ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ା ଉକ୍ତ ଘରୋଇ କଲ୍ୟାଣ ମଣ୍ଡପକୁ ମାସିକ ୮ ଲକ୍ଷ ଟଙ୍କାରେ ବାର୍ଷିକ ୧କୋଟି ଟଙ୍କା ଭଡା ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ା କିନ୍ତୁ ଏଥିପାଇଁ କୌଣସି ଟେଣ୍ଡର ପ୍ରକ୍ରିୟା ହୋଇ ନ ଥିବା ଅଭିଯୋଗ ହୋଇଛି ା ତୁରନ୍ତ ବିନା ଟେଣ୍ଡରରେ ବିଶ୍ୱବିଦ୍ୟାଳୟକୁ ଭଡାଘରେ ପରିଚାଳିତ କରିବାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରିବାକୁ ବୁଧବାର ଭାରତୀୟ ବିକାଶ ପରିଷଦ ଦାବି କରିଛି ା ଏଥିସହ ବିନା ଟେଣ୍ଡରରେ ସହରଠାରୁ ପ୍ରାୟ ୭ କି.ମି. ଦୂରରେ ଘରୋଇ କଲ୍ୟାଣ ମଣ୍ଡପରେ ଏହାକୁ ଭଡାରେ ପରିଚାଳିତ କରିବାକୁ ନେଇ ଗୃହୀତ ନିର୍ଦ୍ଦେଶନାମା ସହ ଜଡିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିଷଦ ଦାବି କରିଛି ା ବିଜିପୁର ସନ୍ତୋଷୀ ମା’ ମନ୍ଦିର ପରିସରସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ବୁଧବାର ଏହା କହିଛନ୍ତି ା
ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ୩ ବର୍ଷ ପୂରି ଯାଇଛି ା ଏହାର ସ୍ଥାୟୀ କ୍ୟାମ୍ପସ ପାଲୁର ହିଲଠାରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଛନ୍ତି ା ଏଥିସହ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରଶାସନିକ କୋଠା ପାଇଁ ୫ କୋଟି, ଶୌଚାଳୟ ବାବଦକୁ ୧ କୋଟି, ଖେଳପଡିଆ ଉନ୍ନତୀକରଣ ପାଇଁ ୫ କୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା କରାଯାଇଛି ା ଏହାସତ୍ତ୍ୱେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପରିବର୍ତ୍ତେ ରାଜକୋଷରୁ ଟଙ୍କା ହାତେଇବା ଉଦ୍ଦେଶ୍ୟରେ ସ୍ଥାନ ଅଭାବ ଆଳ ଦେଖାଇ ବିନା ଟେଣ୍ଡରରେ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ଭଡାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି ା ବିିନା ଟେଣ୍ଡରରେ ବିଶ୍ୱବିଦ୍ୟାଳୟ ପାଇଁ ଭଡାରେ ନିଆଯିବାକୁ ଥିବା ଘରୋଇ କଲ୍ୟାଣ ମଣ୍ଡପ ବାବଦକୁ ବାର୍ଷିକ ଏକ କୋଟି ଟଙ୍କାର ବ୍ୟୟବରାଦ ପାଇଁ ହୋଇଥିବା ନିର୍ଦ୍ଦେଶନାମାକୁ ତୁରନ୍ତ ରଦ୍ଦ କରିବାକୁ ପରିଷଦ ପକ୍ଷରୁ ଦାବି ହୋଇଛି ା ଏହି ନିର୍ଦ୍ଦେଶନାମାରେ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ ଓ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ସଭାପତି ପାଣିଗ୍ରାହୀ ଦାବି କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ପରିଷଦ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ସହ ନିର୍ଦ୍ଦେଶନାମା ପ୍ରଦାନରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୋଦ୍ଧରେ ଫୌଜଦାରି ମକଦ୍ଦମା କରିବ ବୋଲି ଚେତାବନୀ ଶୁଣାଇଛି ା ଖବରଦାତା ସମ୍ମିଳନୀରେ ପରିଷଦ ଜିଲା ସଭାପତି ସୂର୍ଯ୍ୟନାରାୟଣ ବେହେରା, ଖାଉଟି ସୁରକ୍ଷା ମଞ୍ଚର ରାଜେନ୍ଦ୍ର ଦଳ ବେହେରା, ଶ୍ୟାମ ସୁନ୍ଦର ଖାଡଙ୍ଗା, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ରବି ରଥ, ଗଞ୍ଜାମ ଜିଲା ବିକାଶ ମଞ୍ଚର ମାନସ ପାତ୍ର ଓ ରଜନୀ କାନ୍ତ ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri