ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ା ଉକ୍ତ ଘରୋଇ କଲ୍ୟାଣ ମଣ୍ଡପକୁ ମାସିକ ୮ ଲକ୍ଷ ଟଙ୍କାରେ ବାର୍ଷିକ ୧କୋଟି ଟଙ୍କା ଭଡା ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ା କିନ୍ତୁ ଏଥିପାଇଁ କୌଣସି ଟେଣ୍ଡର ପ୍ରକ୍ରିୟା ହୋଇ ନ ଥିବା ଅଭିଯୋଗ ହୋଇଛି ା ତୁରନ୍ତ ବିନା ଟେଣ୍ଡରରେ ବିଶ୍ୱବିଦ୍ୟାଳୟକୁ ଭଡାଘରେ ପରିଚାଳିତ କରିବାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରିବାକୁ ବୁଧବାର ଭାରତୀୟ ବିକାଶ ପରିଷଦ ଦାବି କରିଛି ା ଏଥିସହ ବିନା ଟେଣ୍ଡରରେ ସହରଠାରୁ ପ୍ରାୟ ୭ କି.ମି. ଦୂରରେ ଘରୋଇ କଲ୍ୟାଣ ମଣ୍ଡପରେ ଏହାକୁ ଭଡାରେ ପରିଚାଳିତ କରିବାକୁ ନେଇ ଗୃହୀତ ନିର୍ଦ୍ଦେଶନାମା ସହ ଜଡିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଷଦ ଦାବି କରିଛି ା ବିଜିପୁର ସନ୍ତୋଷୀ ମା’ ମନ୍ଦିର ପରିସରସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ବୁଧବାର ଏହା କହିଛନ୍ତି ା
ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ୩ ବର୍ଷ ପୂରି ଯାଇଛି ା ଏହାର ସ୍ଥାୟୀ କ୍ୟାମ୍ପସ ପାଲୁର ହିଲଠାରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଛନ୍ତି ା ଏଥିସହ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରଶାସନିକ କୋଠା ପାଇଁ ୫ କୋଟି, ଶୌଚାଳୟ ବାବଦକୁ ୧ କୋଟି, ଖେଳପଡିଆ ଉନ୍ନତୀକରଣ ପାଇଁ ୫ କୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା କରାଯାଇଛି ା ଏହାସତ୍ତ୍ୱେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପରିବର୍ତ୍ତେ ରାଜକୋଷରୁ ଟଙ୍କା ହାତେଇବା ଉଦ୍ଦେଶ୍ୟରେ ସ୍ଥାନ ଅଭାବ ଆଳ ଦେଖାଇ ବିନା ଟେଣ୍ଡରରେ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ଭଡାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି ା ବିିନା ଟେଣ୍ଡରରେ ବିଶ୍ୱବିଦ୍ୟାଳୟ ପାଇଁ ଭଡାରେ ନିଆଯିବାକୁ ଥିବା ଘରୋଇ କଲ୍ୟାଣ ମଣ୍ଡପ ବାବଦକୁ ବାର୍ଷିକ ଏକ କୋଟି ଟଙ୍କାର ବ୍ୟୟବରାଦ ପାଇଁ ହୋଇଥିବା ନିର୍ଦ୍ଦେଶନାମାକୁ ତୁରନ୍ତ ରଦ୍ଦ କରିବାକୁ ପରିଷଦ ପକ୍ଷରୁ ଦାବି ହୋଇଛି ା ଏହି ନିର୍ଦ୍ଦେଶନାମାରେ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ ଓ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ସଭାପତି ପାଣିଗ୍ରାହୀ ଦାବି କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ପରିଷଦ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ସହ ନିର୍ଦ୍ଦେଶନାମା ପ୍ରଦାନରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୋଦ୍ଧରେ ଫୌଜଦାରି ମକଦ୍ଦମା କରିବ ବୋଲି ଚେତାବନୀ ଶୁଣାଇଛି ା ଖବରଦାତା ସମ୍ମିଳନୀରେ ପରିଷଦ ଜିଲା ସଭାପତି ସୂର୍ଯ୍ୟନାରାୟଣ ବେହେରା, ଖାଉଟି ସୁରକ୍ଷା ମଞ୍ଚର ରାଜେନ୍ଦ୍ର ଦଳ ବେହେରା, ଶ୍ୟାମ ସୁନ୍ଦର ଖାଡଙ୍ଗା, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ରବି ରଥ, ଗଞ୍ଜାମ ଜିଲା ବିକାଶ ମଞ୍ଚର ମାନସ ପାତ୍ର ଓ ରଜନୀ କାନ୍ତ ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri