ଖାଇବା ଧାରାକୁ ପ୍ରଭାବିତ କରେ ମୃଦୁ ପାନୀୟ

ମୃଦୁ ପାନୀୟ ପିଇବା ଅନେକଙ୍କର ଏକ ଅଭ୍ୟାସ। ବିଶେଷଭାବରେ ଗ୍ରୀଷ୍ମ ଋତୁରେ ଏହାର ଚାହିଦା ବେଶୀ। କିନ୍ତୁ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କର ଖାଇବା ଧାରାକୁ ପ୍ରଭାବିତ କରିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ ଓଜନ ବଢ଼ାଇବାରେ ଏହା ମଧ୍ୟ କେତେକାଂଶରେ ସହାୟକ ହୋଇଥାଏ ବୋଲି ଏଭଳି ଗବେଷଣା କରିଥିବା ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପ୍ରାୟ ନିମୟିତ ମୃଦୁପାନୀୟ ପିଉଥିବା କିଛି ବ୍ୟକ୍ତିଙ୍କର ଖାଇବା ଧାରାକୁ ସେମାନେ ତନ୍ନ ତନ୍ନ କରି ତର୍ଜମା କରିବା ପରେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ଉକ୍ତ ୟୁନିଭର୍ସିଟିର ଗବେଷକଙ୍କ ମତରେ ମୃଦୁ ପାନୀୟରେ ‘ସୁକ୍ରୋଜ’ ନାମକ ତତ୍ତ୍ୱ ରହିଛି ଯାହା ମେଦବହୁଳତା ବୃଦ୍ଧି କରିଥାଏ। ତା’ସହ ଭୋକ ପରିମାଣକୁ ଏହା ମଧ୍ୟ ବଢ଼ାଇ ଦେଇଥାଏ। ଯଦି ମୃଦୁ ପାନୀୟରେ ମିଠା ଅଂଶ ଆବଶ୍ୟକତାଠାରୁ ଅଧିକ ରହିଲା ତେବେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri