ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ ଅଚଳ ହୋଇପଡିଛି ତ କେଉଁଠି ବିଦ୍ୟୁତଖୁଣ୍ଟ ଲାଇଟ ଲଗାଯାଇଥିଲେ ହେଁ ଜଳୁନାହିଁ । କେଉଁଠି ଗ୍ରାମାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଓ ଲାଇଟ ଲଗାଯାଇ ସରକାରୀ ଅର୍ଥ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି। ସହରରେ ଅନେକ ସ୍ଥାନରେ ଲାଗିଥିବା ବିଦ୍ୟୁତ ଲାଇଟ ଜଳୁନାହିଁ କିମ୍ବା ସଜଡା ଯାଉ ନ ଥିବାରୁ ଉକ୍ତ ଅଞ୍ଚଳ ଅନ୍ଧାରରେ ରହୁଛି ା ଏନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ବ୍ୟାପକ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ କରି ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରିବାକୁ ଦାବି ହେଉଛି ା କିନ୍ତୁ ତଦନ୍ତ କରାଯାଉନାହିଁ। ସହରାଞ୍ଚଳ ଏହି ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାରେ ଲଗାଯିବାକୁ ଥିବା ଲାଇଟକୁ ଗ୍ରାମାଞ୍ଚଳରେ ଲଗାଯାଇ ହେରଫେର ହୋଇଥିବା ଅଭିଯୋଗ ହୋଇଛି ା ଷ୍ଟେଶନ ରୋଡ ଗୁମୁରା ଗ୍ରାମରେ ବିଦ୍ୟୁତ ଖୁଂଟ ଓ ଲାଇଟ ଲଗାଯାଇଥିବା ଅଭିଯୋଗ ହୋଇଛି ା ତେବେ ଏହି ଲାଇଟ ଜଳୁ ନ ଥିବାରୁ ସେସବୁ ନଷ୍ଟ ହେବାକୁ ବସିଛି। ସେହିପରି ହୁଡକୋ କଲୋନୀକୁ ଯାଇଥିବା ରାସ୍ତାରେ ଖୁଣ୍ଟ ଲାଗିଥିଲେ ହେଁ ଲାଇଟ ଲାଗିନାହିଁ। ଫଳରେ ଅନ୍ଧାରରେ ଲୋକ ମାନେ ଯିବା ଆସିବା କରୁଛନ୍ତି। ଏସମ୍ପର୍କରେ ଅଭିଯୋଗ କଲେ ବା ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଲେ ତଥ୍ୟ ମିଳୁ ନ ଥିବାରୁ ଅସନ୍ତୋଷ ବଢୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri