ବାମରା,୪।୪(ଡି.ଏନ.ଏ.)କରେନା ପାଇଁ ସମସ୍ତ ପଞ୍ଚାୟତରେ ଅସ୍ଥାୟୀ କେନ୍ଦ୍ର ଖୋଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଘରକୁ ଘର ପହଞ୍ଚାଇ ଦିଆଯାଉଛି। ଶନିବାର ସ୍ବେଚ୍ଛାସେବୀମାନେ ଏହି କ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ତେବେ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ କହିବାରୁ ବାମରା ତହସିଲଦାର, ଗୋବିନ୍ଦପୁର ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଖାଦ୍ୟର ମାନ ନିରୀକ୍ଷଣ ପାଇଁ ଖାଇବା ଉଦ୍ଦେଶ୍ୟରେ ଦୁଇଟି ଲେଖାଇ ପ୍ୟାକେଟ କାର୍ଯ୍ୟାଳୟ ଗୁଡ଼ିକରେ ପହଞ୍ଚା ଯାଇଥିଲା। ଥାନା ଧିକାରୀ ଓ ତହସିଲଦାର ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ । ବିଡ଼ିଓ ଗୋବିନ୍ଦ ଡ଼ନସେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ୟାକେଟ ଦେବାରୁ ସେ ରାଗି ଯାଇଥିଲେ। ମୁଁ କଣ ଗରିବ ଲୋକ ଯେ ମୋ ପାଇଁ ଖାନା ଆଣି ଦେଇଛ ବୋଲି କହି ଖାଦ୍ୟ ଦେବାକୁ ଯାଇଥିବା ୨ ଜଣ ସ୍ବେଚ୍ଛାସେବୀ ଯୁବକ ଦିନେସ ରକ୍ସା ଓ ଚଙ୍କି ଉପାଧ୍ୟାୟଙ୍କୁ ଧମକାଇବା ସହ ତାଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ତାଙ୍କ ଆଦେଶ ମୁତାବକ ଗୋବିନ୍ଦପୁର ପୋଲିସ ଉଭୟ ଯୁବକକୁ ଥାନାକୁ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡି ଦେଇଥିଲା। ଏ ନେଇ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସ୍ବେଚ୍ଛାସେବୀଙ୍କୁ ଦୁର୍ବ୍ୟବହାର କରିବା କଥାକୁ ବିଡ଼ିଓ ଖଣ୍ଡନ କରିଥିବା ସହିତ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ସେହି ଖାଦ୍ୟ ଦେବା ପାଇଁ କହିଥିଲେ, ମାତ୍ର ସେମାନେ ସେହି ଖାଦ୍ୟ ଖାଇବା ପାଇଁ ତାଙ୍କୁ ବାଧ୍ୟ କରିବାରୁ ସେ ପୋଲିସର ସହାୟତା ନେଇଥିଲେ ବୋଲି ସଫେ ଦେଇଛନ୍ତି।
Posted inଆମ ଜିଲା ଖବର, ଦେବଗଡ଼ View All
ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ
ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…
ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ
ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…
୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର
କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…
୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ
ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…
ଯୁବତୀଙ୍କୁ କାର୍ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…
ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…
ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ
ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…
ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ
ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…
ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍ଅପ୍
ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…
Archives

