଚଳାଚଳ ନେଇ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଅର୍ଥନୀତି ଅଭିବୃଦ୍ଧିରେ ବିମାନ ସେବାର ବଡ଼ ଭୂମିକା ରହିଛି। ଗତ ୫ ବର୍ଷରେ ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ହାରାହାରି ୧୭ ପ୍ରତିଶତ ବୃଦ୍ଧି ହୋଇଛି। ଏହି ସମୟରେ ଓଡ଼ିଶାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୨୯ ପ୍ରତିଶତ ବୃଦ୍ଧି ଘଟିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ବିମାନ ଚଳାଚଳ ପାଇଁ ରାଜ୍ୟରେ ଥିବା ସୁଯୋଗ ବିଷୟ ଉଲ୍ଲେଖ କରିଥିଲେ। ମୁଖ୍ୟ ଶାସନ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ଆହୁରି ଅଧିକ ଏୟାରଷ୍ଟ୍ରିପ୍‌ର ବିକାଶ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବାଣିଜ୍ୟ ଓ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପର୍ଯ୍ୟଟନ ସଚିବ ବିଶାଳ ଦେବ ରାଜ୍ୟରେ ଥିବା ବିଭିନ୍ନ ସୁବିଧା ବିଷୟରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଭିନ୍ନ ଏୟାରଲାଇନ୍ସର ୨୫ଜଣ ସିଇଓ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri